ETV Bharat / city

ରାଜଧାନୀ ରାଜରାସ୍ତାରେ ଚିହ୍ନଟ ହେଲା ୫ଟି ବ୍ଲାକ ସ୍ପଟ - Speed

ଭୁବନେଶ୍ବରଠାରେ ଜାତୀୟ ରାଜପଥରେ ଚିହ୍ନଟ ହେଲା 5ଟି ବ୍ଲାକ ସ୍ପଟ । ଏଠାରେ ଶୀଘ୍ର ଲାଗିବ ବ୍ୟାରିକେଡ଼ ଏବଂ ସାଇନଏଜ । ଟ୍ରାଫିକ ଡିସିପିଙ୍କ ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 28, 2019, 10:24 PM IST

ଭୁବନେଶ୍ବର: ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥରେ ଚିହ୍ନଟ ହେଲା 5ଟି ବ୍ଲାକ ସ୍ପଟ । ଅର୍ଥାତ୍ ସବୁଠୁ ଅଧିକ ଦୁର୍ଘଟଣା ପ୍ରବଣ ଅଞ୍ଚଳ । ଆଇଗିଣିଆ ଛକ, ପାହାଳ, ବାଟ ଭୁଆଷୁଣି ଓ ଆଚାର୍ଯ୍ୟ ବିହାର ଓଭରବ୍ରିଜ ସ୍ଲୋପ ଏବଂ ନୟାପଲ୍ଲୀ ହୋଟେଲ କ୍ରାଉନ ସାମ୍ନା ଏହି ପାଞ୍ଚଟି ସ୍ଥାନକୁ ସ୍ପଟ ଭାବେ ଚିହ୍ନଟ କରିଛି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବ୍ଲାକ ସ୍ପଟ ଚିହ୍ନଟ ପରେ ସେହି ଅଞ୍ଚଳରେ ପ୍ଲାଷ୍ଟିକ ବ୍ଯାରିକେଡ଼ ରାସ୍ତା ଉପରେ ଲଗାଇବାକୁ ଯୋଜନା ଚଳାଇଛି ପୋଲିସ । ଏଥିସହ ଦୁର୍ଘଟଣା ପ୍ରବଳ ଅଞ୍ଚଳ ଯୋଗୁଁ ଇନସାଇନିଆ ବା ସାଇନଏଜ ଲଗାଯିବା ନେଇ ମଧ୍ୟ ପ୍ରସ୍ତାବ ରହିଛି । ବିଗତ ୧ ମାସ ମଧ୍ଯରେ ଏହି ପାଞ୍ଚଟି ସ୍ଥାନରେ ଦୁର୍ଘଟଣା ଘଟି ଅନେକ ଯାତ୍ରୀଙ୍କ ପ୍ରାଣହାନୀ ଘଟିଛି । ତିନି ଦିନରେ ୫ଟି ଜୀବନ ଯିବାପରେ କମିଶନରେଟ ପୋଲିସର ବୁଦ୍ଧି ଉଦୟ ହୋଇଛି ।

ଏଣୁ ଏବେ ସେଠାରେ ଦ୍ରୁତ ଗାଡ଼ି ଚାଳନା ରୋକିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ବ୍ୟାରିକେଡ଼ ଏବଂ ଇନସାଇନିଆ ଲଗାଇବା ପରେ ଦୁର୍ଘଟଣା ରୋକାଯାଇପାରିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି । ସକାଳୁ ରାତି ୧୦ଟା ଯାଏଁ କମିଶନରେଟ ପୋଲିସ ପକ୍ଷରୁ ଏହି ସ୍ପିଡ଼ ବ୍ରେକର ଲଗାଯିବ । ତେବେ ହାଇୱେ ଉପରେ ବ୍ୟାରିକେଡ଼ ଲାଗିବାର ନିୟମ ନଥିବାବେଳେ ଦୁର୍ଘଟଣା ରୋକିବା ପାଇଁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ କହିଛନ୍ତି ଟ୍ରାଫିକ ଡିସିପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ରାୋଜଧାନୀରେ ୫ଟି ବ୍ଲାକ ସ୍ପଟ ଚିହ୍ନଟ,
ଦୁର୍ଘଟଣା ରୋକିବାକୁ ଲାଗିବ ବାରିକେଡ

ରାଜଧାନୀରେ ଚିହ୍ନଟ ହେଲା ବ୍ଲାକ ସ୍ପଟ।ସବୁଠୁ ଦୁର୍ଘଟଣା ପ୍ରବଣ ଅଂଚଳ। ଆଇଗେଣିଆ ଛକ,ପାହାଳ,ବାଟ ଭୁଆଷୁଣି ଓ ଆଚାର୍ଯବିହାର ଓଭରବ୍ରିଜ ସ୍ଲୋପ ,ଏବଂ ନୟାପଲ୍ଲି ହୋଟେଲ କ୍ରାଉନ ସାମ୍ନାକୁ ଦୁର୍ଘଟଣା ପ୍ରବଣ ଅଂଚଳ ବା ବ୍ଲାକ ସ୍ପଟ ଭାବେ ଚିହ୍ନଟ କରିଛି କମିସନରେଟ ପୋଲିସ। ୫ଟି ବ୍ଲାକ ସ୍ପଟ ବା ଦୁର୍ଘଟଣା ପ୍ରବଣ ସ୍ଥାନକୁ ଚିହ୍ନଟ ପରେ ସେହି ଅଂଚଳରେ ପ୍ଲାଷ୍ଟିକ ବ୍ଯାରିକେଡ ରାସ୍ତା ଉପରେ ଲଗାଇବାକୁ ଯୋଜନା ଚଳାଇଛି ପୋଲିସ। ଏଥି ସହ ଦୁର୍ଘଟଣା ପ୍ରବଳ ଅଂଚଳ ଯୋଗୁ ଇନସାଇନିଆ ବା ସାଇନଏଜ ଲଗାଇବାକୁ ଯୋଜନା ଚଳାଇଛି। କାରଣ ବିଗତ ୧ ମାସ ମଧ୍ଯରେ ଏହି ପାଂଚଟି ସ୍ଥାନରେ ଅନେକ ଦୁର୍ଘଟଣା ଘଟି ପ୍ରାଣହାନି ଘଟିଛି। ତିନି ଦିନରେ ୫ଟି ଜିବନ ଯିବା ଘଟଣା ପହର କମିସନରେଟ ବୋଲିସର ବୁଦ୍ଧି ଉଦୟ ହୋଇଛି। ଏନେଈ  ସ୍ପିଡ ଡ୍ରାଇଭିଂ  ରୋକିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।ତେବେ ଏସବୁ ସ୍ଥାନରେ ଏଭଳି ବାରିକେଡ ଏବଂ ଇନସାଇନିଆ ଲଗେଇବା ପରେ ବେଗରେ ହ୍ରାସ ଘଟି ଦୁର୍ଘଟଣା ରୋକାଯାଇପାରିବ ବୋଲି କହିଛନ୍ତ୍ତି ଟ୍ରାଫିକ ଡିସିପି।ଯାହାକି ସକାଳୁ ରାତି ୧୦ ଟା ଯାଏ କମିସନରେଟ ପୋଲିସ ପକ୍ଷରୁ ଲଗାଯିବ। ତେବେ ହାଇୱେ ଉପରେ ବାରିକେଡ ଲାଗିବାର ନିୟମ ନଥିବା ବେଳେ ଦୁର୍ଘଟଣା ରୋକିବା ଦିଗରେ ଏଭଳି ପଦକ୍ଷେପ ପାଇ ଏନଏଚଆଇ କତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତି ନିଆଯିବ କହିଛନ୍ତି ଟ୍ରାଫିକ ଡିସିପି।

ବାଇଟ-ବିଜୟ କୁମାର ସାହୁ,ଡିସିପି ଟ୍ରାଫିକ
ହ୍ବାଟସପରେ ବାଇଟ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.