ETV Bharat / city

ପିଆଜ ଗାଡ଼ିରେ ୪୫ ବସ୍ତା ଗଞ୍ଜେଇ, ୨ ଗିରଫ

ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ । ପିଆଜ ଗାଡ଼ିରେ ବିଶାଖାପାଟଣାରୁ ଆଲିଗଡ ହେଉଥିଲା ଚୋରାଚାଲାଣ । ଭୁବନେଶ୍ବରରେ ଧରିଲା ଡିଆରଆଇ ।

author img

By

Published : Sep 4, 2019, 9:46 PM IST

Updated : Sep 4, 2019, 10:21 PM IST

ଡ଼ିଜାଇନ ଫଟୋ

ଭୁବନେଶ୍ବର: ବିଶାଖାପାଟଣାରୁ ଆଲିଗଡ ଭାୟା ଭୁବନେଶ୍ବର । ପିଆଜ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ । ଡିଆରଆଇ ହାତରେ ଧରାପଡିଲା ୪୫ ବସ୍ତା ଗଂଜେଇ ସହ ୨ ଅଭିଯୁକ୍ତ । ଗତ ୨ ତାରିଖରେ ଭୁବନେଶ୍ବର ଡିଆରଆଇ ୟୁନିଟ୍ ସୂଚନା ପାଇ ଆରମ୍ଭ କରିଥିଲା ଅପରେସନ ।

ଗାଡ଼ି ନଂ AP31TD990ଏକ ପିଆଜ ବୋଝେଇ ଟ୍ରକ ବିଶାଖାପାଟଣାରୁ ବାହାରି ଇଛାପୁରମ ଦେଇ ବ୍ରହ୍ମପୁର ଠାରେ ପହଞ୍ଚିଥିଲା । ଡିଆରଆଇ ଅଧିକାରୀ ଚେକିଂ ବେଳେ ଟ୍ରକଟି ଆଲିଗଡ ଯାଉଥିବା କହିଥିଲେ ଡ୍ରାଇଭର । ସନ୍ଦେହ ହେବାରୁ ଯାଞ୍ଚ କରିଥିଲେ ଅଧିକାରୀ । ଗାଡ଼ିରେ ଝୋଟ ଅଖା ବୋଝେଇ ୪୫ଟି ବସ୍ତାରେ ୯୮୮ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୁଲ୍ୟ ୧କୋଟି ୪୮ ଲକ୍ଷ ୩୨ହଜାର ୩୨୦ଟଙ୍କା ହେବ । ଏହି ଘଟଣାରେ ଟ୍ରକ ଡ୍ରାଇଭର ସହ ହେଲପରକୁ ଗିରଫ କରି ତଦନ୍ତ ଜାରି ରଖିଛି ଡିଆରଆଇ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ପିଆଜ ବୋଝେଇ ଟ୍ରକରେ ଗଂଜେଇ ଚାଲାଣ
ଡିଆରଆଇ ହାତରେ ୪୫ବସ୍ତା ସହ ୨ଗିରଫBody:

ବିଶାଖାପାଟଣାରୁ ଆଲିଗଡ ଭାୟା ଭୁବନେଶ୍ବର।ପିଆଜ ବୋଝେଇ ଟ୍ରକେରେ ଗଂଜେଇ ଚାଲାଣ।ଡିଆର ହାତରେ ଧରାପଡିଲା ୪୫ ବସ୍ତା ଗଂଜେଇ ସହ ୨ଜଣ।ଗତ ୨ ତାରିଖରେ ଭୁବନେଶ୍ବର ଡିଆରଆଇ ୟୁନିଟ ସୁଚନା ପାଇ ଆରମ୍ଭ କରିଥିଲା ଅପରେସନ । AP31TD990ଏକ ପିଆଜ ବୋଝେଇ ଟ୍ରକ ବିଶାଖାପାଟଣାରୁ ବାହାରି ଇଛାପୁରମ ଦେଇ ବ୍ରହ୍ମପୁର ଠାରେ ପହଂଚିଥିଲା। ଡିଆରଆଇ ଅଧିକାରି ଚେକିଂ ବେଳେ ଟ୍ରକଟି ଆଲିଗଡ ଯାଉଥିବା କହିଥିଲେ। ସଂଦେହ ହେବାରୁ ଯାଂଚବେଳେ ଝୋଟ ଅଖା ବୋଝେଇ ୪୫ ବସ୍ତାରେ ୯୮୮କେଜିର ଗଂଜେଇଚାଲାଣ ହେଉଥିଲା। ଯାହାର ଆନୁମାନିକ ମୁଲ୍ଯ ୧କୋଟି ୪୮ ଲକ୍ଷ ୩୨ହଜାର ୩୨୦ଟଙ୍କା ହେବ। ଏହି ଘଟଣାରେ ଟ୍ରକ ଡ୍ରାଇଭର ସହ ହେଲପରକୁ ଗିରଫ କରି ତଦନ୍ତ ଜାରି ରଖିଛି ଡିଆରଆଇ ଆଂଚଳିକ ଭୁବନେଶ୍ବର ଟିମ।Conclusion:
Last Updated : Sep 4, 2019, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.