ETV Bharat / city

ତଦନ୍ତରେ ଉତ୍କର୍ଷତା ପାଇଁ 4 ଓଡିଶା ପୋଲିସଙ୍କୁ ମେଡାଲ, କ୍ରାଇମବ୍ରାଞ୍ଚର ଶୁଭେଚ୍ଛା

author img

By

Published : Aug 12, 2021, 10:52 PM IST

୨୦୨୧ ବର୍ଷ ପାଇଁ ୧୫୨ ଜଣ ପୋଲିସ ଅଧିକାରୀଙ୍କୁ 'ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ମେଡାଲ' ପ୍ରଦାନ କରାଯିବ । ଓଡିଶାର ୪ ଅଫିସରଙ୍କ ନାଁ ସାମିଲ ରହିଛି । ଅଧିକ ପଢନ୍ତୁ...

ତଦନ୍ତରେ ଉତ୍କର୍ଷତା ପାଇଁ 4 ଓଡିଶା ପୋଲିସଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ, କ୍ରାଇମବାଞ୍ଚର ଶୁଭେଚ୍ଛା

ଭୁବନେଶ୍ବର: ସେବା, ଦକ୍ଷତା ଓ ପରିଶ୍ରମକୁ ସମ୍ମାନ । ଦେଶର ୧୫୨ ପୋଲିସ ଅଧିକାରୀ ହେବେ ସମ୍ମାନିତ । ୨୦୨୧ ବର୍ଷ ପାଇଁ ୧୫୨ ଜଣ ପୋଲିସ ଅଧିକାରୀଙ୍କୁ 'ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ମେଡାଲ' ପ୍ରଦାନ କରାଯିବ । ତେବେ ପଦକରେ ସମ୍ମାନିତ ହେବାକୁ ଯାଉଥିବା ଅଧିକାରୀଙ୍କ ମଧ୍ୟରେ ଓଡିଶାର ୪ ଅଫିସରଙ୍କ ନାଁ ସାମିଲ ରହିଛି ।

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ, ଓଡିଶାରୁ ପଦକ ପାଇବେ ୪ ପୋଲିସ

ଚଳିତ ବର୍ଷ ଏହି ପୁରସ୍କାର ପାଇବାକୁଥିବା ଅଧିକାରୀଙ୍କ ମଧ୍ୟରେ ସିବିଆଇର ୧୫ ଅଧିକାରୀ ଥିବାବେଳେ, ଅବଶିଷ୍ଟ ରାଜ୍ୟ ପୋଲିସ ଅଧିକାରୀ ଅଛନ୍ତି । ସର୍ବାଧିକ ଅଧିରକାରୀ ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରରୁ ୧୧ ଜଣ ଲେଖାଏଁ ଥିବାବେଳେ, ୟୁପିରୁ ୧୦ ଜଣ, କେରଳ ଓ ରାଜସ୍ଥାନରୁ ୯ ଜଣ, ତାମିଲନାଡୁରୁ ୮, ବିହାରରୁ ୭, ଗୁଜୁରାଟ କର୍ଣ୍ଣାଟକରୁ ଓ ଦିଲ୍ଲୀରୁ ୬ ଜଣ ଲେଖାଏଁ ଓ ଆମ ରାଜ୍ୟ ଓଡିଶାରୁ ମଧ୍ୟ ୪ ଜଣ ସାମିଲ ଅଛନ୍ତି ।

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ମେଡାଲରେ ପୁରସ୍କୃତ ହେବାକୁଥିବା ଓଡ଼ିଶା ପୋଲିସର ଅଧିକାରୀମାନେ ହେଲେ, ଇନ୍ସପେକ୍ଟର ଦେବେନ୍ଦ୍ରଲ କୁମାର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ବାଳ, ସବ-ଇନ୍ସପେକ୍ଟର ତୃପ୍ତି ରଞ୍ଜନ ନାୟକ ଏବଂ ସବ-ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ ।

ଅପରାଧିକ ତଦନ୍ତରେ ଉଚ୍ଚ ପେସାଦାରମାନକକୁ ପ୍ରୋତ୍ସାହିତ କରିବା ସହ ତଦନ୍ତକାରୀ ଅଫିସରଙ୍କ ଦ୍ବାରା ହୋଇଥିବା ଉତ୍କୃଷ୍ଟ ତଦନ୍ତକୁ ସ୍ବୀକୃତି ଦେବା ଲକ୍ଷ୍ୟ ନେଇ 2018ରେ ଏହି ମେଡାଲର ସ୍ଥାପନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.