ETV Bharat / city

STATE CORONA: ଦିନକରେ ୩୬୫ ପଜିଟିଭ ଚିହ୍ନଟ, ୫୬ ଶିଶୁ ଆକ୍ରାନ୍ତ

author img

By

Published : Oct 29, 2021, 10:00 AM IST

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୫ କୋରୋନା ପଜିଟିଭ ଚିହ୍ନଟ । ସେଥିମଧ୍ୟରୁ ୫୬ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ...

STATE CORONA: ଦିନକରେ ୩୬୫ ପଜିଟିଭ ଚିହ୍ନଟ, ୫୬  ଶିଶୁ ଆକ୍ରାନ୍ତ
STATE CORONA: ଦିନକରେ ୩୬୫ ପଜିଟିଭ ଚିହ୍ନଟ, ୫୬ ଶିଶୁ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୬ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୧୨ ଜଣ ଥିବାବେଳେ ୧୫୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୭ ଜଣ ଥିବାବେଳେ ଅନୁଗୋଳରୁ ୧, ବାଲେଶ୍ବରରୁ ୨, ବରଗଡରୁ ୧, ଭଦ୍ରକରୁ ୭, କଟକରୁ ୩୪, ଦେବଗଡରୁ ୬, ଢେଙ୍କାନାଳରୁ ୪, ଗଞ୍ଜାମରୁ ୫, ଜଗତସିଂହପୁରରୁ ୧୩, ଯାଜପୁରରୁ ୧୦, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୩, କେନ୍ଦ୍ରାପଡ଼ାରୁ ୨୦, କୋରାପୁଟରୁ ୪, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୩, ନୟାଗଡରୁ ୧, ନୂଆପଡାରୁ ୩, ପୁରୀରୁ ୧୦, ରାୟଗଡାରୁ ୧, ସମ୍ବଲପୁରରୁ ୧୦, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୮ ଏବଂ ଷ୍ଟେଟ ପୁଲ୍‌ରୁ ୩୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୫୯୫ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୫୪୬ ଜଣ କୋରୋନାରୁ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଆକ୍ଟିଭ କେସ ୪ହଜାର ୫୬୩ଟି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.