ETV Bharat / city

ଚୋରଙ୍କ ପାର୍ବଣ ମଜା, ବାଲକୋନି ବାଟେ ଲୁଟିନେଲେ ୫୦ ଲକ୍ଷର ଅଳଙ୍କାର

author img

By

Published : Oct 17, 2021, 11:45 AM IST

Updated : Oct 17, 2021, 11:51 AM IST

ଲକ୍ଷ୍ମୀସାଗର ଥାନା ଅଞ୍ଚଳର ବଡଧରଣର ଚୋରି । କବାଟ ତାଡି ୫୦ ଲକ୍ଷର ଗହଣା ସହ ଲୁଟିନେଲେ ୪୦ରୁ ୪୫ ହଜାର ଟଙ୍କା । ଅଧିକ ପଢନ୍ତୁ...

ପୂଜା ଛୁଟିରେ ଚୋରଙ୍କୁ ମିଳିଲା ସୁଯୋଗ, କବାଟ ତାଡି ଲୁଟି ନେଲେ ୫୦ଲକ୍ଷର ସୁନା ଗହଣା

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଅଞ୍ଚଳର ବଡଧରଣର ଚୋରି । ରାତି ଅଧରେ ଘର କବାଟ ତାଡି ୫୦ ଲକ୍ଷର ଗହଣା ସହ ଲୁଟେରା ଲୁଟିନେଲେ ୪୦ରୁ ୪୫ ହଜାର ଟଙ୍କା । ଲକ୍ଷ୍ମୀସାଗର ଝାରପଡା ବୈରାଗୀ ନଗରର ହରିଷ ଚନ୍ଦ୍ର ଜେନାଙ୍କ ଘରୁ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଚୋରଙ୍କ ପାର୍ବଣ ମଜା, ବାଲକୋନି ବାଟେ ଲୁଟିନେଲେ ୫୦ ଲକ୍ଷର ଅଳଙ୍କାର

ସୁଚନା ମୁତାବକ, ଗତକାଲି ରାତ୍ରୀ ସମୟରେ ବୈରାଗୀ ନଗର ପ୍ଲଟ ନମ୍ବର ୨୩୩/୩ ରେ ରହୁଥିବା ହରିଷ ଚନ୍ଦ୍ର ଜେନାଙ୍କ ଉପରମହଲାରେ କେହିନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ପ୍ରବେଶ କରିଥିଲେ । ଏହାପରେ ବାଲକୋନିର କବାଟ ତାଡି ୪୦ ଭରି ସୁନା ସହ ନଗଦ ୪୦ରୁ ୪୫ହଜାର ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଏନେଇ ଆଜି ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 17, 2021, 11:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.