ETV Bharat / city

ରାଜ୍ୟର ଟେଲିକମ ଜାଲିଆତି ଘଟଣା, ରିମାଣ୍ଡରେ ଆସିବେ ରିଟେଲର ଟ୍ରିପଲ ଏସ

author img

By

Published : Jul 2, 2021, 3:59 PM IST

Updated : Jul 2, 2021, 11:10 PM IST

ରାଜ୍ୟର ଟେଲିକମ ଜାଲିଆତି ଘଟଣାରେ ରିମାଣ୍ଡରେ ଆସିବେ 3 ଟେଲିକମ ରିଟେଲର । ଅଧିକ ପଢନ୍ତୁ...

ରାଜ୍ୟର ଟେଲିକମ ଜାଲିଆତି ଘଟଣା, ରିମାଣ୍ଡରେ ଆସିବେ ରିଟେଲର ଟ୍ରିପଲ ଏସ
ରାଜ୍ୟର ଟେଲିକମ ଜାଲିଆତି ଘଟଣା, ରିମାଣ୍ଡରେ ଆସିବେ ରିଟେଲର ଟ୍ରିପଲ ଏସ

ଭୁବନେଶ୍ବର: କମିଶନରେଟ ପୋଲିସ ସ୍କାନରରେ ଟେଲିକମ ଜାଲିଆତି । ଗିରଫ ସିମ କେଳେଙ୍କାରୀର 3 ମାଷ୍ଟରମାଇଣ୍ଡ ଟ୍ରିପଲ ଏସଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ତେବେ ରିମାଣ୍ଡରେ ଆଣି ପୋଲିସ ସେମାନଙ୍କଠୁ ଟେଲିକମ ଜାଲିଆତି ସହ ସାଇଵର ଅପରାଧୀର ଲିଙ୍କ ଖୋଜିବ ବୋଲି ସୂଚନା ମିଳିଛି ।

ରିମାଣ୍ଡରେ ଆସିବାକୁ ଥିବା 3 ଜଣ ଟେଲିକମ ରିଟେଲର ହେଉଛନ୍ତି କେନ୍ଦୁଝରର ସୁବ୍ରତ କୁମାର ପାଣିଗ୍ରାହୀ ଓ ସୁକାନ୍ତ କୁମାର ଦାସ ଏବଂ ଭଦ୍ରକର ଶ୍ରୀନିବାସ ଘଡେଇ । ତେବେ ସୂଚନା ଥାଉ କି ଗତ ଜୁନ 29 ତାରିଖରେ 7 ଜଣିଆ ଟେଲିକମ ରିଟେଲରଙ୍କୁ ପୋଲିସ ଧରିଥିଲା । ଏମାନେ ବେଆଇନ ଭାବେ ସିମ ଆକ୍ଟିଭେଟ କରି ସାଇବର ଠକଙ୍କୁ ସିମ ଯୋଗାଉଥିଲେ । ଭିନ୍ନ କମ୍ପାନୀର ସିମ ଆକ୍ଟିଭେସନ ପାଇ ବ୍ୟବହୃତ ହେଉଥିବା ୧୦୦ରୁ ଊର୍ଦ୍ଧ୍ବ ମୋବାଇଲ ଫୋନ ଓ ବିପୁଳ ପରିମାଣର ସିମକାର୍ଡ଼ ପୋଲିସ ଜବତ କରିଥିଲା ।

ସେଥିପାଇଁ ପ୍ରିଆକ୍ଟିଭେଟେଡ଼ ସିମ କାର୍ଡ଼ର ଚେର ଖୋଜିବାକୁ ରିମାଣ୍ଡରେ ଆସିବେ ସେହି ଗିରଫ ତିନି ଅଭିଯୁକ୍ତ। ଏନେଇ ସୋମବାର କୋର୍ଟରେ ୪ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯିବ। କାରଣ କମିଶନରେଟ ପୋଲିସର ଫୋକସରେ ଅଛି ଯେ, ସିମ କାର୍ଡ ଆକ୍ଟିଭେସନ ପରେ କରୁଥିଲେ କ’ଣ ? ସେନେଇ ପଚରାଉଚରା କରାଯିବ ।

ଭଦ୍ରକ ଭଳି ଜିଲ୍ଲାରେ ଏତେ ପରିମାଣର ସିମ ଆକ୍ଟିଭେଟ ହେଉଥିଲା । ଅଥଚ କମ୍ପାନୀ କର୍ତ୍ତୃପକ୍ଷ ଜାଣିପାରୁ ନଥିଲେ କିପରି ? କମ୍ପାନୀର କର୍ମଚାରୀ ସହଯୋଗ କରୁଥିଲେ ସେମାନଙ୍କ ଟାର୍ଗେଟ ପାଇଁ । ହେଲେ କମ୍ପାନୀ ମ୍ୟାନେଜମେଣ୍ଟ ବା ଅପରେସନାଲ ଅଫିସର କିପରି ଜାଣିପାରୁ ନଥିଲେ ଆକ୍ଟିଭେସନ ପରେ ସିମର କିଭଳି ହେଉଛି ବ୍ୟବହାର ? କାରଣ ଗୋଟି ଡିଷ୍ଟ୍ରିବ୍ୟୁଟର ବା ଏରିଆ ମ୍ୟାନେଜର ଅଧିନରେ ଏତେ ପରିମାଣର ସିମ ଆକ୍ଟିଭେଟ ହେଉଛି । ଏହା ଅସଲି ନା ନକଲି ଆକ୍ଟିଭେସନ କମ୍ପାନୀ କତ୍ତୃପକ୍ଷଙ୍କ କିପରି ଆସଙ୍କା ନଥିଲା ତାହା ସନ୍ଦେହରେ । ସେନେଇ କମ୍ପାନୀ କତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିବା ବେଳେ ରାଜ ଖୋଲିବାକୁ ରିଟେଲର ତିନି ଜଣଙ୍କୁ ରିମାଣ୍ଡରେ ଅଣାଯିବ । ଯାହାଙ୍କ ଠାରୁ ଟେଲିକମ ଜାଲିଆତିର ଗୁମର ଖୋଲିଵାକୁ ପ୍ରୟାସ ଆରମ୍ଭ କରିଛି କମିଶନରେଟ ପୋଲିସ ।

ସେପଟେ ଭୁବନେଶ୍ବର ଡିସିପି କହିଛନ୍ତି ଯେ, ତଦନ୍ତରେ ଯାହା ଆବଶ୍ୟକ ତାହା କରାଯାଉଛି ରିମାଣ୍ଡରେ ଆଣି ପଚରାଉଚରା ପରେ ଆଉ କିଛି ତଥ୍ୟ ହାସଲ ହେବ ଯାହା ତଦନ୍ତରେ ସହାୟକ ହେବ । ସେପଟେ ସାଇବର ଏକ୍ସପର୍ଟଙ୍କ ମତ ଅନୁସାରେ ଏଦିଗରେ ଟେଲିକମ ପଲିସିର କିଛି ନିୟମ ଉଲଙ୍ଘନ ହେଉଛି । ଟେଲିକମ କମ୍ପାନୀ ଏପରି ପ୍ରି-ଆକ୍ଟିଭେସନ ସିମ ପାଇଁ ଜାତିୟ ସୁରକ୍ଷା ପ୍ରତି ଆଞ୍ଚ ଆସୁଛି । ଏଦିଗରେ କଡା ପଦକ୍ଷେପ ନେବା ଜରୁରୀ, ନଚେତ ନିରିହ ଲୋକ ହେଉ ବା ବଡବଡ ସାଇବର ଠକ, ଟେଲିକମ କମ୍ପାନୀର ଏଭଳି ପ୍ରି-ଆକ୍ଟିଭେସନ ସିମ ପ୍ରଥମତ ଦାୟୀ । ଅର୍ଥାତ କମ୍ପାନୀ କତ୍ତୃପକ୍ଷ ଏଥିପାଇଁ ଦାୟୀ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jul 2, 2021, 11:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.