ETV Bharat / city

ରାଜ୍ୟରେ ଗୋଟିଏ ଦିନରେ 4356 କୋରୋନା ଆକ୍ରାନ୍ତ ଚିହ୍ନଟ, ପୁଣି ଆଗରେ ଖୋର୍ଦ୍ଧା

author img

By

Published : Sep 26, 2020, 12:10 PM IST

ରାଜ୍ୟ କୋରୋନା ମାମଲାରେ ଲାଗୁନି ବ୍ରେକ । ଦିନକୁ ଦିନ କୋରୋନା ମାମଲା ଅସମ୍ଭାଳ ହେଉଥିବା ବେଳେ ରାଜ୍ୟରେ 24 ଘଣ୍ଟାରେ 4356 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 2 ଲକ୍ଷ 5 ହଜାର 452ରେ ପହଞ୍ଚିଛି ।

ରାଜ୍ୟରେ ଗୋଟିଏ ଦିନରେ 4356  ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ କୋରୋନା ମାମଲାରେ ଲାଗୁନି ବ୍ରେକ । ଦିନକୁ ଦିନ କୋରୋନା ମାମଲା ଅସମ୍ଭାଳ ହେଉଥିବା ବେଳେ ରାଜ୍ୟରେ 24 ଘଣ୍ଟାରେ 4356 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 2 ଲକ୍ଷ 5 ହଜାର 452ରେ ପହଞ୍ଚିଛି ।

ଏପଟେ ଶନିବାର ପୁଣି ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଶନିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ୱେରାଣ୍ଟାଇନ କେନ୍ଦ୍ରରୁ 2529 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1827 ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଶନିବାର ଚିହ୍ନଟ 4356 ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ 902 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 409, ଅନୁଗୁଳ 197, ବାଲେଶ୍ୱରରେ 194, ବରଗଡରେ 106, ଭଦ୍ରକରେ 124, ବଲାଙ୍ଗୀରରେ 76, ବୌଦ୍ଧରେ 49, ଦେଓଗଡରେ 14, ଢେଙ୍କାନାଳରେ 84, ଗଜପତିରେ 20, ଗଂଜାମରେ 62, ଜଗତସିଂହପୁରରେ 171, ଯାଜପୁରରେ 136, କଳାହାଣ୍ଡିରେ 71, କନ୍ଧମାଳରେ 91, କେନ୍ଦ୍ରାପଡାରେ 119, କେନ୍ଦୁଝରରେ 55, କୋରାପୁଟରେ 82, ମାଲକାନଗିରିରେ 28, ମୟୂରଭଞ୍ଜରେ 153, ନବରଙ୍ଗପୁରରେ 58, ନୟାଗଡରେ 51, ନୂଆପଡାରେ 173, ପୁରୀରେ 168, ରାୟଗଡାରେ 121, ସମ୍ବଲପୁରରେ 81,ସୋନପୁରରେ 14, ସୁନ୍ଦରଗଡରେ 101, ଷ୍ଟେଟ ପୋଲରୁ 326 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 2 ଲକ୍ଷ 5 ହଜାର 452ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1ଲକ୍ଷ 65 ହଜାର 432 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 39 ହଜାର 184 ଆକ୍ରାନ୍ତ ଏବେବି ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ରାଜ୍ୟରେ ଏଯାବତ୍ 30 ଲକ୍ଷ 62 ହଜାର 717 ନମୂନା ପରୀକ୍ଷା କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.