ETV Bharat / city

30 ଜିଲ୍ଲାକୁ ଛୁଇଁଲା କୋରୋନା, ରାୟଗଡାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ

author img

By

Published : Jun 3, 2020, 2:48 PM IST

ରାଜ୍ୟରେ ଚିନ୍ତା ବଢାଇଛି ସ୍ଥାନୀୟ ସଂକ୍ରମଣ । ଆଜି ସ୍ଥାନୀୟ ଅଞ୍ଚଳରୁ 11 ଜଣ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

30 ଜିଲ୍ଲାକୁ ଛୁଇଁଲା କୋରୋନା,ରାୟଗଡାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରୁଛି କୋରୋନା ସଂକ୍ରମଣ। ବୁଧବାର ପୁଣି 143 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 30ଟି ଜିଲ୍ଲାକୁ ଛୁଇଁଲା କୋରୋନା । ପ୍ରଥମ କରି ରାୟଗଡା ଜିଲ୍ଲାରେ ପଶିଲା କୋରୋନା ।

ରାଜ୍ୟରେ ଦ୍ରୁତ ଗତିରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟର ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛି। କ୍ବାରେଣ୍ଟାଇନ ସେଣ୍ଟରରୁ 132 ଜଣ ରହିଥିବା ବେଳେ 11 ଜଣ ସ୍ଥାନୀୟ ଅଞ୍ଚଳର। ପ୍ରଥମ କରି ରାୟଗଡାରେ ଜଣେ ଦିଲ୍ଲୀ ଫେରନ୍ତାଙ୍କ ଠାରେ କୋରୋନା ଚିହ୍ନଟ ହୋଇଛି ।

ଆଜି ଚିହ୍ନଟ ହୋଇଥିବା ଜିଲ୍ଲାମାନଙ୍କ ମଧ୍ୟରେ ବଲାଙ୍ଗୀରରୁ 13 ଜଣ, କେନ୍ଦ୍ରାପଡାରେ 9 , ନୂଆପଡାରେ 8, ସୋନପୁରରେ 17,ଗଞ୍ଜାମରେ 41, ଖୋର୍ଦ୍ଧାରେ 3, ମୟୂରଭଞ୍ଜରେ 8 , ଅନୁଗୁଳରେ 3, ବାଲେଶ୍ୱରରେ 24, ଭଦ୍ରକରେ 3 ,ଗଜପତିରେ 4, ସମ୍ବଲପୁର3 ଜଣ, ସୁନ୍ଦରଗଡରେ 4, ଦେବଗଡ ଓ କଳାହାଣ୍ଡି ଓ ରାୟଗଡାରୁ ଜଣିଏ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେପଟେ, ଏମାନଙ୍କ ଭିତରେ 11 ଜଣ ସ୍ଥାନୀୟ ସଂକ୍ରମଣ ଭିତରେ ସୋନପୁରର 3 ଜଣ, ଗଞ୍ଜାମର 5, ବାଲେଶ୍ଵରରୁ 1 ଜଣେ, ସୁନ୍ଦରଗଡରୁ 2 ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ସଂକ୍ରମିତ ମାମଲା ଏବେ 2388ରେ ପହଞ୍ଚିଛି । ସେଥିମଧ୍ୟରୁ 1325ଟି ମାମଲା ସକ୍ରିୟ ରହିଛି। 1054 ଜଣ ସୁସ୍ଥ ହେବା ସହ 7 ଜଣଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.