ETV Bharat / city

ଗୋଟିଏ ଦିନରେ ରାଜ୍ୟରେ 3025 ଆକ୍ରାନ୍ତ ଚିହ୍ନଟ - odisha corona news

ରାଜ୍ୟରେ ହୁହୁ ହୋଇ ବଢୁଛି ସଂକ୍ରମଣ। ଗୋଟିଏ ଦିନରେ 3 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ଚିହ୍ନଟ । ଅଧିକ ପଢନ୍ତୁ...

ଓଡିଶାରେ ଗୋଟିଏ ଦିନରେ 3025 ନୂଆ ପଜିଟିଭ ରିପୋର୍ଟ, 1 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Sep 1, 2020, 11:34 AM IST

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ମୁତାବକ ଆଜି (ମଙ୍ଗଳବାର) ପୁଣି 3025 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 106561ରେ ପହଞ୍ଚିଛି ।

ସଂକ୍ରମଣ ସଂଖ୍ୟା ଭିତରେ ହୋମ କ୍ଵାରେଣ୍ଟାଇନରୁ 1844 ଓ ସ୍ଥାନୀୟ ସଂକ୍ରମଣ 1181 ରହିଛି । ଖୋର୍ଦ୍ଧାରେ 666 ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଅନୁଗୋଳରେ 58, ବାଲେଶ୍ୱରରେ 40, ବରଗଡରେ 61, ଭଦ୍ରକରେ 94, ବଲାଙ୍ଗୀରରେ 24, ବୌଦ୍ଧ 9, କଟକରେ 312, ଦେଓଗଡରେ 1, ଢେଙ୍କାନାଳରେ 132, ଗଜପତିରେ 29, ଗଞ୍ଜାମ 207, ଜଗତସିଂହପୁରରେ 78, ଯାଜପୁରରେ 85, ଝାରସୁଗୁଡ଼ାରେ 59, କଳାହାଣ୍ଡିରେ 82, କନ୍ଧମାଳରେ 22, କେନ୍ଦ୍ରାପଡାରେ 128, କେନ୍ଧୁଝରରେ 50, କୋରାପୁଟରେ 139, ମାଲକାନଗିରିରେ 32, ମୟୂରଭଞ୍ଜରେ 215, ନବରଙ୍ଗପୁରରେ 46, ନୟାଗଡରେ 67, ନୂଆପଡା 79, ପୁରୀ 136, ରାୟଗଡା 13, ସମ୍ବଲପୁର 83, ସୋନପୁର 22, ସୁନ୍ଦରଗଡ ରେ 56 ଜଣ ଆକ୍ରାନ୍ତ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 106561 ରହିଥିବାବେଳେ, ସେଥିରୁ ସୁସ୍ଥ ହୋଇଛନ୍ତି 77286 । ତେବେ ମୋଟ 28719ଟି ମାମଲା ସକ୍ରିୟ ରହିଥିବାବେଳେ, ରାଜ୍ୟରେ ମୋଟ 1839854 ଟେଷ୍ଟ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.