ETV Bharat / city

ରାଜଧାନୀରେ 4 ବର୍ଷର କନ୍ୟାକୁ ଦୁଷ୍କର୍ମ

ରାଜଧାନୀରେ 4 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ତେବେ ଦୁଷ୍କର୍ମ କରିଥିବା ନାବାଳକକୁ ସୁଧାର ଗୃହକୁ ପଠାଇଛି ପୋଲିସ ।

ପ୍ରତିକାତ୍ମକ ଫଟୋ
author img

By

Published : Aug 3, 2019, 4:15 AM IST

ଭୁବନେଶ୍ବର: ରାଜଧାନୀରେ ଲଜ୍ୟା । 4 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ତେବେ ଦୁଷ୍କର୍ମ କରିଥିବା ନାବାଳକକୁ ସୁଧାର ଗୃହକୁ ପଠାଇଛି ପୋଲିସ ।

ସୂଚନା ଅନୁଯାୟୀ, ସ୍ବାମୀ ପରିତ୍ୟକ୍ତ ଜଣେ ମହିଳା ତାର 4 ବର୍ଷର ଶିଶୁ କନ୍ୟାକୁ ଧରି ଭୁବନେଶ୍ଵରର ରୁହନ୍ତି। ମହିଳା ଜଣଙ୍କ ଦିନ ମଜୁରିଆ ଭାବରେ କାମ କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ସବୁଦିନ ପରି ମଙ୍ଗଳବାର ମଧ୍ୟ ମହିଳା ଜଣଙ୍କ କାମକୁ ଯାଇଥିବା ବେଳେ ଘରର ମାଲିକଙ୍କ ପାଖରେ ନିଜ ଶିଶୁ କନ୍ୟାଟିକୁ ଛାଡୁ ଯାଇଥିଲେ।

ମାତ୍ର ମାଲିକର ନାବାଳକ ପୁଅ ଶିଶୁ କନ୍ୟାଟିକୁ ଚକେଲଟ ଦେଇ ଦୁଷ୍କର୍ମ କରିଥିଲା। ତେବେ ଝିଅଟି କାନ୍ଦିବା ଦ୍ଵାରା ପଡୋଶୀ ଆସି ତାକୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ଘଟଣାକୁ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ପୀଡିତାଙ୍କ ମାଆ ।

ଅଭିଯୋଗକୁ ଭିତ୍ତି କରି ପୋଲିସ ମାଲିକ ଘରେ ଚଢାଉ କରିବା ସହ ନାବାଳକକୁ ଖୋର୍ଦ୍ଧା ଯୁଭେନାଇଲ ଜଷ୍ଟିସ ବୋର୍ଡରେ ହଜାର କରିଥିଲା । ଏହାପରେ ତାକୁ ବ୍ରହ୍ମପୁରର ବାଲ୍ ସୁଧାର ଗୃହକୁ ପଠାଇ ଦିଆଯାଇଛି।

ଏଠାରେ ସୂଚନାଯୋଗ୍ୟ, ଶିଶୁ କନ୍ୟାଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

25.04.2019
Radhakanta Mohanty, Kendrapada(PKG)
Slug-Kendrapada Pariamentary Fight
Anchor-ଆସନ୍ତା ୨୯ ତାରିଖରେ ରାଜ୍ୟରେ ଚାରିଟି ପର୍ଯ୍ୟାୟର ନିର୍ବାଚନ ଶେଷ ହେବ।କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ସାତୋଟି ବିଧାନସଭା ଓ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।
VO1-ପ୍ରଚାର ଶେଷ ହେବାକୁ ଆଉ ଦୁଇଦିନ ବାକି।ନେତା ଓ ସମର୍ଥକ ଲାଗିପଡିଛନ୍ତି ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ।ତିନି ପ୍ରମୁଖ ଦଳ ମଧ୍ୟରେ ଲଢେ଼ଇ ଜୋରଦାର ହେଉଥିବା ବେଳେ କେନ୍ଦ୍ରାପଡ଼ାବାସୀ କାହାକୁ ଦିଲ୍ଲୀ ଦରବାର ପଠାଉଛନ୍ତି ତାକୁ ନେଇ ନେତା ଚିନ୍ତିତ।ସାତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାର ପାଞ୍ଚୋଟି ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା ୧୧,୭୯,୯୦୨ ଜଣ।ତନ୍ମଧ୍ୟରୁ ପାଟକୁରା ନିର୍ବାଚନ ମଣ୍ଡଳୀରେ ମହିଳା ୧,୧୨,୯୪୬ ଜଣ ପୁରୁଷ ୧,୨୪,୬୫୦ ଜଣ ମୋଟ ୨,୩୭,୫୯୯ ଜଣ ଭୋଟର। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ମହିଳା ଭୋଟର ୧,୦୯,୮୬୮ ଜଣ ହୋଇଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୧,୨୩,୮୫୬ ମୋଟ ୨,୩୩,୭୩୦ ଜଣ।ରାଜନଗର ନିର୍ବାଚନ ମଣ୍ଡଳୀର ମହିଳା ଭୋଟର ସଂଖ୍ୟା ୧,୧୩,୪୩୮ ଥିବାବେଳେ ପୁରୁଷ ୧,୨୬,୪୧୪ ଭୋଟରଙ୍କୁ ମିଶାଇ ମୋଟ ୨,୩୯,୮୭୧ ଭୋଟର ରହିଛନ୍ତି।କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ମହିଳା ଭୋଟର ୧,୦୦,୫୩୦ ରହିଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୧,୧୧,୫୬୯ ଥାଇ ମୋଟ ଭୋଟର ସଂଖ୍ୟା ୨,୧୨,୧୦୮ ରହିଛି ଯେତେବେଳେ କି ଭୌଗୋଳିକ ଦୃଷ୍ଟିକୋଣରୁ ସବୁଠାରୁ ଅଧିକ ମର୍ଯ୍ୟାଦା ରଖୁଥିବା ଆଳି ନିର୍ବାଚନ ମଣ୍ଡଳୀରେ ମହିଳା ଭୋଟର ୧,୨୧,୦୧୫ ଜଣ ମତଦାନ କରିବାକୁ ଥିବା ବେଳେ ପୁରୁଷ ୧,୩୫,୫୬୧ ମୋଟ ୨,୫୬,୫୯୪ ଜଣ ଭୋଟର ରହିଛନ୍ତି।ଏହିଭଳି କଟକ ଜିଲ୍ଲାର ମାହାଙ୍ଗା ଓ ସାଲେପୁର ନିର୍ବାଚନ ମଣ୍ଡଳୀକୁ ଛାଡି କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୧୧,୭୯,୯୦୨ ଜଣ ମତଦାନ କରିବେ।ଏହି ନିର୍ବାଚନର ପ୍ରଚାର ମୁଖ୍ୟତଃ ସ୍ୱାଭିମାନ ଓ ବେଇମାନ ଶବ୍ଦକୁ ନେଇ ଚାଲୁଥିବା ସମୟରେ ଅଧିକ ପ୍ରଚାର କରିବା ପାଇଁ ସାଂସଦ ପ୍ରାର୍ଥୀମାନେ ଷ୍ଟାର ପ୍ରଚାରକ ମାନଙ୍କୁ ଆଣି ନିଜ ସପକ୍ଷରେ ଭୋଟ ପାଇଁ ନିବେଦନ କରିଛନ୍ତି।ଗତ ୨୩ ତାରିଖରେ ବିଜେପି ତାର ସମସ୍ତ ସାମର୍ଥ୍ୟ ପ୍ରଦର୍ଶନ କରି ଜନନାୟକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶେଷ ପ୍ରଚାର ଅସ୍ତ୍ର ଭାବରେ ପ୍ରୟୋଗ କରିଛି।ମୋଦୀ ମଧ୍ୟ ଜୋରସୋରରେ ରାଜ୍ୟ ସରକାର ତଥା ବିଜେଡି ସରକାର ଉପରେ ବର୍ଷିଛନ୍ତି।ସାଂସଦ ପ୍ରାର୍ଥୀ ବୈଜୟନ୍ତଙ୍କୁ ଭୋଟ ଦେବାପାଇଁ କହିବା ସହ ସମସ୍ତ ସାତୋଟି ନିର୍ବାଚନ ମଣ୍ଡଳୀରେ ବିଜେପିର ବିଧାୟକ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇବା ପାଇଁ ଉପସ୍ଥିତ ଜନତାଙ୍କୁ ନିବେଦନ କରିଛନ୍ତି।ଡବଲ ଇଞ୍ଜିନ ସରକାର ଗଠନ ପାଇଁ କର୍ମୀ ଓ ଜନତାଙ୍କୁ ନିବେଦନ କରିଛନ୍ତି ମୋଦୀ।କିନ୍ତୁ ଗତ ଦୁଇଥର କେନ୍ଦ୍ରାପଡ଼ା ଜିଲ୍ଲାରୁ ଦିଲ୍ଲୀ ଦରବାରରେ ପ୍ରତିନିଧିତ୍ବ ସୁଯୋଗ ପାଇଥିଲେ ମଧ୍ୟ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନଥିବାରୁ ଏଥର ବିଜେଡିରୁ ଆସି ବେଜେପିରେ ଜୋଗଦେଇ ସାଂସଦ ପ୍ରାର୍ଥୀ ହୋଇଥିବା ବୈଜୟନ୍ତଙ୍କୁ ବିଜୟ ଏତେ ସହଜ ହେବନାହିଁ ବୋଲି ଭୋଟର ମତବ୍ୟକ୍ତ କରିଛନ୍ତି।
ଅପରପକ୍ଷରେ ବିଜେପିର ପ୍ରଚାର ପାଇଁ ବାବୁଶାନ ଓ ଶ୍ରିତମ ଦାସ ଷ୍ଟାର ପ୍ରଚାରକ ଭାବରେ ମଇଦାନକୁ ବୈଜୟନ୍ତ ଙ୍କ ସପକ୍ଷରେ ଓହ୍ଲାଇଛନ୍ତି।
ବାଇଟ-ମହମ୍ମଦ ନିଆଜ(ଭୋଟର)
ବାଇଟ-ଉମେଶ ଚନ୍ଦ୍ର ଦାସ(ଭୋଟର)
VO2-ଅନ୍ୟପଟେ ବୈଜୟନ୍ତଙ୍କୁ ବାରମ୍ବାର ବେଇମାନ କହି ଟାର୍ଗେଟ କରି ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଉଦ୍ୟମ କରୁଥିବା ବିଜେଡି ବାସ୍ତବିକତା ଠାରୁ ଦୂରେଇ ଯାଇଛି।ଗତ ୨୦୦୯ ଓ ୨୦୧୪ ମସିହାରେ ଏଠାରୁ ଶିଳ୍ପପତି ପୁତ୍ର ଭାବରେ ବୈଜୟନ୍ତ ପଣ୍ଡାଙ୍କୁ ଟିକେଟ ଦେଇ ଦିଲ୍ଲୀ ପଠାଇଥିଲା।ଚଳିତ ନିର୍ବାଚନରେ ଦଳ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ପ୍ରତ୍ୟକ୍ଷ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ପ୍ରାର୍ଥୀ କରାଇଛି ଓ ଦଳ ସୁପ୍ରିମୋ କେନ୍ଦ୍ରାପଡ଼ା କଥା ନିଜେ ବୁଝିବେ ବୋଲି ଗତ ୧୯ ତାରିଖରେ ମହାକାଳପଡ଼ା ମାର୍ଶାଘାଇ ଛଘରିଆ ଠାରେ ଆୟୋଜିତ ଏକ ବିଶାଳ କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇଥିଲେ।ସାଂସଦ ପ୍ରାର୍ଥୀ ଅନୁଭବଙ୍କ ପାଇଁ ଷ୍ଟାର ପତ୍ନୀ ବର୍ଷା ଓ କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ ପ୍ରଚାରକୁ ଓହ୍ଲାଇଛନ୍ତି। ରାଜନୈତିକ ସମୀକ୍ଷକ ମାନଙ୍କ ମତରେ କେନ୍ଦ୍ରାପଡ଼ା ଏଥର କାହାକୁ ଭୋଟ ଦେବ ତାହା ସ୍ପଷ୍ଟ ଜଣାପଡୁନଥିଲେ ମଧ୍ୟ ଏଠାରେ ତ୍ରି-ମୁଖୀ ପ୍ରତିଦ୍ବନ୍ଦିତା ହେବ ବୋଲି ମତ ରଖିଛନ୍ତି।ଉଭୟ ବିଜେଡି ଓ ବିଜେପିର ପ୍ରଚାର ଠାରୁ ଦୂରେଇ ଯାଇ କଂଗ୍ରେସ କୌଣସି ରାଜ୍ୟ ତଥା କେନ୍ଦ୍ରୀୟ ନେତାଙ୍କୁ ଜିଲ୍ଲାର ପ୍ରଚାର କାର୍ଯ୍ୟକ୍ରମରେ ସାମିଲ କରିପାରିନାହିଁ।ରାଜ୍ୟରେ ଚାରିଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବାକୁ ବସିଥିବା ବେଳେ ଉପକୂଳ ଓଡିଶା ପାଇଁ କଂଗ୍ରେସ ମନରେ ସେମିତି କିଛି ରଣନୀତି ଥିବା ଜଣାପଡୁନାହିଁ।
ବାଇଟ-ଚିତ୍ତରଞ୍ଜନ ସାହୁ(ରାଜନୈତିକ ସମୀକ୍ଷକ)
ବାଇଟ-ଚିତ୍ତରଞ୍ଜନ ଦାସ(ଭୋଟର)
FVO-ଦେଖିବାକୁ ବାକି ରହିଲା କେନ୍ଦ୍ରାପଡ଼ା ସିଂହାସନ କାହାର???
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.