ETV Bharat / city

ମୋ ସ୍କୁଲ ସହ ଯୋଡ଼ି ହେଲା ୪୬୬୪ ବିଦ୍ୟାଳୟ - ମୋ ସ୍କୁଲ ସହ ଯୋଡ଼ି ହେଲା ୪୬୬୪ ବିଦ୍ୟାଳୟ

‘ମୋ ସ୍କୁଲ ଅଭିଯାନ’ ର 21 ତମ କାର୍ଯ୍ୟକାରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟର 4667 ନୂଆ ସ୍କୁଲ ମୋ ସ୍କୁଲ ସହ ଯୋଡି ହୋଇଛନ୍ତି। ଅଧିକ ପଢନ୍ତୁ...

ମୋ ସ୍କୁଲ ସହ ଯୋଡ଼ି ହେଲା ୪୬୬୪ ବିଦ୍ୟାଳୟ
ମୋ ସ୍କୁଲ ସହ ଯୋଡ଼ି ହେଲା ୪୬୬୪ ବିଦ୍ୟାଳୟ
author img

By

Published : Jan 29, 2021, 8:39 AM IST

ଭୁବନେଶ୍ବର : ମୋ ସ୍କୁଲ ଅଭିଯାନରେ ଯୋଡି ହେଲା ରାଜ୍ଯର ଆଉ 4667 ନୂଆ ସ୍କୁଲ । 4664 ସ୍କୁଲ ପାଇଁ ମୋଟ 32 କୋଟି 54 ଲକ୍ଷ ହଜାର 599 ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏଥିପାଇଁ ବିଗତ ଏକ ମାସ ମଧ୍ୟରେ ପ୍ରାୟ 74 ହଜାର ପୁରାତନ ଛାତ୍ରଛାତ୍ରୀ 10.58 କୋଟି ଅଂଶଦାନ କରିଛନ୍ତି । ବାଲେଶ୍ବରରେ 3.32 କୋଟି, କେନ୍ଦୁଝରରେ 1.90 କୋଟି , ଭଦ୍ରକରେ 60.96 ଲକ୍ଷ, ପୁରୀରେ 44. 93 ଲକ୍ଷ ଏବଂ ସମ୍ବଲପୁରରେ 38.91 ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ମୋ ସ୍କୁଲ ସହ ଯୋଡି ହୋଇଥିବା 4664 ବିଦ୍ୟାଳୟ ‘‘ ମୋ ସ୍କୁଲ ଅଭିଯାନ’’ ର 21 ତମ କାର୍ଯ୍ୟକାରୀ ପରିଷଦ ବୈଠକରେ ଏନେଇ ସୂଚନା ଦିଆଯାଇଛି। ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରିଥିଲେ ।

ଏହି ବୈଠକରେ ବିଭିନ୍ନ ପ୍ରକଳ୍ପଗୁଡିକର ଅଗ୍ରଗତି ଓ ତଦାରଖ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଥିଲା । ଜିଲ୍ଲାପୁରରେ ତଦାରଖ ଦଳ ଗଠନ କରାଯାଇ ବିଦ୍ୟାଳୟ ସ୍ତରରେ ମୋ ସ୍କୁଲ ପ୍ରକଳ୍ପର ତଦାରଖକୁ ତ୍ବରାନ୍ବିତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୮୦୮୩ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ସାରିଥିବାବେଳେ ୧୬୨୮ଟି ପ୍ରକଳ୍ପର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ୩.୬୦ ଲକ୍ଷରୁ ପୂର୍ବ ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ' ଅଭିଯାନରେ ସାମିଲ ହୋଇଛନ୍ତି ଏବଂ ରାଜ୍ୟରେ ସମସ୍ତ ଜିଲ୍ଲାର ପ୍ରାୟ ୨୨ ୦୦୦ ସ୍କୁଲକୁ ମୋ ସ୍କୁଲ' ଅଭିଯାନରେ ସାମିଲ କରାଯାଇଛି ।

ସେହିପରି କୋରୋନା ସମୟରେ ଚଳିତ ବର୍ଷ ଜାନୁଆରୀ ୨୦ ତାରିଖ ସୁଦ୍ଧା ପ୍ରାୟ ୩୦ କୋଟି ଟଙ୍କା ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ଅଂଶଦାନ ହୋଇଛି । “ମୋ ସ୍କୁଲ ଅଭିଯାନ' ଅଧୀନରେ ଆରମ୍ଭ ହୋଇଥିବା ସ୍କୁଲ ଆସନ୍' କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏକ ସ୍ଵତନ୍ତ୍ର ସେଲ୍ ଗଠନ କରାଯାଇଛି । ଏହା ସହ 'ମୋ ସ୍କୁଲ'ର ପ୍ରୋଜେକ୍ଟ ମନିଟରିଂ ୟୁନିଟଙ୍କୁ ଅଧିକ ସଶକ୍ତ କରି ସ୍କୁଲ ଆସନ୍ ଅଭିଯାନକୁ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରହିଛି ।ଏନେଇ ସ୍ବତନ୍ତ୍ର ଟେଲିଫୋନ ନମ୍ବର ୦୬୭୪-୨୩୯୩୯୩୩ ଏବଂ ମୋବାଇଲ ନମ୍ବର-୯୮୬୧୪୯୦୯୨୯ର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.