ଭୁବନେଶ୍ବର: ରାଜ୍ୟର ୫ଟି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ୫ ଜଣ ଓ ଏଏସ ଅଧିକାରୀଙ୍କୁ ରେଜିଷ୍ଟ୍ରାର ଦାୟିତ୍ବ ଦେଇଛନ୍ତି । ଭୁବନେଶ୍ବରରେ ଥିବା ଓଡ଼ିଶା ୟୁନିଭରସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ର ରେଜିଷ୍ଟ୍ରାର ଦାୟିତ୍ବ ଓଏଏସ ଅଧିକାରୀ ଲୋପାମୁଦ୍ରା ମହାନ୍ତିଙ୍କୁ ଦିଆଯାଇଛି ।
![5 New Registrar posted in university](https://etvbharatimages.akamaized.net/etvbharat/prod-images/od-bbs-7-newregistrar-avo-7205239_20012020230056_2001f_1579541456_260.jpg)
ଲୋପାମୁଦ୍ରା ବର୍ତ୍ତମାନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ପ୍ରଶାସନିକ ଅଧିକାରୀ ଅଛନ୍ତି । ସେହିପରି ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଥିବା ଶ୍ୟାମଳୀ ମହାପାତ୍ରଙ୍କୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ବ ଦିଆଯାଇଛି । ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ବ ନୂଆପଡା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସୀତାରାମ ପଟେଲଙ୍କୁ ଦିଆଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହଦେବ ସମଧୀଆଙ୍କୁ ମୟୂରଭଞ୍ଜ ବାରିପଦାରେ ଥିବା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ବ ଦିଆଯାଇଛି ।
ସେହିପରି ବୋର୍ଡ ଅଫ ରେଭିନ୍ୟୁର ଯୁଗ୍ମ ସଚିବ ଥିବା ବ୍ରହ୍ମାନନ୍ଦ ବେହେରାଙ୍କୁ ବାଲେଶ୍ବରରେ ଥିବା ଫକୀର ମୋହନ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ବ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ସୋମବାର ଜାରି କରାଯାଇଛି । ବିଶ୍ବବିଦ୍ୟାଳୟ ମାନଙ୍କରେ ଶିକ୍ଷାର ମାନ ଅଭିବୃଦ୍ଧି ପାଇଁ ଏଭଳି ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ