ETV Bharat / city

ସୋମବାର 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ, ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ - Budget Update

ବିଧାନସଭା ବଜେଟ ଅଧିବେଶନ
ବିଧାନସଭା ବଜେଟ ଅଧିବେଶନ
author img

By

Published : Feb 20, 2021, 9:41 AM IST

Updated : Feb 20, 2021, 9:30 PM IST

19:01 February 20

ସୋମବାର 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ, ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

ସର୍ବଦଳୀୟ ବୈଠକ ପରେ ଗୃହରେ ବାଚସ୍ପତିଙ୍କ ସୂଚନା । ସୋମବାର ପ୍ରଶ୍ନକାଳ ପରେ 2 ଘଣ୍ଟା ଧାନମଣ୍ଡି ସମ୍ପର୍କରେ ହେବ ଆଲୋଚନା । ପ୍ରଶ୍ନୋତ୍ତର ଓ ସ୍ବତନ୍ତ୍ର ଆଲୋଚନା ଛାଡ଼ି ପୂର୍ବାହ୍ନରେ ହେବନାହିଁ ଅନ୍ୟ କୌଣସି ଆଲୋଚନା ।

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ। ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖିବାକୁ ମିଳିଲାଣି। ତେଣୁ କୋଭିଡ ଗାଇଡ଼ଲାଇନ ମାନିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ। ମାସ୍କ ପିନ୍ଧିବା ସାମାଜିକ ଦୂରତା ମାନିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ।

କୋଭିଡ ମହାମାରୀ ପ୍ରତେକ ଗାଁ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଭାବିତ କରିଛି। ଆମେ ଦୃଢ଼ତାର ସହ ମୁକାବିଲା କରିଛୁ। ପ୍ରଥମ ରାଜ୍ୟ ଭାବେ ବିପର୍ଯ୍ୟୟ ଘୋଷଣା ହୋଇଥିଲା। ଲକଡାଉନ ଘୋଷଣା କରିଥିଲୁ। କିନ୍ତୁ କୋଭିଡରେ ସରପଞ୍ଚ, ଆଶାକର୍ମୀ ଓ ଅନ୍ୟମାନେ ଭଲ କାମ କରିଛନ୍ତି। କୋଭିଡ ମୁକାବିଲା ପାଇଁ ପ୍ରଶଂସିତ ହୋଇଛି ଓଡିଶା। କୋଭିଡ ସତ୍ତ୍ବେ ମଧ୍ୟ ଗତବର୍ଷ ତୁଳନାରେ 7. 3 ପ୍ରତିଶତ ରାଜସ୍ବ ସଂଗ୍ରହ ବଢ଼ିଛି।  

ପୁରୀ ଏକାମ୍ର କ୍ଷେତ୍ର, ସମଲେଶ୍ବରୀ, ହରିଶଙ୍କର, ନୃସିଂହ ନାଥ , କୋଣାର୍କ ଓ ତାରାତାରିଣୀର ବିକାଶ ପାଇଁ କାମ ହୋଇଛି। ଐତିହ୍ୟ ସୁରକ୍ଷା ଓ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର କରିବା ପାଇଁ ପ୍ରସ୍ତାବ ରହିଛି। ମୁଖ୍ୟମନ୍ତ୍ରୀ ଙ୍କ ବିବୃତି ବେଳେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ଓ ବିଜେପିର କକ୍ଷତ୍ୟାଗ। ଗୃହ ଆସନ୍ତା ସୋମବାର 10 ଟା 30 ଯାଏ ଗୃହ ମୁଲତବୀ।

17:32 February 20

ଆଉ 15 ମିନିଟ ମୁଲତବୀ ହେଲା ଗୃହ, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ସର୍ବଦଳୀୟ ବୈଠକ

ଆଉ 15 ମିଟିନଟ ମୁଲତବୀ ହେଲା ଗୃହ, ବାଚସ୍ପତିଙ୍କ ଅଧ୍ୟତାରେ ଚାଲିଛି ସର୍ବଦଳୀୟ ବୈଠକ । ବିରୋଧୀଦଳ ନେତା ସମେତ ମୁଖ୍ୟ ସଚେତକ ଓ ଅନ୍ୟନେତା ଏହି  ବୈଠକରେ ଯୋଗଦେଇଛନ୍ତି ।

17:13 February 20

15 ମିନିଟ ପାଇଁ ଗୃହ ମୁଲତବୀ

ଅପରାହ୍ନରେ ଗୃହ ଚାଲିଥିବାବେଳେ ଚାଷୀଙ୍କ ସମସ୍ୟାକୁ ନେଇ ଗୃହରେ ବିରୋଧୀ ଉଦବେଗ ପ୍ରକାଶ କରିଛନ୍ତି । ଏହାପରେ ଗୃହକୁ 15 ମିନିଟ ପାଇଁ ମୁଲତବୀ କରାଯାଇଛି ।

17:01 February 20

ଧାନ ସଂଗ୍ରହ ଅବ୍ୟବସ୍ଥାକୁ ନେଇ ଗୄହରେ ଉଦବେଗ, ସମସ୍ୟା ସମାଧାନ ପାଇଁ ଅନୁରୋଧ କଲେ ବିରୋଧୀ

ଧାନ ସଂଗ୍ରହ ଅବ୍ୟବସ୍ଥା ନେଇ ଗୄହରେ ଉଦବେଗ। ଅପରାହ୍ନ ଅଧିବେଶନରେ ବିରୋଧୀ ସଦସ୍ୟ ମାନେ ମଣ୍ଡିରୁ ଧାନ ନ ଉଠିବା ନେଇ ନିଜର ମତ ରଖୁଛନ୍ତି। ସର୍ବଦଳୀୟ ବୈଠକ ଡାକି ଧାନକିଣା ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କୁ ହାତ ଯୋଡ଼ି ଧାନ ଉଠାଇବା ପାଇଁ ଅନୁରୋଧ କଲେ। ଗୄହରେ ସ୍ବତନ୍ତ୍ର ଭାବେ ମୋସନ ଆଣି ଆଲୋଚନା ପାଇଁ ଦାବି କଲେ ବିରୋଧୀ ।

16:55 February 20

ମହିଳାଙ୍କୁ ନ୍ୟାୟକୁ ନେଇ ଉତ୍ତର ରଖିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ  ମନ୍ତ୍ରୀ ଟୁକୁନି ସାହ । ମହିଳାଙ୍କୁ କେମିତି ମିଳିବ ନ୍ୟାୟ ? ସେନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ । ୨୦୨୦ ସୁଦ୍ଧା ୧୧୧୩୦ କେଶ ରାଜ୍ୟ ମହିଳା କମିସନରେ ବିଚାରାଧୀନ ରହିଛି । ୧୯୯୩ ରୁ  ୨୦୨୦ ପର୍ଯ୍ୟନ୍ତ ୭୪୧୭୬ ମାମଲା ପଞ୍ଜିକରଣ ହୋଇଛି। ସେଥିରୁ ୬୩୦୪୬ଟି ମାମଲା ସମାଧାନ ହୋଇଛି ।  

16:13 February 20

ଆରମ୍ଭ ହେଲା ଗୃହକାର୍ଯ୍ୟ, ଯୋଗାଣ ମନ୍ତ୍ରୀଙ୍କ ଉତ୍ତର କପିକୁ ଚିରିଲେ ବିରୋଧୀଦଳ ନେତା

ମୁଲତବି ପରେ ଆରମ୍ଭ ହୋଇଛି ବିଧାନସଭା । ଗୃହ ଆରମ୍ଭ ହେବା ମାତ୍ରେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର କପିକୁ ଚିରିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପାଖକୁ ଫିଙ୍ଗିଲେ ଚିରାକାଗଜ ।

11:38 February 20

ବିଧାନସଭାରେ ହଟ୍ଟଗୋଳ ଜାରି, ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ

ଧାନକିଣା ପ୍ରସଙ୍ଗକୁ ନେଇ ବିଧାନସଭାରେ ମନ୍ତ୍ରୀଙ୍କ ବିବୃତି ସମୟରେ ବିରୋଧୀଙ୍କ ହୋହଲ୍ଲା ଜାରି । ପୁଣି ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ । ପ୍ରଥମେ ସକାଳ 11.30 ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । 

11:33 February 20

ଗୃହ କାର୍ଯ୍ୟ ଆରମ୍ଭ, ହଟ୍ଟଗୋଳ ମଧ୍ୟରେ ଗୃହରେ ବିବୃତି ରଖୁଛନ୍ତି ମନ୍ତ୍ରୀ

ମୁଲତବୀ ପରେ ବିଧାନସଭା ଗୃହକାର୍ଯ୍ୟ ଆରମ୍ଭ । ବିରୋଧୀଙ୍କ ହଟ୍ଟଗୋଳ ଜାରି । ହଟ୍ଟଗୋଳ ମଧ୍ୟରେ ଗୃହରେ ବିବୃତି ରଖୁଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । 

10:36 February 20

ବିଧାନସଭାରେ ହୋହଲ୍ଲା, ଗୃହ 11 ଟା 30 ପର୍ଯ୍ୟନ୍ତ ମୁଲତବୀ

ବିଧାନସଭାରେ ପୁଣି ହୋହଲ୍ଲା । ଚାଷୀ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ପ୍ଲାକାର୍ଡ ଦେଖାଇ କଲେ ନାରାବାଜି । ଗୃହକାର୍ଯ୍ୟ 11 ଟା 30 ପର୍ଯ୍ୟନ୍ତ ମୁଲତବୀ । ତିନି ମିନିଟ ଗୃହ ଚାଲିବା ପରେ ହେଲା ମୁଲତବୀ ।

09:32 February 20

ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ସକାଳ 10.30ରେ ଗୃହ ଆରମ୍ଭ ।

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ଦୁଇ ଦିନ ହେବ ଧାନମଣ୍ଡି ପ୍ରସଙ୍ଗରେ ଗୃହ ଅଚଳ ହେଉଥିବାରୁ ଆଜି ଗୃହରେ ବିବୃତି ରଖିବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏନେଇ ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇଛନ୍ତି ।

ଗତକାଲି(ଶନିବାର) ଗୃହରେ ବିରୋଧୀ ଦଳ ହଟ୍ଟଗୋଳ କରିବାରୁ ଆଜି ସକାଳ 10.30 ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା । 

Last Updated : Feb 20, 2021, 9:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.