ଭୁବନେଶ୍ବର: ରାଜ୍ୟରେ ନିଟ ପରୀକ୍ଷା ପାଇଁ 4ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଠାରୁ ରାଜ୍ୟରେ ନିଟ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବା । ଆସନ୍ତା 13 ତାରିଖରେ ରହିଥିବା ନିଟ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ପୂର୍ବତଟ ରେଳବାଇ ପକ୍ଷରୁ ସୁବିଧା କରାଯାଇଛି।
ଗୋଟିଏ ମେମୁ ପାସେଞ୍ଜର ସ୍ପେଶାଲ ଟ୍ରେନଟି ଭଦ୍ରକରୁ ଭୁବନେଶ୍ୱରକୁ ଚଳାଚଳ କରିବ । ଯାହା ଅପରାହ୍ନ 4 ଘଟିକାରେ ଭଦ୍ରକରୁ ଛାଡି ସଂଧ୍ୟା 7 ଘଟିକା 30 ମିନିଟ ରେ ଭୁବନେଶ୍ୱରରେ ପହଁଚିବ। ଏହି ଟ୍ରେନଟି ବୈତରଣୀ ରୋଡ଼, ହରିଦାସପୁର, ଧନମଣ୍ଡଳ, ନିର୍ଗୁଣ୍ଡି ଓ କଟକରେ ରହଣି କରିବ। ଦ୍ବିତୀୟ ଟ୍ରେନ କେନ୍ଦୁଝରରୁ ଭୁବନେଶ୍ୱର ଚଳାଚଳ କରିବ। ଯାହା ଅପରାହ୍ନ 4 ଘଟିକାରେ ଛାଡି 7 ଘଟିକା 30 ମିନିଟରେ ଭୁବନେଶ୍ୱରରେ ପହଞ୍ଚିବା । ଯାହା ହରିଚନ୍ଦ୍ରପୁର, ସୁକିଣ୍ଡା, ଜଖପୁର, ହରିଦାସପୁର, ଧନମଣ୍ଡାଲ, କପିଳାସ ଓ କଟକରେ ରହଣି କରିବ। ତୃତୀୟ ଟ୍ରେନଟି ରାୟଗଡାରୁ ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ ଯାହା ଅପରାହ୍ନ 4ଟାରେ ଛାଡି ରାତି 10 ଘଟିକାରେ ସମ୍ବଲପୁରରେ ପହଞ୍ଚିବା । ଯାହା ଥୁରୁବାଲି, ମୁନିଗୁଡା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗୀର, ବରପାଲି ଓ ବରଗଡରେ ରହଣି କରିବା । ଚତୁର୍ଥ ଟ୍ରେନଟି ଖଇରିଆ ରୋଡ଼ ଠାରୁ ସମ୍ବଲପୁର ମଧ୍ୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ। ଯାହା ଅପରାହ୍ନ 4 ଘଟିକାରେ ଛାଡି ସମ୍ବଲପୁରରେ ରାତି 10 ଟା 30 ମିନିଟ ରେ ପହଞ୍ଚିବ । ଏହା ନାବାପରା, ହରିଶଙ୍କର ରୋଡ଼, କଣ୍ଟାବାଞ୍ଝି, ଟିଟିଲାଗଡ଼, ବାରିପାଳ, ବରଗଡ ଷ୍ଟେସନରେ ରହିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ