ଭୁବନେଶ୍ବର: ଗାଁରେ ଟେଲିଫୋନ ଟାୱାର ନଥିବାରୁ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ବର୍ତ୍ତମାନ ଟେକ୍ନୋଲୋଜିର ସମୟ ହୋଇଥିବାରୁ ଅଧିକରୁ ଅଧିକ ଟେଲିଫୋନ ଟାୱାର ନିର୍ମାଣ କରାଯାଉ ବୋଲି ଉଭୟ ଶାସକ ଓ ବିରୋଧୀ ସଦସ୍ୟ ଏହି ଦାବି କରିଛନ୍ତି । ଏହା ଉପରେ ବିଧାନସଭାରେ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି, ''3,093 ଗାଁରେ 493ଟି ଟେଲିଫୋନ ଟାୱାର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି । ସେଥିରୁ 158ଟି ଟାୱାର ନିର୍ମାଣ ସରିଛି । ଆଉ 325ଟି ଟେଲିଫୋନ ଟାୱାର ନିର୍ମାଣ ହେବ । ଏହାବାଦ୍ 100ଟି ଅଧିକ ଟେଲିଫୋନ ଟାୱାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି । ବର୍ତ୍ତମାନ ସରକାରୀ କାର୍ଯ୍ୟାଳୟ ଉପରେ ଟେଲିଫୋନ ଟାୱାର ନିର୍ମାଣ କରିବା ପାଇଁ ଯୋଜନା କରାଯାଉଛି ।''
ଇଟିଭି ଭାରତ, ଭୁବନେଶ୍ବର