ETV Bharat / city

ରାଜଧାନୀରେ 309 କୋରୋନା ପଜେଟିଭ ଚିହ୍ନଟ, 317 ସୁସ୍ଥ

ଭୁବନେଶ୍ବରରେ ଆଜି(ଗୁରୁବାର)309 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 317 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।

author img

By

Published : Oct 8, 2020, 7:25 PM IST

corona positive identified in the bhubaneswa
ରାଜଧାନୀରେ 309 କୋରୋନା ପଜେଟିଭ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି(ଗୁରୁବାର)309 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 317 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ବି ସ୍ଥାନୀୟ ସଂକ୍ରମଣ କିନ୍ତୁ ବଢ଼ିବାରେ ଲାଗିଛି।

ଭୁବନେଶ୍ବରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 83 ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ ସଂକ୍ରମଣ 226ରେ ପହଁଞ୍ଚିଛି। ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି। ଏପଟେ ଭୁବନେଶ୍ବରରେ ମୋଟ କୋରୋନା ମୃତକଙ୍କ ସଂଖ୍ୟା 109 ଛୁଇଁଛି।

ହୋମ କ୍ଵାରେଣ୍ଟାଇନରେ ଚିହ୍ନଟ ହୋଇଥିବା 83 ଜଣଙ୍କ ମଧ୍ୟରେ 5 ଜଣ ୟୁନିଟ-6, 4 ଜଣ ଖଣ୍ଡଗିରି, 3 ଜଣ ୟୁନିଟ-1, 3 ଜଣ ବରମୁଣ୍ଡା, 3 ଜଣ ଝାରପଡ଼ା, 3 ଜଣ ଭିଏସଏସ ନଗର, 3 ଜଣ ଓଲଡ଼ ଟାଉନ, 5 ଜଣ ପଟିଆ ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ସ୍ଥାନୀୟ ସଂକ୍ରମଣରେ 21 ଜଣ ନୟାପଲ୍ଲୀ, 10 ଜଣ ଓଲଡ଼ ଟାଉନ, 10 ଜଣ ପଟିଆ, 8 ଜଣ ଶୈଳେଶ୍ରୀ ବିହାର, 5 ଜଣ ଡୁମଡୁମା, 5 ଚନ୍ଦ୍ରଶେଖରପୁର, 4 ଜଣ ଘାଟିକିଆ, 4 ଜଣ ଆଇଆରସି ଭିଲେଜରୁ ଚିହ୍ନଟ ହୋଇଛନ୍ତି ।

ସେହିପରି 4 ଜଣ ଜୟଦେବ ବିହାର, 5 ଜଣ ଝାରପଡ଼ା, 7 ଜଣ କଳିଙ୍ଗ ବିହାର, 3 ଜଣ ଶ୍ରୀବିହାର, 8 ଜଣ ରସୁଲଗଡ଼, 4 ଜଣ ମୈତ୍ରୀ ବିହାର, 4 ଜଣ ଲକ୍ଷ୍ମୀସାଗର, 4 ଜଣ ସହିଦ ନଗର, 5 ଜଣ ପାତ୍ରପଡା, 5 ଜଣ ସୁନ୍ଦରପଦା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 24,537 ଥିବାବେଳେ 20,888 ସୁସ୍ଥ ହୋଇଛନ୍ତି । ଏହାସହ ସକ୍ରିୟ ମାମଲା 3,519 ରହିଛି । କୋଭିଡ ଜନିତ ମୃତ୍ୟୁ ସଂଖ୍ୟା 109 ଜଣ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.