ETV Bharat / city

ରାଜଧାନୀରେ ମାତିଛି ଡେଙ୍ଗୁ, ଦିନକରେ ୩୦ ଚିହ୍ନଟ

author img

By

Published : Jul 28, 2021, 10:34 PM IST

ଭୁବନେଶ୍ୱରରେ ଦିନକରେ ଚିହ୍ନଟ ହେଲେ ୩୦ ଡେଙ୍ଗୁ ରୋଗୀ । ଏଥି ସହିତ ଭୁବନେଶ୍ୱରର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୪୨୧ରେ ପହଞ୍ଚିଛି । ଯାହାକି ଗତକାଲି ଏହି ସଂଖ୍ୟା ୩୯୨ରେ ଥିଲା । ଅଧିକ ପଢନ୍ତୁ...

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଦିନକରେ ଚିହ୍ନଟ ହେଲେ ୩୦ ଡେଙ୍ଗୁ ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକରେ ଚିହ୍ନଟ ହେଲେ ୩୦ ଡେଙ୍ଗୁ ରୋଗୀ । ଏଥି ସହିତ ଭୁବନେଶ୍ୱରର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୪୨୧ରେ ପହଞ୍ଚିଛି । ଯାହାକି ଗତକାଲି ଏହି ସଂଖ୍ୟା ୩୯୨ରେ ଥିଲା । ଜାନୁଆରୀରୁ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୪୨୧ । ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର, କଳ୍ପନା ଓ ବରଗଡ ବ୍ରିଟ କଲୋନୀରେ ବ୍ୟାପିଛି ଡେଙ୍ଗୁ ।

ତେଣୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ବୁଲି ବୁଲି ତଥ୍ୟ ସଂଗ୍ରହ ଓ ତଦନ୍ତ କରୁଛନ୍ତି । ଗତକାଲି ଜଣେ ନାବାଳିକା ଡେଙ୍ଗୁରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। କରୋନା ସମୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ। ତେଣୁ, ଉଭୟ କ୍ଷେତ୍ରରେ ଲୋକଙ୍କ ମଧ୍ୟରେ ସଚେତନତା ଓ ସତର୍କତା ଜରୁରୀ । ଭୁବନେଶ୍ୱରର ଉଭୟ କରୋନା ଓ ଡେଙ୍ଗୁ ସଂକ୍ରମଣ ସ୍ଥିତି ଚିନ୍ତା ଜନକ ଯାହା ଏବେ ବିଏମସିର ମୁଣ୍ଡବ୍ୟଥା ସାଜିଛି ।

ସେପଟେ ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା । ସଚେତନତା ସତ୍ତ୍ବେ ସହରରେ କୁଢ଼ କୁଢ଼ ଅଳିଆ ପଡ଼ିରହୁଛି । ଏଥିପ୍ରତି ଲୋକମାନଙ୍କ ନା ଅଛି ଦୃଷ୍ଟି ନା ଅଛି ସହରବାସୀଙ୍କ ମନରେ ସଚେତନତା । ସ୍ୱଚ୍ଛତା ନଥିବାରୁ ରାଜଧାନୀର ଡେଙ୍ଗୁ ସଂଖ୍ୟା ବଢ଼ିବାରେ ଲାଗିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.