ETV Bharat / city

ରାଜଧାନୀରେ 409 ନୂଆ ଆକ୍ରାନ୍ତ, ବଢୁଛି ସ୍ଥାନୀୟ ସଂକ୍ରମଣ - bhubaneswar news

ଶନିବାର ରାଜଧାନୀରୁ 409 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 344 ଜଣ ସୁସ୍ଥ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ରାଜଧାନୀରେ 409 ନୂଆ ଆକ୍ରାନ୍ତ, ବଢୁଛି ସ୍ଥାନୀୟ ସଂକ୍ରମଣ

author img

By

Published : Sep 5, 2020, 7:20 PM IST

ଭୁବନେଶ୍ୱର: ଶନିବାର ରାଜଧାନୀରୁ 409 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 344 ଜଣ ସୁସ୍ଥ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ରାଜଧାନୀର ବିଭିନ୍ନ ଅଞ୍ଚଳରେ ରହିଥିବା ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 242 ଜଣ କୋରୋନା ଚିହ୍ନଟ କରାଯାଇଛି । ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟୁଛି । ଯାହା ଦ୍ବାରା ସ୍ଥାନୀୟ ସଂକ୍ରମଣ ସଂଖ୍ୟା 167ରେ ପହଞ୍ଚିଛି ।

ହୋମକ୍ଵାରେଣ୍ଟାଇନରୁ ଚିହ୍ନଟ 242 ଜଣଙ୍କ ମଧ୍ୟରୁ 12 ଜଣ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ, 6 ଜଣ ସରକାରୀ କର୍ମଚାରୀ ରହିଛନ୍ତି । ଅନ୍ୟପକ୍ଷରେ 11 ଜଣ ଚନ୍ଦ୍ରଶେଖରପୁର ଅଞ୍ଚଳରୁ, 3 ଜଣ ୟୁନିଟ-6, 7 ଜଣ ଷ୍ଟେସନ ବଜାର ଅଞ୍ଚଳ, 8 ଜଣ ଚନ୍ଦ୍ରଶେଖରପୁର, 8 ଜଣ କାଳିଆ ବସ୍ତି, 6 ଜଣ ଶିଖରଚଣ୍ଡୀ ବସ୍ତି, 8 ଜଣ ଚକେଇସିଆଣି, 4 ଜଣ କଳିଙ୍ଗନଗର, 5 ଜଣ ନୀଳାଦ୍ରି ବିହାର, 5 ଜଣ ନୟାପଲ୍ଲୀ, 4 ଜଣ ଘରୋଇ ହସ୍ପିଟାଲ, 5 ଜଣ ନାହାରକଣ୍ଟା, 5 ଜଣ 7ମ ବାଟାଲିୟନ, 4 ଜଣ ଆଚାର୍ଯ୍ୟବିହାର ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ କରାଯାଇଛି ।

ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ଭିଏସଏସ ନଗରର 10 ଜଣ, ସହିଦନଗରରୁ 5 ଜଣ, ନୟାପଲ୍ଲୀରୁ 6 ଜଣ , ମଞ୍ଚେଶ୍ୱରର 5 ଜଣ , ଦୂରଦର୍ଶନ କଲୋନୀର 5 , ଲକ୍ଷ୍ମୀସାଗରର 3 ଜଣ, ଖଣ୍ଡଗିରିର 4 ଜଣ, ଭିଟାମାଟିର 4 ଜଣ ଓ ବିଜେବି ନଗରରୁ 3 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅପରପକ୍ଷରେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 12812 ରହିଥିବାବେଳେ 7867 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 4886ଟି ସକ୍ରିୟ ମାମଲା ରହିଥିବାବେଳେ 47 ଜଣଙ୍କ ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.