ETV Bharat / city

BMC Municipal Polls: ଯାଞ୍ଚରେ କଟିଲା ଜଣଙ୍କ ପ୍ରାର୍ଥୀପତ୍ର, ମଇଦାନରେ 342 ପ୍ରାର୍ଥୀ

author img

By

Published : Mar 10, 2022, 11:00 AM IST

ବିଏମସିର 67ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ 343ଟି ନାମାଙ୍କନ ପତ୍ର ଦାଖଲ କରାଯାଇଛି । ବର୍ତ୍ତମାନ 342 ଜଣ ଯୋଗ୍ୟ ପ୍ରାର୍ଥୀ ରହିଛନ୍ତି । ଅଧିକ ପଢ଼ନ୍ତୁ

କର୍ପୋରେଟର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ
କର୍ପୋରେଟର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ବର: ପ୍ରକାଶ ପାଇଛି ଭୁବନେଶ୍ୱର ମହାନଗର ନିଗମର ଯୋଗ୍ୟ ପ୍ରାର୍ଥୀ ତାଲିକା । ଏହି ତାଲିକା ପ୍ରକାଶ ପାଇବା ପରେ ମେୟର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ସମସ୍ତ 12ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବ କାଏମ ରହିଛି।

ଏହି ପରିପ୍ରେକ୍ଷୀରେ ବିଏମସିର 67ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ 343ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି ।

ଫଳରେ ବିଏମସିର 67ଟି ୱାର୍ଡ ପାଇଁ ବର୍ତ୍ତମାନ 342ଜଣ ଯୋଗ୍ୟ ପ୍ରାର୍ଥୀ ରହିଛନ୍ତି । ଭୁବନେଶ୍ୱର ମହାନଗର ନିଗମର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବରିଷ୍ଠ ଆଇଏସ୍ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଅବଜର୍ଭର ଭାବେ ଦାୟିତ୍ୱ ଦିଆଯାଇଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.