ETV Bharat / city

ଆସିଲା ୟସ କ୍ଷୟକ୍ଷତି ରିପୋର୍ଟ: 32 କୋଟିର ରାସ୍ତା ନଷ୍ଟ - ରାସ୍ତା

ବାତ୍ୟା ୟସ ଦ୍ୱାରା ନଷ୍ଟ ହୋଇଥିବା ରାସ୍ତାର ପ୍ରାଥମିକ ରିପୋର୍ଟ ସରକାରଙ୍କୁ ମିଳିଛି । ଏନେଇ ପ୍ରଭାବିତ ହୋଇଥିବା 5 ଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି । ଅଧିକ ପଢନ୍ତୁ...

ଆସିଲା 'ୟସ' କ୍ଷୟକ୍ଷତି ରିପୋର୍ଟ: ନଷ୍ଟ ହୋଇଛି ପ୍ରାୟ 32 କୋଟିର ରାସ୍ତା

author img

By

Published : May 27, 2021, 11:00 PM IST

ଭୁବନେଶ୍ବର: ୟସ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ଆସିଛି । ବାତ୍ୟା ଦ୍ୱାରା ନଷ୍ଟ ହୋଇଥିବା ରାସ୍ତାର ପ୍ରାଥମିକ ରିପୋର୍ଟ ସରକାରଙ୍କୁ ମିଳିଛି । ଏନେଇ ପ୍ରଭାବିତ ହୋଇଥିବା 5 ଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି ।

ବାତ୍ୟାରେ 31 କୋଟି 97 ଲକ୍ଷର ରାସ୍ତା ନଷ୍ଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ବାଲେଶ୍ଵରର ସର୍ବାଧିକ 16.81 କୋଟି ଟଙ୍କାର ରାସ୍ତା ନଷ୍ଟ ହୋଇଛି । ସେହିପରି ଭଦ୍ରକରେ 5 କୋଟି, ମୟୂରଭଞ୍ଜରେ 5, କେନ୍ଦ୍ରାପଡା 4.1 ଓ ଜଗତସିଂହପୁରରେ 1.6 କୋଟି ଟଙ୍କାର ରାସ୍ତା କ୍ଷୟକ୍ଷତି ହୋଇଛି । ବାତ୍ୟାରେ ପ୍ରଭାବିତ ଜିଲ୍ଲାରେ 193ଟି ରାସ୍ତା ନଷ୍ଟ ହୋଇଛି । ସେହିପରି 327 ରାସ୍ତା ପ୍ରଭାବିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.