ETV Bharat / city

୫-T ସଚିବଙ୍କ ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନ

author img

By

Published : Oct 11, 2022, 9:29 AM IST

ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି ୫-T ସଚିବ ଭି. କେ. ପାଣ୍ଡିଆନ । ଅଧିକ ପଢନ୍ତୁ

୫-T ସଚିବଙ୍କ ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନ
୫-T ସଚିବଙ୍କ ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନ

ଭୁବନେଶ୍ବର: ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ବିଶ୍ବସ୍ତରୀୟ ନିଯୁକ୍ତି ନିମନ୍ତେ ୱାର୍ଲଡ଼ ସ୍କିଲ ସେଣ୍ଟରରେ ଏକ ବର୍ଷିଆ ଅତ୍ୟାଧୁନିକ କୌଶଳ ତାଲିମ ଦିଆଯାଉଛି । ଆଗାମୀ ଦିନରେ ଏହା ଏକ ବିଶ୍ବସ୍ତରୀୟ ବ୍ରାଣ୍ଡ ଭାବେ ଉଭା ହେବ ବୋଲି ଭି. କେ. ପାଣ୍ଡିଆନ କହିଛନ୍ତି ।

ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନରେ ଆସି ଏହାର ପରିଚାଳନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଓଡିଶାର ଯୁବଗୋଷ୍ଠୀଙ୍କୁ ବିଶ୍ବସ୍ତରୀୟ କୌଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବାକୁ ହେବ ବୋଲି 5T ସଚିବ କହିଛନ୍ତି । ଏଠାରୁ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀମାନେ ବିଶ୍ବସ୍ତରୀୟ ପ୍ରମୁଖ ସଂସ୍ଥାମାନଙ୍କରେ ନିଯୁକ୍ତି ପାଇବେ । ୱାର୍ଲଡ଼ ସ୍କିଲ ସେଣ୍ଟରର ପାଠ୍ୟକ୍ରମ ଆଇଟିଇଇଏସ୍‌, ସିଙ୍ଗାପୁର ଶୈଳୀରେ ପରିଚାଳିତ ହେଉଛି ।

ଏଠାରେ ମୁତୟନ ହୋଇଥିବା ଆଇଟିଇଇଏସ୍‌, ସିଙ୍ଗାପୁରର ଅଧିକାରୀମାନଙ୍କ ସହ ସେମାନଙ୍କର ଅଭିଜ୍ଞତା ବିଷୟରେ ପଚାରି ବୁଝିଛନ୍ତି । ଆଗାମୀ ଦିନରେ ରାଜ୍ୟର ସରକାରୀ ଆଇଟିଆଇମାନଙ୍କରେ ମଧ୍ୟ ଏହିଭଳି ଉନ୍ନତ ମାନର ଭିତ୍ତିଭୂମି ତିଆରି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପ୍ରଶିକ୍ଷାର୍ଥୀଙ୍କ ଆତ୍ମବିଶ୍ବାସ ଦେଖି ସେ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କର ଇଚ୍ଛା ଶକ୍ତି ରହିଛି ବୋଲି 5T ସଚିବ ଭି.କେ.ପାଣ୍ଡିଆନ ମତବ୍ୟକ୍ତ କରିଥିଲେ ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, "ୱାର୍ଲଡ଼ ସ୍କିଲ ସେଣ୍ଟରରୁ ଉତ୍ତୀର୍ଣ୍ଣ ହେଉଥିବା ପ୍ରଶିକ୍ଷାର୍ଥୀଙ୍କ ନିଯୁକ୍ତି ନିମନ୍ତେ ବିଭିନ୍ନ ଏଜେନ୍ସି ଓ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ସହଭାଗିତା ଉପରେ ଗୁରୁତ୍ବ ଦିଆଯାଉଛି । ୨୦୨୩ ସୁଦ୍ଧା ୱାର୍ଲଡ଼ ସ୍କିଲ ସେଣ୍ଟରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଏବଂ ୨୦୨୪ ମସିହା ଭିତରେ ପ୍ରେସିସନ ଇଞ୍ଜିନିୟରିଂ ବ୍ୟବସ୍ଥା କରାଯିବ । ଏହାଛଡା ଏଠାରେ ଡିଜିଟାଲ ସ୍କିଲିଂ ହବ୍ ପ୍ରତିଷ୍ଠା ହେବ । ଏହା ସ୍କିଲ ପ୍ରତିଯୋଗିତାର ହବ୍ ରୂପେ କାର୍ଯ୍ୟ କରିବ ।"

ୱାର୍ଲଡ଼ ସ୍କିଲ ସେଣ୍ଟରର ବିୟୁଟି ୱେଲନେସ ସ୍ପା, ଫେସିଆଲ ଓ ବଡି ଥେରାପି ଷ୍ଟୁଡିଓ, ହେୟାର ଫେସନ ଡିଜାଇନ, କଟିଙ୍ଗ ଓ ଷ୍ଟାଇଲିଙ୍ଗ ଷ୍ଟୁଡିଓ, ମେକାଟ୍ରନିକ୍ସ, ଲ୍ୟାବ ପରିଦର୍ଶନ କରିଥିଲେ 5T ସଚିବ ଭି.କେ.ପାଣ୍ଡିଆନ । ସେହିପରି ନିଉମାଟିକ, ଅଟୋମେସନ ଓ ବେସିକ ରୋବୋଟିକ୍ସ, ମେକାନିକାଲ ଓ ଇଲେକ୍ଟ୍ରିକାଲ ସର୍ଭିସେସ, ଫାୟାର ଡିଟେକ୍ସନ ଓ ପ୍ରୋଟେକ୍ସନ, ପାଇପିଂ ଓ ପ୍ଲମ୍ବିଂ, ଏୟାରକଣ୍ଡିସନିଙ୍ଗ ଓ ରେଫ୍ରିଜେରେସନ ଲ୍ୟାବ ମଧ୍ୟ ବୁଲି ଦେଖିଥିଲେ । ତାଙ୍କ ସହିତ ୱାର୍ଲଡ଼ ସ୍କିଲ ସେଣ୍ଟରର ସିଇଓ ରେଘୁ ଜି ଓ ୱାର୍ଲଡ଼ ସ୍କିଲ ସେଣ୍ଟରର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.