ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗରେ '5ଟି' ଲାଗୁ କରିବାକୁ ଚିଠି । ଯୋଜନା ଓ ସଂଯୋଜନା ବିଭାଗକୁ ଏ ସଂକ୍ରାନ୍ତରେ ଚିଠି ଲେଖାଯାଇଛି । ଚିଠିରେ ସବିଶେଷ ତଥ୍ୟ ବି ରଖାଯାଇଛି । ଲାଗୁ ହେଲେ ବ୍ୟବସ୍ଥାରେ ସୁଧାର ଆସିବ ତାଉପରେ ଗୁରୁତ୍ବ ଦିଆଯାଇଛି ।
'5ଟି' ଲାଗୁ ହେବା ଦ୍ବାରା ଅଧ୍ୟାପକଙ୍କ ଉପସ୍ଥାନ ସାତ ଘଣ୍ଟା ବାଧ୍ୟତାମୂଳକ ରହିବ । ଛାତ୍ରଛାତ୍ରୀ ବୃତ୍ତି ଲାଗି ସ୍କଲାରସିପ୍ ପରିଷଦ ଗଠନ ହେବ । ଲ୍ୟାପଟପ ବଣ୍ଟନ ଲାଗି ରାଜ୍ୟସ୍ତରୀୟ ବଦଳରେ ଜିଲ୍ଲା ଓ ବ୍ଲକସ୍ତରୀୟ ମେଧାବୀ ତାଲିକା ବଛା ଯାଇ ଲ୍ୟାପଟପ ବଣ୍ଟାଯିବ ।
ତେବେ Sams ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀ ଫିଡ଼ ବ୍ୟାକ ପଠାଇପାରିବେ | କଲେଜ ଓ ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ଅଧ୍ୟାପକଙ୍କୁ ରାଜ୍ୟ ତଥା ଦେଶ ବାହାରକୁ ପଠାଯିବ । ସମସ୍ତ ବିଶ୍ବବିଦ୍ୟାଳୟ ସ୍ତରରେ କ୍ୟାରିଅର କାଉନ୍ସେଲିଂ ସେଲକୁ ସୁଦୃଢ କରାଯିବ । ଓଡ଼ିଆ ଛାତ୍ରଛତ୍ରୀଙ୍କୁ ସର୍ବ ଭାରତୀୟ ସେବା ପରୀକ୍ଷା ବାହାର ରାଜ୍ୟରେ ଦେବା ପାଇଁ ବ୍ୟବସ୍ଥା କରାଯିବ । ମୋ ସ୍କୁଲ ଭଳି ମୋ କଲେଜ ମଧ୍ୟ ପ୍ରତିଷ୍ଠା କରାଯିବ, ଯେଉଁଥିରେ ପୁରୁଣା ଛାତ୍ରଛାତ୍ରୀ କଲେଜ ଲାଗି ଅର୍ଥ ପ୍ରଦାନ କରିପାରିବେ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ