ETV Bharat / city

କୋରୋନା କାୟାରେ ରାଜଧାନୀ: 394 ନୂଆ ଆକ୍ରାନ୍ତ, 308 ସୁସ୍ଥ - 394 ନୂଆ କୋରୋନା ଆକ୍ରାନ୍ତ

ରାଜଧାନୀରେ 394 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଫଳରେ ଭୁବନେଶ୍ବରର ମୋଟ ଆକ୍ରାନ୍ତ ସଂଖ୍ୟା 13689ରେ ପହଞ୍ଚିଛି । ତେବେ 308 ଜଣ ଆରୋଗ୍ୟ ହୋଇଛନ୍ତି। ସହରରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

କୋରୋନା କାୟାରେ ରାଜଧାନୀ: 394 ନୂଆ ଆକ୍ରାନ୍ତ, 308 ସୁସ୍ଥ

author img

By

Published : Sep 7, 2020, 8:53 PM IST

ଭୁବନେଶ୍ବର: ରାଜଧାନୀରେ 394 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଫଳରେ ଭୁବନେଶ୍ବରର ମୋଟ ଆକ୍ରାନ୍ତ ସଂଖ୍ୟା 13689ରେ ପହଞ୍ଚିଛି । ତେବେ 308 ଜଣ ଆରୋଗ୍ୟ ହୋଇଛନ୍ତି। ସହରରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ୱରରୁ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 159 ଜଣ ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 235ରେ ପହଞ୍ଚିଛି । ହୋମ କ୍ଵାରେଣ୍ଟାଇନରୁ 159 ଜଣଙ୍କ ମଧ୍ୟରୁ 6 ଜଣ ପଟିଆ ମାଆ ମଙ୍ଗଳାବସ୍ତି, 3 ଜଣ ଚନ୍ଦ୍ରଶେଖରପୁର, 6 ଜଣ କଳ୍ପନା, 7 ଜଣ ଆଇଆରସି ଭିଲେଜ, 6 ଜଣ ଲକ୍ଷ୍ମୀ ସାଗର, 4 ଜଣ ପଟିଆ, 3 ଜଣ ଖଣ୍ଡଗିରି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ସେହିପରି ସ୍ଥାନୀୟ ସଂକ୍ରମଣରେ 9 ଜଣ ବମିଖାଲ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ 5 ଜଣ ୟୁନିଟ 9, 5 ଜଣ ୟୁନିଟ 8, 4 ଜଣ ସୁନ୍ଦରପଦା, 3 ଜଣ ଡୁମଡୁମା, 4 ଜଣ ବିଡିଏ କଲୋନୀ, 5 ଜଣ ସାମନ୍ତରାୟପୁର, 4 ଜଣ ସାଳିଆ ସାହି, 5 ଜଣ ଶୈଳେଶ୍ରୀ ବିହାର, 5 ଜଣ ବେହେରା ସାହି ନୟାପଲ୍ଲୀ, 5 ଜଣ ମଞ୍ଚେଶ୍ୱର, 3 ଜଣ ଭୀମଟାଙ୍ଗି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏପଟେ 308 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 13689 ଚିହ୍ନଟ ହୋଇଥିବା ବେଳେ 8529 ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ 5099 ଜଣ ସକ୍ରିୟ ରହିଥିବା ବେଳେ 49 ଜଣ ମୃତ୍ୟୁ କରିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.