ETV Bharat / city

ବାଲ୍ୟ ବିବାହ ମୁକ୍ତ ହେଲା ୩୦୦୭ଟି ଗାଁ - ବାଲ୍ୟ ବିବାହ ୩୦୦୭ ଗାଁ

ରାଜ୍ୟର ୩୦୦୭ଟି ଗାଁ ହେଲା ବାଲ୍ୟ ବିବାହ ମୁକ୍ତ । କିଶୋରୀ, ବାଳିକାମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦିଆଯିବ ପ୍ରାଧାନ୍ୟ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ବାଳିକାମାନଙ୍କୁ ଦିଆଯିବ ଶିକ୍ଷା । ଅଧିକ ପଢନ୍ତୁ...

ବାଲ୍ୟ ବିବାହ ମୁକ୍ତ ହେଲା ୩୦୦୭ଟି ଗାଁ
ବାଲ୍ୟ ବିବାହ ମୁକ୍ତ ହେଲା ୩୦୦୭ଟି ଗାଁ
author img

By

Published : Apr 30, 2021, 11:05 PM IST

ଭୁବନେଶ୍ବର : ବାଲ୍ୟବିବାହ ପ୍ରଥା ସଂପୂର୍ଣ୍ଣ ନିଷେଧ କରିବା ଲକ୍ଷ୍ୟରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ । ଏନେଇ ବିଭାଗ ଦ୍ଵାରା ବ୍ୟାପକ ଯୋଜନାବଦ୍ଧ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଉପରେ ଗୁରୁତ୍ବ । ବାଲ୍ୟ ବିବାହ ନିଷେଧ କ୍ରିୟାଶୀଳ ହେବା ପାଇଁ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତସ୍ତରରେ ଗଠିତ ହେଲା ଟାସ୍କଫୋର୍ସ । ବାଲ୍ୟବିବାହ ଦ୍ଵାରା କୋମଳମତି ଶିଶୁମାନଙ୍କ ଉପରେ ପଡୁଛି ମାନସିକ, ଶାରୀରିକ ନକାରାତ୍ମକ ପ୍ରଭାବ । ସଂପ୍ରତି କୋଭିଡ଼ ଦ୍ବିତୀୟ ଲହରୀରେ ବାଲ୍ୟ ବିବାହର ଶିକାର ହେଉଥିବା ଶିଶୁମାନେ ଖୁବ୍ ସମ୍ବେଦନପ୍ରବଣ ହୋଇପଡ଼ିଛନ୍ତି । ଅକ୍ଷୟ ତୃତୀୟା ତିଥିରେ ଗଣବିବାହ ହେବା ସମ୍ଭାବନା ଥିବାରୁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ତୀକ୍ଷ୍ମଣ ନଜର ରଖିବାକୁ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।

ବାଲ୍ୟ ବିବାହ ମୁକ୍ତ ହେଲା ୩୦୦୭ଟି ଗାଁ
ବାଲ୍ୟ ବିବାହ ମୁକ୍ତ ହେଲା ୩୦୦୭ଟି ଗାଁ
ବିଭିନ୍ନ ଧର୍ମାନୁଷ୍ଠାନ, ମନ୍ଦିର ଏବଂ ବିବାହ ମଣ୍ଡପଗୁଡ଼ିକରେ ହେଉଥିବା ବିବାହଗୁଡ଼ିକରେ ଅନୁଷ୍ଠାନର ପୂଜାମାନେ ଜନ୍ମ ପ୍ରମାଣପତ୍ରକୁ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତିରାଜ ଓ ଆଇନ ବିଭାଗ ତରଫରୁ ପଦକ୍ଷେପ ନେବାକୁ ରାଜ୍ୟ ସ୍ତରୀୟ ବାଲ୍ୟବିବାହ ନିଷେଧ କମିଟିର ୧୧ତମ ବୈଠକରେ ନିଷ୍ପତି ହୋଇଛି । ପ୍ରତ୍ୟେକ ଦୁଇ ମାସରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ବାଲ୍ୟବିବାହ ନିଷେଧ କମିଟିର ୧୧ତମ ବୈଠକ ଭର୍ଚୁଆଲରେ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।୩୧ ମାର୍ଚ୍ଚ , ୨୦୨୧ ସୁଦ୍ଧା ରାଜ୍ୟର ୩୦୦୭ଟି ଗାଁ ସଂପୂର୍ଣ୍ଣ ବାଲ୍ୟ ବିବାହମୁକ୍ତ ହୋଇଥିବା ସୂଚନା ଦିଆଯାଇଛି । ବାଲ୍ୟ ବିବାହରୁ ଉଦ୍ଧାର କରାଯାଇଥିବା କିଶୋରୀମାନଙ୍କୁ ପରବର୍ତ୍ତୀ ସମୟରେ ଦକ୍ଷତା ବିକାଶ ମାଧ୍ୟମରେ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ପ୍ରମୁଖ ବିଭାଗଗୁଡ଼ିକର କାର୍ଯ୍ୟକ୍ରମ ଉପରେ ଫୋକସ୍ କରାଯାଉଛି । ବିଶେଷ କରି ବାଳିକାମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।ବିଗତ ଦିନ ମାନଙ୍କରେ ଓଡ଼ିଶାରେ ବାଲ୍ୟ ବିବାହର ସ୍ଥିତି ଏବଂ ଭବିଷ୍ୟତରେ ବାଲ୍ୟବିବାହ ରୋକିବା ନିମନ୍ତେ ବିଭିନ୍ନ ଆକ୍ସନ୍ ପ୍ଲାନ୍ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ବୈଠକରେ ବାଲ୍ୟବିବାହ ନିଷେଧ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଆଇନ ଆଦି ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହା ସହ ୟୁନିସେଫ୍, ୟୁଏନ୍‌ଏପିଏ, ଆକ୍ସନ୍ ଏଡ୍, ରାଜ୍ୟ ଶିଶୁ ଅଧୁକାର ସୁରକ୍ଷା ଆୟୋଗ, ସିଆଇଡି, କ୍ରାଇମବ୍ରାଞ୍ଚ, ପୋଲିସ ଅଧିକାରୀ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.