ETV Bharat / city

'ଦେଶରେ 40 ହଜାର ସାମ୍ପୁଲର ଜିନମ ସିକ୍ୟୁଏନ୍ସିଂ 28ଟି ଲ୍ୟାବରେ କରାଯାଉଛି'

author img

By

Published : Jun 19, 2021, 7:29 PM IST

ଦେଶରେ 40 ହଜାର ସାମ୍ପୁଲ ଜିନମ ସିକ୍ୟୁଏନ୍ସିଂ କରାଯାଇଛି । 4ଟି ରାଜ୍ୟରୁ ସାମ୍ପୁଲକୁ ଆଣି ଆଇଏଲଏସ ଜିନମ ସିକ୍ୟୁଏନ୍ସିଂ କରୁଛି ବୋଲି ନିର୍ଦ୍ଦେଶକ କହିଛନ୍ତି । ଅଧିକ ପଢନ୍ତୁ...

ଦେଶରେ 40 ହଜାର ସାମ୍ପୁଲର ଜିନମ ସିକ୍ୟୁଏନ୍ସିଂ 28 ଟି ଲ୍ୟାବରେ କରାଯାଉଛି: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ବର: ଦେଶରେ 40 ହଜାର ସାମ୍ପୁଲ ଜିନମ ସିକ୍ୟୁଏନ୍ସିଂ କରାଯାଇଛି । 4 ଟି ରାଜ୍ୟ ବିହାର, ଛତିଶଗଡ ଓଡିଶା ଓ ଝାଡଖଣ୍ଡର ସାମ୍ପୁଲକୁ ନେଇ ଆଇଏଲଏସ ଜିନମ ସିକ୍ୟୁଏନିସିଂ କରୁଛି । ଏହି ସିକ୍ୟୁଏନ୍ସିଂ 10 ଟି ଲ୍ୟାବରେ କରାଯାଉଥିଲା । ଆଗାମୀ ସପ୍ତାହରେ ଏହା 28ଟି ଲ୍ୟାବରେ ଜିନମ ସିକ୍ୟୁଏନ୍ସିଂ କରାଯିବ ।

ଅଧିକ ସାମ୍ପୁଲର ଜିନମ ସିକ୍ୟୁଏନିସିଂ କରାଗଲେ ଜଣାପଡିବ ଯେ ଡେଲ୍ଟା ପ୍ଳସ ଭାଇରସ ସ୍ଥିତି କଣ ରହିଛି । ସମଗ୍ର ଦେଶରେ 6 ଟି କେସରେ ଡେଲ୍ଟା ପ୍ଲସ ଭାଇରସ ଚିହ୍ନଟ ହୋଇଛି । ଏଥିମଧ୍ୟରୁ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇଟି ରହିଥିବା ଜଣାପଡିଛି । ଦୁଇଟି ୱେଭରେ ଆମେ ଅନେକ ଶିଖିଛୁ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି । ଏହା ମଣିଷ ଠାରୁ ମଣିଷକୁ ବ୍ୟାପୁଛି । ଲକଡାଉନ କୋହଳ ହେବା ପରେ ଲୋକମାନେ କଟକଣା ମାନୁନାହାଁନ୍ତି । ଯେଉଁଥି ପାଇଁ ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ ସମସ୍ତେ ସରକାରଙ୍କର ଗାଇଡ଼ଲାଇନକୁ ସଠିକ ଭାବରେ ଅନୁପାଳନ କରିବାକୁ ଅନୁରୋଧ କରିଛନ୍ତି । 3ଟି ମୁଖ୍ୟ ପ୍ରମୁଖ କଥା ହେଉଛି ଭାଇରସର ମିଉଟେସନ, ମାସ୍କ ଓ ସାମାଜିକ ଦୂରତା ।

ଏପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ସବୁବେଳେ ସଚେତନ କରୁଛନ୍ତି । ପଜିଟିଭ ସଂଖ୍ୟା କେତେବେଳେ ବୃଦ୍ଧି ପାଇବ ତ ଆଉ କେତେବେଳେ କମିବ । ଏବେ ଆମେ ଏକ ଭଲ ସ୍ଥିତିରେ ରହିଛୁ । ଆଜି ପଜିଟିଭ ସଂଖ୍ୟା 5.3 ପ୍ରତିଶତ ଅଛି । ତୃତୀୟ ଲହର ପାଇଁ ବିଭିନ୍ନ ମତ ଆସୁଛି । ତଥାପି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି ବୋଲି ବିଜୟ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.