ETV Bharat / city

ରାଜ୍ୟର ଦୈନିକ ସଂକ୍ରମଣର 40% କେବଳ ଭୁବନେଶ୍ବରରୁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Oct 11, 2021, 11:41 AM IST

Updated : Oct 11, 2021, 12:36 PM IST

ରାଜଧାନୀରେ ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟର ଦୈନିକ ସଂକ୍ରମଣର 40 ପ୍ରତିଶତ କେବଳ ଭୁବନେଶ୍ୱରରୁ ଆସୁଛି ବୋଲି କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ରାଜ୍ୟର ଦୈନିକ ସଂକ୍ରମଣର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ;ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହେଉଥିବା ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ରାଜଧାନୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ବିଭାଗ । ଦୈନିକ ସଂକ୍ରମଣର ୪୦ପ୍ରତିଶତ କେବଳ ଭୁବନେଶ୍ୱରରୁ ଆସୁଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେବେ ପାର୍ବଣ ସମୟରେ ଲୋକଙ୍କୁ ଗହଳି ନକରିବାକୁ ସଚେତନ କରାଯାଉଥିଲେ ମଧ୍ୟ ବଜାରେ ଲୋକଙ୍କ ଭିଡ ଜମୁଛି । ଯେଉଁଥିପାଇଁ ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ରାଜ୍ୟର ଦୈନିକ ସଂକ୍ରମଣର 40 ପ୍ରତିଶତ କେବଳ ଭୁବନେଶ୍ୱରରୁ

ଗତକାଲି ଭୁବନେଶ୍ୱରରେ ସଂକ୍ରମଣ ଉପର ମୁହାଁ ହୋଇଥିବା ସାମ୍ନାକୁ ଆସିଛି । ମାତ୍ର ଏପରି ସ୍ଥିତିରେ ଲୋକମାନେ ସଚେତନ ହେଉ ନଥିବାରୁ କମିଶନରେଟ ପୋଲିସକୁ କଟକଣା ବଢ଼ାଇବା ପାଇଁ କୁହାଯାଇଛି । କିପରି ଲୋକମାନେ ବାହାରେ ଗହଳି ନ କରିବେ ଓ ଭିଡ଼କୁ ରୋକି ହେବ ସେ ନେଇ ପ୍ଲାନ କରିବାକୁ ଆମେ ନିର୍ଦେଶ ଦେଇଛୁ ବୋଲି କହିଛନ୍ତି ବିଜୟ ମହାପାତ୍ର । ତେବେ ପାର୍ବଣ ସମୟରେ ବାହାରେ ଅଧିକ ଗହଳି ନକରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 11, 2021, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.