ETV Bharat / city

4ର୍ଥ ପର୍ଯ୍ୟାୟ ନିର୍ବାଚନ: ୯୫ ଲକ୍ଷ ଭୋଟରଙ୍କ ହାତରେ ୩୮୮ ପ୍ରାର୍ଥୀଙ୍କ ଭାଗ୍ୟ - bbsr

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସିଇଓଙ୍କ ପ୍ରେସ୍‌ମିଟ୍‌ । ସୋମବାର 6ଟି ଲୋକସଭା, 41ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 28, 2019, 7:53 PM IST

Updated : Apr 28, 2019, 10:12 PM IST

ଭୁବନେଶ୍ବର: ରାତି ପାହିଲେ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଆଉ ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । 4ର୍ଥ ପର୍ଯ୍ୟାୟ ନିର୍ବାଚନ ନେଇ ସିଇଓ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସୋମବାର 6ଟି ଲୋକସଭା ଓ ଏହା ଅନ୍ତର୍ଗତ 41ଟି ବିଧାନସଭା ଆସନରେ ପଡିବ ଭୋଟ । ଲୋକସଭା ପାଇଁ 12 ମହିଳାଙ୍କ ସମେତ ମୋଟ 52 ଜଣ ପ୍ରାର୍ଥୀ ନିଜର ଅଗ୍ନୀ ପରୀକ୍ଷା ଦେବେ । ବିଧାନସଭା ପାଇଁ 336 ଜଣ ପ୍ରାର୍ଥୀ ଥିବାବେଳେ ସେମାନଙ୍କ ମଧ୍ୟରୁ 34 ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ଅଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି 4ର୍ଥ ପର୍ଯ୍ୟାୟ ମତଦାନ କରିବେ 95 ଲକ୍ଷ 653 ଜଣ ଭୋଟର । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା 49ଲକ୍ଷ 10ହଜାର 79 ଏବଂ ମହିଳା ଭୋଟର ସଂଖ୍ୟା 45 ଲକ୍ଷ 98ହଜାର 979 । ସେହିପରି ଦିବ୍ୟାଙ୍ଗ ଭୋଟର ସଂଖ୍ୟା 1 ଲକ୍ଷ 86 ହଜାର 455 । 10 ହଜାର 792 ମତଦାନ କେନ୍ଦ୍ରରେ ଭୋଟିଂ ହେବ ।

ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ରାପଡା ଉପରେ ବିଶେଷ ଧ୍ୟାନ ରଖାଯାଇଛି । ତେଣୁ ଏନେଇ କେନ୍ଦ୍ରାପଡାରେ ଅଧିକ ଫୋର୍ସ ମୁତୟନ କାରାଯାଇଛି । ଏହା ସହିତ ପୋଲିଂ ବୁଥରେ କ୍ୟାମେରା ପ୍ରବେଶ ବେଆଇନ ବୋଲି ପ୍ରେସମିଟରେ ସିଇଓ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 28, 2019, 10:12 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.