ETV Bharat / city

ରାଜ୍ୟରେ ୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

author img

By

Published : Dec 6, 2021, 3:42 PM IST

Updated : Dec 6, 2021, 9:20 PM IST

ବ୍ରହ୍ମପୁରରେ ୫୯ ତମ Home Guard day ପାଳିତ
ବ୍ରହ୍ମପୁରରେ ୫୯ ତମ Home Guard day ପାଳିତ

21:14 December 06

ଫୁଲବାଣୀ ରିଜର୍ଭ ପୋଲିସ ପଡିଆରେ ଗୃହରକ୍ଷୀ ଦିବସ ପାଳିତ

ଫୁଲବାଣୀ: ଆଜି ୫୯ତମ ଜାତୀୟ ଗୃହରକ୍ଷୀ ଦିବସ । କନ୍ଧମାଳ ପୋଲିସ ପ୍ରଶାସନ ପକ୍ଷରୁ ଫୁଲବାଣୀ ରିଜର୍ଭ ପୋଲିସ ପଡିଆ ଠାରେ ଗୃହରକ୍ଷୀ ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ଯୋଗଦେଇ ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିବା ପରେ ଗୃହରକ୍ଷୀଙ୍କ ନିଷ୍ଠାପର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।  

ଯେକୌଣସି ବିପଦ, ଆପାତକାଳୀନ ପରିସ୍ଥିତିରେ ଗୃହରକ୍ଷୀମାନେ ପ୍ରଥମେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଇଥାନ୍ତି ବୋଲି ନିଜର ଅଭିଭାଷଣରେ କହିଥିଲେ । ସହିଦ ଗୃହରକ୍ଷୀଙ୍କୁ ଯୋଦ୍ଧା ଘୋଷଣା କରିବା ସହ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢି ଶୁଣାଇଥିଲେ । ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ୧୭ ଜଣ ଗୃହରକ୍ଷୀଙ୍କୁ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି, ଡିଏସପି, ଏସଡିପିଓ, ବିଭିନ୍ନ ଥାନାରୁ ଆସିଥିବା ଅଧିକାରୀଙ୍କ ସମେତ ଗୃହରକ୍ଷୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

18:37 December 06

ଭବାନୀପାଟଣା ରିଜର୍ଭ ପୋଲିସ ପଡିଆରେ ହୋମଗାର୍ଡ ଦିବସ

ଭବାନୀପାଟଣା ରିଜର୍ଭ ପୋଲିସ ପଡିଆରେ ହୋମଗାର୍ଡ ଦିବସ ଅନୁଷ୍ଠିତ

ଭବାନୀପାଟଣା: କଳାହାଣ୍ଡି ପୋଲିସ ପକ୍ଷରୁ ଭବାନୀପାଟଣା ରିଜର୍ଭ ପୋଲିସ ପଡିଆ ଠାରେ ହୋମଗାର୍ଡ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ସମସ୍ତ ପୋଲିସ ବିଭାଗର ପଦାଧିକାରୀ ସାମିଲ ହୋଇଥିଲେ ।

ହୋମଗାର୍ଡମାନେ ହେଉଛନ୍ତି ଆମ ଦେଶର ଜାଗ୍ରତ ପ୍ରହରୀ । ଯେକୌଣସି ଜରୁରୀକାଳୀନ ପରିସ୍ଥିତି ହେଉ କିମ୍ବା ଟ୍ରାଫିକ ନିୟନ୍ତ୍ରଣ ହେଉ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କଳାହାଣ୍ଡିରେ ନିଜ ଅଭିଭାଷଣରେ ସେ କହିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

18:37 December 06

ଜଗତସିଂହପୁରରେ 59ତମ ବାର୍ଷିକ ହୋମଗାର୍ଡ ଦିବସ ପାଳିତ

ଜଗତସିଂହପୁରରେ 59 ତମ ବାର୍ଷିକ ହୋମଗାର୍ଡ ଦିବସ ପାଳିତ

ଜଗତସିଂହପୁର: ଜଗତସିଂହପୁର ରିଜର୍ଭ ପୋଲିସ ପକ୍ଷରୁ 59ତମ ବାର୍ଷିକ ହୋମଗାର୍ଡ ଦିବସ ଜିଲ୍ଲା ପୋଲିସ ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ବର ସିଂ ଯୋଗଦେଇଥିଲେ ।  

ସେ ହୋମଗାର୍ଡଙ୍କ ପରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କର ବାର୍ତ୍ତା ପାଠ କରିଥିଲେ । ଦେଶରେ ଆଭ୍ୟନ୍ତରୀଣ ସୁରକ୍ଷା ଦିଗରେ ଗୃହରକ୍ଷୀ ବାହିନୀ ତା’ର କାର୍ଯ୍ୟ କରିଆସୁଛି । ବନ୍ୟା ବାତ୍ୟା ଓ ମହାମାରୀ ସମୟରେ ସେ ତା’ର କାର୍ଯ୍ୟ ଦକ୍ଷତା ଦେଖାଇ ଆସିଛି ।  

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

15:08 December 06

ବ୍ରହ୍ମପୁରରେ ୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ବ୍ରହ୍ମପୁରରେ ୫୯ ତମ Home Guard day ପାଳିତ

ବ୍ରହ୍ମପୁର: ବ୍ରହ୍ମପୁରଠାରେ ୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପରେଡରେ ମୁଖ୍ୟ ଅତିଥି ଭାବେ ଡିଆଇଜି ସତ୍ୟବ୍ରତ ଭୋଇ ଯୋଗ ଦେଇ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ଦେଶ ତଥା ରାଜ୍ୟରେ ଗୃହରକ୍ଷୀ ବାହିନୀର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏଥିରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ରଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 6, 2021, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.