ଭୁବନେଶ୍ବର: ରାଜ୍ୟରେ କମିବାରେ ଲାଗିଛି କୋରୋନା ସଂକ୍ରମଣ । ଆଜି(ଶୁକ୍ରବାର) ଗୋଟିଏ ଦିନରେ 387 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ 220 ଚିହ୍ନଟ ହୋଇଥିବା ବେଳେ, 167 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।
ଆଜି 30ଟି ଜିଲ୍ଲାରୁ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ 27, ବାଲେଶ୍ବରରେ 16, ବରଗଡରେ 17, ଭଦ୍ରକରେ 21, ବଲାଙ୍ଗୀରରେ 16, କଟକରେ 19, ଢେଙ୍କାନାଳରେ 5, ଗଞ୍ଜାମରେ 6, ଜଗତସିଂହପୁରରେ 7, ଯାଜପୁରରେ 9, ଝାରସୁଗୁଡ଼ାରେ 8 ରହିଛନ୍ତି ।
ସେହିଭଳି କଳାହାଣ୍ଡିରେ 15, କେନ୍ଦ୍ରାପଡାରେ 5, କେନ୍ଦୁଝରରେ 3, ଖୋର୍ଦ୍ଧାରେ 51, ମାଲକାନଗିରିରରେ ଜଣେ, ମୟୂରଭଞ୍ଜରେ 23, ନୂଆପଡାରେ 13, ନୟାଗଡରେ 3, ପୁରୀରେ 14 ରାୟଗଡାରେ 6, ସମ୍ବଲପୁରରେ 10, ସୁନ୍ଦରଗଡରେ 58, ଷ୍ଟେଟ ପୋଲ 13 ରହିଛନ୍ତି ।
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 23 ହାଜର 29 ଥିବାବେଳେ ସୁସ୍ଥ ହୋଇଛନ୍ତି 3 ଲକ୍ଷ 17 ହଜାର 870 । ସେହିଭଳି ସକ୍ରିୟ ଅଛନ୍ତି 3 ହଜାର 308 । ତେବେ ରାଜ୍ୟରେ ମୋଟ ଟେଷ୍ଟ 63,12,707 ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ