ETV Bharat / city

କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ, ଦିନକରେ 39 ମୃତ - STATE CORONA death

କୋଭିଡ ମୃତ୍ୟୁରେ ଲାଗୁନି ବ୍ରେକ । ଗତ 24 ଘଣ୍ଟା ମଧ୍ୟରେ 3408 କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 39 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 3887କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

STATE CORONA: ମୃତ୍ୟୁରେ ଲାଗୁନି ବ୍ରେକ, ଦିନକରେ 39 ଜଣଙ୍କ ମୃତ୍ୟୁ

author img

By

Published : Jun 27, 2021, 10:23 AM IST

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ହେବ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ । ଗତ 24 ଘଣ୍ଟା ମଧ୍ୟରେ 3408 କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 39 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 3887କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ତେବେ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 9ଜଣ ରହିଥିବା ବେଳେ ବରଗଡ଼, କଟକ, ନୟାଗଡ଼ ଜିଲ୍ଲାରୁ 5ଜଣ ଲେଖାଏଁ ରହିଛନ୍ତି । ସେହିପରି ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରୁ 3 ଜଣ ଲେଖାଏଁ ରହିଥିବା ବେଳେ ଗଞ୍ଜାମ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ସୁବର୍ଣ୍ଣପୁର ଜିଲ୍ଲାରୁ 2 ଜଣ ଲେଖାଏଁ ରହିଛନ୍ତି । ଏପଟେ ପୁରୀ ଜିଲ୍ଲାରୁ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ତେବେ ନୂଆ 39 ମୃତକଙ୍କୁ ମିଶାଇ ରାଜ୍ୟରେ ସର୍ବମୋଟ 3887 ଜଣଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୯ ଲକ୍ଷ ୪୭୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩ ହଜାର ୦୧୯ଟି ସକ୍ରୟ ମାମଲା ରହିଥିବା ବେଳେ ୮ ଲକ୍ଷ ୬୦ ହଜାର ୧୪୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧ କୋଟି ୩୪ ଲକ୍ଷ ୮୬ ହଜାର ୦୮୨ ସାମ୍ପୁଲ ଟେଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.