ETV Bharat / city

ଆରମ୍ଭ ହେଲା ଖରିପ ଧାନ ସଂଗ୍ରହ, ୪୧୨୨୯୬ ଜଣ ଚାଷୀ ପାଇଲେଣି ଟୋକନ

author img

By

Published : Nov 19, 2020, 8:43 PM IST

ଆରମ୍ଭ ହୋଇଛି ଚଳିତବର୍ଷର ଖରିପ ଧାନ ସଂଗ୍ରହ ପ୍ରକ୍ରିୟା । ବର୍ତ୍ତମାନ ସୁଦ୍ଧା 7 ଜିଲ୍ଲାରୁ ଆଜି ସୁଦ୍ଧା ମୋଟ 4 ଲକ୍ଷ 61 ହଜାର 462 ଜଣ ଚାଷୀ ପଞ୍ଜିକୃତ ହୋଇଥିବା ନେଇ ମନ୍ତ୍ରୀଙ୍କ ସୂଚନା । ଅଧିକ ପଢନ୍ତୁ ....

ଯୋଗାଣ ମନ୍ତ୍ରୀଙ୍କ ସୂଚନା , 7 ଜିଲ୍ଲାରୁ ପଞ୍ଜିକୃତ ହୋଇଛନ୍ତି 4 ଲକ୍ଷ 61 ହଜାର 296 ଚାଷୀ

ଭୁବନେଶ୍ବର: ଚଳିତ ବର୍ଷ ପାଇଁ ଖରିପ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ 7 ଜିଲ୍ଲାରୁ ଆଜି ସୁଦ୍ଧା ମୋଟ 4 ଲକ୍ଷ 61 ହଜାର 462 ଜଣ ଚାଷୀ ଧାନ ବିକିବା ପାଇଁ ନିଜ ନାମ ପଞ୍ଜିକରଣ କରିଛନ୍ତି । ଆଜି (ଗୁରୁବାର) ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ମଧ୍ୟରୁ 4 ଲକ୍ଷ 12 ହଜାର 296 ଜଣ ଚାଷୀ ସେମାନଙ୍କ ଟୋକନ ପାଇ ସାରିଥିବା ମଧ୍ୟ ମନ୍ତ୍ରୀ କହିଛନ୍ତି ।

ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ମଧ୍ୟରୁ ବରଗଡରୁ ସର୍ବାଧିକ 1 ଲକ୍ଷ 33 ହଜାର 93 ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ 1 ଲକ୍ଷ 27 ହଜାର ଚାଷୀ ସେମାନଙ୍କ ଟୋକନ ପାଇସାରିଛନ୍ତି । ବଲାଙ୍ଗୀରରୁ 66,783, କଳାହାଣ୍ଡିରୁ 66,783 ଜଣ ଚାଷୀ, କୋରାପୁଟରୁ 34943 ଜଣ, ନୂଆପଡାରୁ 33,741, ସମ୍ବଲପୁରରୁ 53147, ସୁବର୍ଣ୍ଣପୁର 55,702 ଜଣ ଚାଷୀ ବର୍ତ୍ତମାନ ସୁଦ୍ଧା ପଞ୍ଜିକୃତ ହୋଇଥିବା ଜଣାପଡିଛି ।

ପ୍ରଥମ ପର୍ଯ୍ୟାଯରେ 4 ଲକ୍ଷ 12 ହଜାର ଚାଷୀ ଟୋକନ ପାଇସାରିଥିବା ବେଳେ ଖୁବଶୀଘ୍ର ଅନ୍ୟ ପଞ୍ଜିକୃତ ଚାଷୀଙ୍କୁ ଟୋକନ ଯୋଗାଇ ଦେବା ନେଇ ପ୍ରକ୍ରିୟା ଚାଲୁ ରହିଛି । ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥା କରିଛନ୍ତି ସରକାର । ପ୍ରଥମେ ଚାଷୀ ମାନଙ୍କ ପଞ୍ଜିକରଣ କରାଯାଉଥିବା ବେଳେ ପରବର୍ତ୍ତୀ ମୁହୁର୍ତ୍ତରେ ସେମାନଙ୍କୁ ଟୋକନ ଯୋଗାଇ ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.