ETV Bharat / city

ରାଜ୍ୟରେ ଭୟାନକ ହେଉଛି ଭାଇରସ; 24 ଘଣ୍ଟାରେ 424 କୋରୋନା ଆକ୍ରାନ୍ତ

author img

By

Published : Apr 3, 2021, 12:29 PM IST

Updated : Apr 3, 2021, 12:39 PM IST

ଭୟ ବଢାଉଛି କୋରୋନାର ଦ୍ବିତୀୟ ଲହରୀ । ପୁଣି ରାଜ୍ୟରେ ବଢିଚାଲିଛି ସଂକ୍ରମଣ । ଆଜି ଗୋଟିଏ ଦିନରେ 3 ଜିଲ୍ଲାରୁ 70 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

24 ଘଣ୍ଟାରେ 424 କୋରୋନା ଆକ୍ରାନ୍ତ
24 ଘଣ୍ଟାରେ 424 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଡରାଇଲାଣି କୋରୋନାର ଦ୍ବିତୀୟ ଲହରୀ । ଗତ 24 ଘଣ୍ଟାରେ 424 ନୂଆ ସଂକ୍ରମିତ ଚିହ୍ନଟ । ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 42 ହଜାର 224ରେ ପହଞ୍ଚିଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ 267 ଜଣ କ୍ବାରେଣ୍ଟାଇନରେ ରହିଥିଲେ । ସ୍ଥାନୀୟ ଅଞ୍ଚଳରୁ 185 ବାହାରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 77 ଚିହ୍ନଟ ହୋଇଛନ୍ତି । ଏହା ପଛକୁ ସୁନ୍ଦରଗଡରୁ 75, ନୂଆପଡାରୁ 71 ଆକ୍ରାନ୍ତ ବାହାରିଛନ୍ତି ।

ଅନୁଗୋଳରୁ 12, ବାଲେଶ୍ବରରୁ 5, ବରଗଡରୁ 19, ଭଦ୍ରକ 4, ବଲାଙ୍ଗୀରରୁ 15, କଟକ 26, ଦେବଗଡରୁ 1, ଢେଙ୍କାନାଳ 1, ଗଜପତିରୁ 4, ଗଞ୍ଜାମରୁ 13, ଜଗତସିଂହପୁରରୁ 1, ଯାଜପୁରରୁ 8, ଝାରସୁଗୁଡାରୁ 17, କଳାହାଣ୍ଡିରୁ 29, କନ୍ଧମାଳରୁ 4, କେନ୍ଦ୍ରାପଡାରୁ 2, କେନ୍ଦୁଝରରୁ3, କୋରାପୁଟରୁ 2, ମାଲକାନାଗିରିରୁ 2 ଓ ମୟୂରଭଞ୍ଜରୁ 10 ଜଣ ନୂତନ ଆକ୍ରାନ୍ତ ହୋଇଛନ୍ତି। ସେହିପରି ନବରଙ୍ଗପୁରରୁ 8, ନୟାଗଡରୁ 1, ପୁରୀ 11, ରାୟଗଡାରୁ 5, ସମ୍ବଲପୁରରେ 10 ଜଣ ସଂକ୍ରମିତ ହୋଇଛନ୍ତି ।

ସେପଟେ, ରାଜ୍ୟରେ କୋରୋନାରୁ 218 ଜଣ ସୁସ୍ଥ ହେବା ପରେ ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ 27 ହଜାର 430 ରେ ପହଞ୍ଚି । ସକ୍ରିୟ ମାମଲା 2820 ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 3, 2021, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.