ETV Bharat / city

ଭୁବନେଶ୍ୱରରୁ ଆଉ 45 ନୂଆ କୋରୋନା ପଜିଟିଭ ଚିହ୍ନଟ - କୋରୋନା ଅପଡେଟ

ଭୁବନେଶ୍ୱରରେ ବଢୁଛି ସ୍ଥାନୀୟ ସଂକ୍ରମଣ ସଂଖ୍ୟା । ଶନିବାର 45 ଜଣ ସଂକ୍ରମଣ ହୋଇଥିବାବେଳେ, 31 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଭୁବନେଶ୍ୱରରେ ଆଉ 45 ନୂଆ ପଜିଟଭ ଚିହ୍ନଟ

author img

By

Published : Jul 4, 2020, 5:01 PM IST

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଛି କୋରୋନା ପଜିଟିଭ । ଏହା ସାଙ୍ଗକୁ ରାଜଧାନୀରେ ମଧ୍ୟ ବଢ଼ିବାରେ ଲାଗିଛି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି(ଶନିବାର) ପୁଣି 45 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 31 ଜଣ ସୁସ୍ଥ ହୋଇଛନ୍ତି।

ତେବେ 37 ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 8 ଜଣ ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି। ତେବେ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା 37 ଜଣଙ୍କ ମଧ୍ୟରେ ମଞ୍ଚେଶ୍ୱରରୁ 12 ଜଣ, ନୂଆଗାଁରୁ 6 ଜଣ, ଘରୋଇ ହସ୍ପିଟାଲରୁ 3 ଜଣ । ଚନ୍ଦ୍ରଶେଖରପୁରରୁ, ଆଇଗିଣିଆ, ସତ୍ୟନଗର, ଭରତପୁର ଅଞ୍ଚଳରୁ 5 ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ 7 ଜଣ ହଂସପାଳ, ଚକେଇସିଆଣି, ଲକ୍ଷ୍ମୀସାଗର, ୟୁନିଟ 4 ମାର୍କେଟ, ଅଶୋକନଗର, ବରମୁଣ୍ଡା, ଓଲ୍ଡଟାଉନରେ ଜଣେ ଲେଖାଁଏ ଚିହ୍ନଟ ହୋଇଛନ୍ତି।

କୋରୋନା ଅପଡେଟ: ଭୁବନେଶ୍ୱରରେ ଆଉ 45 ନୂଆ ପଜିଟଭ ଚିହ୍ନଟ
କୋରୋନା ଅପଡେଟ: ଭୁବନେଶ୍ୱରରେ ଆଉ 45 ନୂଆ ପଜିଟଭ ଚିହ୍ନଟ

ସେହିପରି 4 ଜଣ କେନ୍ଦ୍ରୀୟ ହସ୍ପିଟାଲର କର୍ମଚାରୀ ଥିବାବେଳେ, 8 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହପରି ବରମୁଣ୍ଡା ଅଞ୍ଚଳର 48 ବର୍ଷର ବ୍ୟକ୍ତି, କେଦାରଗୌରୀ ଅଞ୍ଚଳର 56 ବର୍ଷର ବ୍ୟକ୍ତି, ସାଲିଆ ସାହିର 27 ବର୍ଷର ଯୁବତୀ, ଖଣ୍ଡଗିରି ଅଞ୍ଚଳର 27 ବର୍ଷର ଯୁବକ। ସେହିପରି ଡୁମଡୁମା ଅଞ୍ଚଳର 36 ବର୍ଷର ଯୁବକ ରହିଥିବା ବେକେ 2 ଜଣ ହେଉଛନ୍ତି ୟୁନିଟ 4, ଏମଏଲଏ କଲୋନୀ ଅଞ୍ଚଳର ଓ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ତେବେ ଭୁବନେଶ୍ୱରରେ ମୋଟ 414 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ଏଥିରେ 6 ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ 247 ଜଣ ସୁସ୍ଥ ହୋଇଥିବା ବେଳେ, 160 ଜଣ ବର୍ତ୍ତମାନ ସକ୍ରିୟ ଅଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.