ETV Bharat / city

କେନ୍ଦ୍ରର ନିର୍ଦ୍ଦେଶ ପରେ 5-12 ବର୍ଷ ପିଲାଙ୍କର ହେବ ଟୀକାକରଣ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Apr 27, 2022, 8:31 PM IST

5-12 ବର୍ଷ ବର୍ଗର ପିଲାଙ୍କ ଟୀକାକରଣ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କହିଲେ କେନ୍ଦ୍ର ନିର୍ଦ୍ଦେଶ ପରେ ନିଆଯିବ ନିଷ୍ପତ୍ତି । ଅଧିକ ପଢନ୍ତୁ

କେନ୍ଦ୍ରର ନିର୍ଦ୍ଦେଶ ପରେ 5-12 ବର୍ଷ ପିଲାଙ୍କର ହେବ ଟୀକାକରଣ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
କେନ୍ଦ୍ରର ନିର୍ଦ୍ଦେଶ ପରେ 5-12 ବର୍ଷ ପିଲାଙ୍କର ହେବ ଟୀକାକରଣ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଅନ୍ୟରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁଣି ଟୀକାକରଣକୁ ଗୁରୁତ୍ବ ଦେଲେ ରାଜ୍ୟ ସରକାର । କେନ୍ଦ୍ରର ନିର୍ଦ୍ଦେଶ କ୍ରମେ ଟୀକାକରଣ ଉପରେ ବିଚାର ବିମର୍ଶ କରାଯିବ କହିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, 5-12 ବର୍ଷ ବର୍ଗର ପିଲାମାନଙ୍କୁ ଟିକା ଦେବାପାଇଁ DCGI ଜରୁରୀକାଳୀନ ଅନୁମତି ପ୍ରଦାନ କରିଛନ୍ତି । ଏହା ଉପରେ ଭାରତ ସରକାରଙ୍କ ପକ୍ଷରୁ ଏକ୍ସପର୍ଟ ଗ୍ରୁପ ନିଷ୍ପତ୍ତି ନେବା ପରେ କେନ୍ଦ୍ର ରାଜ୍ୟକୁ ଯେଉଁ ମାର୍ଗଦର୍ଶିକା ଦେବ ତାକୁ ଭିତ୍ତି କରି ପିଲାଙ୍କୁ ଟୀକାକରଣ ଉପରେ ବିଚାର ବିମର୍ଷ କରାଯିବ ।

ରାଜ୍ୟରେ 5-12 ବର୍ଷ ବୟସର 50 ଲକ୍ଷ 43 ହଜାର ପିଲା ଅଛନ୍ତି । ବର୍ତ୍ତମାନ ସୁଦ୍ଧା 3000 ଟୀକାକରଣ କେନ୍ଦ୍ର ରହିଛି । ତେଣୁ ଟିକା ଦେବାରେ କୌଣସି ଅସୁବିଧା ହେବ ନାହିଁ । ବର୍ତ୍ତମାନ ସୁଦ୍ଧା ସାଢେ ୬ କୋଟିରୁ ଊର୍ଦ୍ଧ୍ବ ଟୀକାକରଣ ସରିଲାଣି । 12-14 ବର୍ଷ ପିଲା 78%, 15-18 ବର୍ଷ ବର୍ଗର ପିଲା 88% ଟିକା ନେଇସାରିଲେଣି । 18 ବର୍ଷରୁ ଊର୍ଦ୍ଧ୍ବ ବର୍ଗର ପ୍ରଥମ ଡୋଜ 96% ଓ ଦ୍ୱିତୀୟ ଡୋଜ 87% ଲୋକ ନେଇ ସାରିଲେଣି । ଭାରତ ସରକାରଙ୍କ ନିର୍ଦ୍ଦେଶ ଆସିବା ମାତ୍ରେ 5-12 ବର୍ଷ ବର୍ଗର ପିଲାଙ୍କୁ ଟିକା ଦିଆଯିବ ।

ସେପଟେ ଚତୁର୍ଥ ଲହର ଆଶଙ୍କା ରହିଥିବାରୁ ଯେଉଁମାନେ ଟିକା ନେଇନାହାନ୍ତି, ସେମାନ ଯଥାଶୀଘ୍ର ଟିକା ନେଇଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ପ୍ରିକସନ ଡୋଜ ମାତ୍ର ୧୮ ପ୍ରତିଶତ ରହିଥିବାରୁ କିଛି ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ଯେଉଁମାନଙ୍କର ଡିୟୁ ହୋଇଛି ସେମାନେ ପ୍ରିକସନ ଡୋଜ ନେଇଯିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.