ETV Bharat / city

Omicron Tension: ବିଦେଶରୁ ଓଡିଶା ଆସିଥିବା 4 ଜଣ କୋରୋନା ସଂକ୍ରମିତ

author img

By

Published : Dec 8, 2021, 10:52 AM IST

Updated : Dec 8, 2021, 12:00 PM IST

ଆଫ୍ରିକୀୟ କଣ୍ଟ୍ରିରୁ ଆସିଥିବା 4 ଜଣ କୋଭିଡ ସଂକ୍ରମିତ ଚିହ୍ନଟ । (Genome sequencing) ପାଇଁ ପଠାଗଲା ସମସ୍ତଙ୍କ ନମୁନା । ଅଧିକ ପଢନ୍ତୁ

Omicron Tension: ବିଦେଶରୁ ଆସିଥିବା 4 ଜଣ କୋରୋନା ସଂକ୍ରମିତ

ଭୁବନେଶ୍ବର: ଚିନ୍ତା ବଢାଉଛି କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ(New Variant Omicron) । ରିଷ୍କ ଦେଶ ଅର୍ଥାତ ଆଫ୍ରିକୀୟ ଦେଶରୁ ଆସିଥିବା 4 ଜଣଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏମାନଙ୍କ ନମୁନା ଜିନମ ସିକ୍ବେନ୍ସିଂ(Genome sequencing) ପାଇଁ ପଠାଯାଇଛି ।

Omicron Tension: ବିଦେଶରୁ ଓଡିଶା ଆସିଥିବା 4 ଜଣ କୋରୋନା ସଂକ୍ରମିତ

ଗତକାଲି(ମଙ୍ଗଳବାର) ସୁଦ୍ଧା ରାଜ୍ୟକୁ ରିସ୍କ କଣ୍ଟ୍ରି ବା ଆକ୍ରାନ୍ତ ଦେଶରୁ 982 ଜଣ ଆସିଛନ୍ତି । ସେମାନଙ୍କ ମଧ୍ୟରୁ 4 ଜଣ କୋରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ନମୁନା ଜିନମ ସିକ୍ବେନ୍ସିଂ ପାଇଁ ପଠାଯାଇଛି । ତେବେ ଏନେଇ ଭୟଭୀତ ନହେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, ବିଦେଶ ଫେରାନ୍ତଙ୍କୁ ନେଇ ଆତଙ୍କିତ ହୁଉନ୍ତୁ ନାହିଁ । ସେମାନେ ଫେରାର ନାହାନ୍ତି। କିଛି ଫୋନ ଉଠାଉ ନାହାନ୍ତି । ଆମ ସ୍ୱାସ୍ଥ୍ୟ କର୍ମୀ ଗାଁ ଗାଁ ବୁଲି ସେମାନଙ୍କୁ ଟ୍ରେସିଂ କରିବା କାମରେ ଲାଗିଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Dec 8, 2021, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.