ଭୁବନେଶ୍ବର:ରାଜ୍ୟରେ ସଂକ୍ରମଣ ସହ ମୃତ୍ୟୁହାର ଧୀରେ ଧୀରେ କମିବାରେ ଲାଗିଛି । ଆଜି ଦିନକରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଏହାପରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1739ରେ ପହଞ୍ଚିଛି ।
ତେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ, ଖୋର୍ଦ୍ଧାରେ 35 ବର୍ଷର, 60 ବର୍ଷର, 55 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ନୂଆପଡାରେ 60 ବର୍ଷର ପୁରୁଷ ଓ 50 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି।
ଅନ୍ୟପଟେ ଆଜି ରାଜ୍ୟରେ 418ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 241ଜଣ କ୍ବାରେଣ୍ଟାଇନରେ ଥିବାବେଳେ 177ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ