ETV Bharat / city

ଇକୋ-ଟୁରିଜିମର ବିକାଶ ପାଇଁ ୩୦ କୋଟି

ରାଜ୍ୟର ପ୍ରକୃତି-ପର୍ଯ୍ୟଟନସ୍ଥଳୀଗୁଡିକର ବିକାଶ ପାଇଁ ୩୦ କୋଟି ଟଙ୍କା ଅନୁମୋଦନ । ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏକ ବୈଠକରେ ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ...

ଇକୋ-ଟୁରିଜିମର ବିକାଶ ପାଇଁ ୩୦ କୋଟି
ଇକୋ-ଟୁରିଜିମର ବିକାଶ ପାଇଁ ୩୦ କୋଟି
author img

By

Published : Aug 6, 2021, 7:48 PM IST

ଭୁବନେଶ୍ବର: ଓଡ଼ିଶାରେ ପ୍ରକୃତି-ପର୍ଯ୍ୟଟନ ( ଇକୋ ଟୁରିଜିମ୍ ) ଉଲ୍ଲେଖନୀୟ ସଫଳତା ହାସଲ କରିଛି । କୋଭିଡ଼ ମହାମାରୀ ପ୍ରଭାବିତ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ଗତ ଦୁଇ ବର୍ଷରେ ଇକୋ-କେନ୍ଦ୍ରମାନଙ୍କରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ୯୬ ପ୍ରତିଶତ ବୃଦ୍ଧି ଘଟିଛି । ଏହାସହ ଆର୍ଥିକ କାରବାର ଓ ରାଜସ୍ୱ ସଂଗ୍ରହରେ ୪୯ ପ୍ରତିଶତ ଅଭିବୃଦ୍ଧି ଘଟିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।

ଇକୋ-ଟୁରିଜିମର ବିକାଶ ପାଇଁ ୩୦ କୋଟି eco tourism
ଇକୋ-ଟୁରିଜିମର ବିକାଶ ପାଇଁ ୩୦ କୋଟି

ଲୋକସେବା ଭବନରୁ ଶୁକ୍ରବାର ଡ଼ିଜିଟାଲ୍ ମୋଡରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା ପ୍ରକୃତି-ପର୍ଯ୍ୟଟନ ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ବୟନ ଓ ପରିଚାଳନା ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ନୂତନ ଭାବେ ପ୍ରସ୍ତୁତ ହୋଇଥିବା ୫ଟି ନୂଆ ସ୍ଥାନକୁ ୱେବସାଇଟରେ ଅପଲୋଡ୍‌ କରି ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବରଗଡ଼ ଜିଲ୍ଲାର ନୃସିଂହନାଥ, କୋରାପୁଟର ଦେବଦାରୁ (ପାଇନ୍) ବଣ, ନୂଆପଡାର ପାତୋରା ଡ୍ୟାମ୍, ସୁନ୍ଦରଗଡ଼ର ଟେନ୍‌ସା ଏବଂ କେନ୍ଦୁଝରର କାଞ୍ଜିଆପାଣିରେ ଏହି ନୂଆ ପ୍ରକୃତି-ପର୍ଯ୍ୟଟନସ୍ଥଳୀ ବିକଶିତ କରାଯାଇଛି ।

ନୂଆ ସ୍ଥାନଗୁଡିକର ବିକାଶ କଲାବେଳେ ସେସବୁ ସ୍ଥାନର ପର୍ଯ୍ୟଟନ ସମ୍ଭାର ଏବଂ ଅନ୍ୟ ରାଜ୍ୟ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାର ସମ୍ଭାବନା ଆଦିକୁ ଲକ୍ଷ୍ୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜଙ୍ଗଲ ଓ ପରିବେଶ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । କଳିଙ୍ଗା ଘାଟି, ପାଇନ୍ ବଣ, ବଣାଇ, ଦେଓମାଳି ପର୍ବତ ଶିଖର, ଡମ୍ବରୁଗଡ଼ ଏବଂ କଳାହାଣ୍ଡିର ଜଖମ ଆଦି ସ୍ଥାନକୁ ରାତ୍ରି ରହଣୀ ଇକୋ କେନ୍ଦ୍ର ଭାବେ ବିକଶିତ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି । ଏହାଛଡା ଫୁଲବାଣୀ ବନଖଣ୍ଡର ସିକିରି, ବଲାଙ୍ଗିର ବନଖଣ୍ଡର ଭୀଡ଼ୁଙ୍ଗୁରି, ସାତକୋଶିଆର ବାଲିପୁଟ, କଳାହାଣ୍ଡିର ଫୁଲଝରଣ ଓ ରାବଣଧାର ଝରଣା, ଢ଼େଙ୍କାନାଳର ଚକୁରିଆ ଘାଟି ଏବଂ ବୌଦ୍ଧ ବନଖଣ୍ଡର ଡ଼ମ୍ବରୁଗଡ଼ରେ ପ୍ରକୃତି-ପର୍ଯ୍ୟଟନ ସ୍ଥଳୀ ବିକାଶ କରିବା ନିମନ୍ତେ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି ।

ନୂଆ ପ୍ରକୃତି ପର୍ଯ୍ୟଟନ କେନ୍ଦ୍ରର ବିକାଶ, ବର୍ତ୍ତମାନ ପର୍ଯ୍ୟନ୍ତ ବିକାଶ କରାଯାଇଥିବା ସ୍ଥାନଗୁଡିକର ରକ୍ଷଣାବେକ୍ଷଣ ଓ ଦୃଢ଼ୀକରଣ, ନିର୍ମାଣାଧୀନ କେନ୍ଦ୍ରଗୁଡିକର ତ୍ବରିତ କାର୍ଯ୍ୟାନ୍ବୟନ ଏବଂ ଇକୋ କେନ୍ଦ୍ର ଚଳାଉଥିବା ସ୍ଥାନୀୟ ବାସିନ୍ଦାମାନଙ୍କର ତାଲିମ ଓ ଦକ୍ଷତା ବୃଦ୍ଧି ଆଦି ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଛି । ଏହିସବୁ କାର୍ଯ୍ୟ ନିମନ୍ତେ ମୁଖ୍ୟ ଶାସନ ସଚିବ ୩୦ କୋଟି ଟଙ୍କା ଅଟକଳର କାର୍ଯ୍ୟ ଯୋଜନା ଅନୁମୋଦନ କରିଛନ୍ତି । ପ୍ରକୃତି ପର୍ଯ୍ୟଟନ କେନ୍ଦ୍ରମାନଙ୍କରେ ପରିଚ୍ଛନତା, ସ୍ବାସ୍ଥ୍ୟକର ପରିବେଶ ଏବଂ ସର୍ବୋପରି କେଭିଡ୍ ପ୍ରତିରୋଧ ବ୍ୟବସ୍ଥା ଓ କୋଭିଡ଼ ନିୟମର ପୂର୍ଣ୍ଣ ଅନୁପାଳନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି ।

କେଭିଡ୍ ପ୍ରତିରୋଧ ନିମନ୍ତେ ନିର୍ଦ୍ଧାରିତ କାର୍ଯ୍ୟପନ୍ଥା ( ଏସ୍.ଓ.ପି. ) କାର୍ଯ୍ୟାନ୍ବୟନ ପାଇଁ ୨୫ ଟି ବନଖଣ୍ଡଙ୍କୁ ସମୁଦାୟ ୧୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ପ୍ରଧାନ ବନରକ୍ଷକ (ବନ୍ୟଜନ୍ତୁ) ଶଶୀ ପଲ୍ ସୂଚନା ଅନୁସାରେ, ୨୦୧୭ - ୧୮ ଆର୍ଥିକ ବର୍ଷରେ ରାଜ୍ୟର ଇକୋ କେନ୍ଦ୍ରମାନଙ୍କୁ ୧୧, ୫୦୦ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୮ - ୧୯ ରେ ପର୍ଯ୍ୟଟକଙ୍କ ସଂଖ୍ୟା ୨୯ , ୦୨୪ କୁ ବୃଦ୍ଧି ହୋଇଥିଲା । ସେହିପରି ୨୦୨୦ - ୨୧ ବର୍ଷରେ ଏହି ସଂଖ୍ୟା ୫୭ , ୦୦୦ କୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଇକୋ - କେନ୍ଦ୍ର ମାନଙ୍କରେ ଆର୍ଥିକ କାରବାର ଏବଂ ରାଜସ୍ୱ ସଂଗ୍ରହ ମଧ୍ୟ ବୃଦ୍ଧି ପାଇଛି ।୨୦୧୭ - ୧୮ ମସିହାରେ ପ୍ରକୃତି - ପର୍ଯ୍ୟଟନରୁ ରାଜସ୍ବ ୩.୪୦ କୋଟି ଆଦାୟ ହୋଇଛି । ୨୦୧୮ - ୧୯ ବର୍ଷରେ ଏହା ୫.୬୧ କୋଟି ଏବଂ ୨୦୨୦ - ୨୧ ବର୍ଷରେ ଏହା ୮.୩୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ମୋଟାମୋଟି ଭାବେ ୨୦୧୭ - ୧୮ ଆର୍ଥିକ ବର୍ଷ ତୁଳନାରେ ୨୦୨୦ - ୨୧ ବର୍ଷରେ ପର୍ଯ୍ୟଟକଙ୍କ ଆଗମନରେ ୯୬ ପ୍ରତିଶତ ଏବଂ ରାଜସ୍ବ ଆଦାୟରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି ।ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ପ୍ରଧାନ ବନ ସଂରକ୍ଷକ ଶଶି ପଲ୍‌ଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧୀକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.