ETV Bharat / city

୩ ହଜାର 'ମୋ ସେବାକେନ୍ଦ୍ର' ଲୋକାର୍ପିତ, ମିଳିବ ୮ହଜାର ନିଯୁକ୍ତି - on the occasion of Panchayati Raj Day

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ହଜାରରୁ ଉର୍ଦ୍ଧ୍ବ 'ମୋ ସେବାକେନ୍ଦ୍ର' ଓଡିଶା ୱାନ ପୋର୍ଟାଲ(OdishaOne Portal) ଲୋକାର୍ପିତ କରିଛନ୍ତି । 5-ଟି ଉପକ୍ରମ ଅନୁଯାୟୀ, ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

'ମୋ ସେବାକେନ୍ଦ୍ର' ଲୋକାର୍ପିତ
'ମୋ ସେବାକେନ୍ଦ୍ର' ଲୋକାର୍ପିତ
author img

By

Published : Mar 5, 2021, 3:28 PM IST

Updated : Mar 5, 2021, 4:29 PM IST

ଭୁବନେଶ୍ବର: ପଞ୍ଚାୟତିରାଜ ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ହଜାରରୁ ଉର୍ଦ୍ଧ୍ବ 'ମୋ ସେବାକେନ୍ଦ୍ର' ଓଡିଶା ୱାନ ପୋର୍ଟାଲ(OdishaOne Portal) ଲୋକାର୍ପିତ କରିଛନ୍ତି । 5-ଟି ଉପକ୍ରମ ଅନୁଯାୟୀ, ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଏହାଦ୍ବାରା ୮ ହଜାର ଯୁବକଯୁବତୀ ଆତ୍ମନିଯୁକ୍ତିର ସୁଯୋଗ ପାଇବେ । ଆଗାମୀ ଦିନରେ ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ ଗୋଟିଏ ମୋ ସେବାକେନ୍ଦ୍ର ଖୋଲାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ସହରବାସୀ ତଥା କମ୍ପ୍ୟୁଟର ଜାଣିଥିବା ଲୋକମାନଙ୍କ ପାଇଁ ଓଡିଶା ୱାନ ପୋର୍ଟାଲ ସେବା ଯୋଗାଇବାରେ ସହାୟକ ହେବ ।

୩ ହଜାର 'ମୋ ସେବାକେନ୍ଦ୍ର' ଲୋକାର୍ପିତ, ମିଳିବ ୮ହଜାର ନିଯୁକ୍ତି

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୂଳମନ୍ତ୍ର । ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ । ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ପ୍ରଥମ ଲକ୍ଷ୍ୟ ।

ଟେକ୍ନୋଲୋଜିର ଉପଯୋଗ ସମ୍ପର୍କରେ ବିଜୁବାବୁଙ୍କ ଚିନ୍ତାଧାର ଉପରେ ଆଲୋକପାତ କରାଯାଇଛି । ବିଜୁବାବୁ ଚାହୁଁଥିଲେ ଟେକ୍ନୋଲୋଜିର ସୁବିଧା ଗାଁ ଗାଁରେ ପହଞ୍ଚୁ । ମୋ ସେବାକେନ୍ଦ୍ର ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ଏହି କେନ୍ଦ୍ର ଦ୍ବାରା ସାଧାରଣ ଲୋକ ନିଜ ଘର ପାଖରେ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇପାରିବେ ।

ଜନସାଧାରଣଙ୍କୁ ସଚେତନ କରିବା ତଥା ସେବାର ଗୁଣାତ୍ମକମାନ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ସାଂସଦ ଓ ବିଧାୟକମାନଙ୍କ ସମେତ ବିଭାଗୀୟ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 5, 2021, 4:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.