ଭୁବନେଶ୍ବର: ଆସନ୍ତା 5 ସେପ୍ଟେମ୍ବରରୁ ଆରମ୍ଭ ହେବ ଗୁରୁ କେଳୁଚରଣ ମାହାପତ୍ର ଉତ୍ସବ। ଚଳିତ ବର୍ଷ ଉତ୍ସବର 25 ବର୍ଷ ପୂର୍ତ୍ତି ଉତ୍ସବର ଆୟୋଜନ କରାଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସାମ୍ମାନୀତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଗୁରୁ ହରମୋହନ ଖୁଣ୍ଟିଆ, ଗୁରୁ ଦୁର୍ଗା ଚରଣ, ଡ଼ ସୁନୀଲ କେଠାରୀ, ଶ୍ରୀମତୀ ଲିଲା ଭେଙ୍କଟରମଣ, ଶ୍ରୀ ଅଭିନାଶ ଅଶ୍ରିଚାଙ୍କୁ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନରେ ସମ୍ମାନିତ କରାଯିବ । ଏହାସହ ଶ୍ରୀମତୀ ସ୍ବପ୍ନକଳ୍ପ ଦାସଗୁପ୍ତା, ରାହୁଲ ଆଚାର୍ଯ୍ୟ, ଶ୍ରୀମତି ରଜଶ୍ରୀ ପ୍ରହରାଜ, ଶ୍ରୀମତୀ ଅନ୍ବେଷା ମହନ୍ତ, ଶ୍ରୀ ସତ୍ୟବ୍ରତଙ୍କୁ ଗୁରୁ କେଳୁଚରଣ ମାହାପତ୍ର ଯୁବ ପ୍ରତିଭା ସମ୍ନାନରେ ସମ୍ନାନିତ କରାଯିବା।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ