ଭୁବନେଶ୍ବର: ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା । ରବିବାର କରାଯାଇଥିବା କୋରୋନା ଟେଷ୍ଟରେ 483 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା 13295ରେ ପହଞ୍ଚିଛି । ସେହିପରି 354 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ସହରର ବିଭିନ୍ନ ସ୍ଥାନରେ ହୋମକ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 205 ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ସ୍ଥାନୀୟ ସଂକ୍ରମଣ 278ରେ ପହଞ୍ଚିଛି ।
ହୋମ କ୍ଵାରେଣ୍ଟାଇନରେ ଚିହ୍ନଟ 205 ଜଣଙ୍କ ମଧ୍ୟରୁ 7 ଜଣ ୟୁନିଟ 9 ଅଞ୍ଚଳରୁ ରହିଥିବାବେଳେ 8 ଜଣ ସହିଦ ନଗର, 4 ଜଣ ୟୁନିଟ-9, 6 ଜଣ ୟୁନିଟ-6, 8 ଜଣ ସତ୍ୟବିହାର, 4 ଜଣ ଚିନ୍ତାମଣିଶ୍ୱର, 4 ଜଣ ହସ୍ପିଟାଲ କର୍ମଚାରୀ, 4 ଜଣ ରାଜଭବନ କଲୋନୀ, 3 ଜଣ ଅଶୋକ ନଗର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ସ୍ଥାନୀୟ ସଂକ୍ରମଣରେ 278 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 14 ଜଣ ୟୁନିଟ 9 ଅଞ୍ଚଳର, 10 ଜଣ ଇଡକୋ କଲୋନୀ, 11 ଜଣ ସହିଦ ନଗର, 9 ଜଣ ନୀଳାଦ୍ରି ବିହାର, 7 ଜଣ ରସୁଲଗଡ, 11 ଜଣ ପଟିଆ, 11 ଜଣ କଳିଙ୍ଗ ବିହାର, 12 ଜଣ ନୟାପଲ୍ଲୀ, 4 ଜଣ ବ୍ରିଟ କଲୋନୀ ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ମୋଟ ଆକ୍ରାନ୍ତ 13295 ରହିଥିବାବେଳେ 8221 ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷେ 5014 ଜଣ ସକ୍ରିୟ ରହିଥିବାବେଳେ 48 ଜଣଙ୍କ ମୃତ୍ୟୁ ହୋଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ