ଭୁବନେଶ୍ବର: ଫଳପ୍ରଦ ହେଉଛି ଲକଡାଉନ । ରାଜ୍ୟରେ ତଳମୁହାଁ କୋରୋନା ମିଟର । ଗତ 24 ଘଣ୍ଟାରେ ରାଜ୍ୟରେ 4ହଜାର 852 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କୋରୋନା ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 47 ହଜାର 313ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 2,765 ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ରହିଥିବା ବେଳେ 2087 ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 275, ବାଲେଶ୍ବରରୁ 364, ବରଗଡରୁ 61, ଭଦ୍ରକରୁ 222, ବଲାଙ୍ଗୀରରୁ 31, ବୌଦ୍ଧରୁ 57, କଟକରୁ 505, ଦେଓଗଡରୁ 20, ଢେଙ୍କାନାଳରୁ 150 ଓ ଗଜପତିରୁ 48 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି, ଗଞ୍ଜାମରୁ 40, ଜଗତସିଂହପୁରରୁ 180,ଯାଜପୁରରୁ 383, ଝାରସୁଗୁଡାରୁ 16, କଳାହାଣ୍ତିରୁ 60, କନ୍ଧମାଳରୁ 83, କେନ୍ଦ୍ରାପଡାରୁ 287, କେନ୍ଦୁଝରରୁ 96, ଖୋର୍ଦ୍ଧାରୁ 649 ଓ କୋରାପୁଟରୁ 88 ସଂକ୍ରମିତ ରହିଛନ୍ତି । ମାଲକାନଗିରିରୁ 89, ମୟୂରଭଞ୍ଜରୁ 210, ନବରଙ୍ଗପୁରରୁ 108, ନୟାଗଡରୁ 136, ନୂଆପଡାରୁ 22, ପୁରୀରୁ 237, ରାୟଗଡାରୁ 105, ସମ୍ବଲପୁରରୁ 41, ସୋନପୁରରୁ 35 ଓ ସୁନ୍ଦରଗଡରୁ 157 ପଜିଟିଭ ରହିଛନ୍ତି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8 ଲକ୍ଷ 47 ହଜାର 313 ରେ ପହଞ୍ଚିଥିବା ବେଳେ 62 ହଜାର 515 ରହିଛି ସକ୍ରିୟ ମାମଲା । ସେପଟେ ଗୋଟିଏ ଦିନରେ 8 ହଜାର 516 ଜଣ ସୁସ୍ଥ ହୋଇ ଏଯାବତ୍ 7 ଲକ୍ଷ 81 ହଜାର 488 ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ 1 କୋଟି 25 ଲକ୍ଷ 90 ହଜାର 363ଟି ନମୁନାର କୋରୋନା ପରୀକ୍ଷଣ କରାଯାଇଛି ।
ଭୁୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ