ETV Bharat / city

୩ ଓଡ଼ିଆ ଆଇଏଏସଙ୍କୁ କେନ୍ଦ୍ର ସଚିବ ପାହ୍ୟା - ଓଡ଼ିଆ ଆଇଏଏସ

ଓଡ଼ିଆ ଆଇଏଏସଙ୍କୁ ମିଳିଲା କେନ୍ଦ୍ର ସଚିବ ପାହ୍ୟା । ଦେବାଶିଷ ପଣ୍ଡା, ବିମ୍ବାଧର ପଣ୍ଡା, ରାଜେଶ ବର୍ମା ଓ ତୁହିନୀକାନ୍ତ ପାଣ୍ଡେଙ୍କୁ ମିଳିଛି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ସଚିବ ପାହ୍ୟା । ଅଧିକ ପଢ଼ନ୍ତୁ...

୩ ଓଡ଼ିଆ ଆଇଏଏସ ଙ୍କୁ ସଚିବ ପାହ୍ୟା
author img

By

Published : Oct 9, 2019, 11:58 PM IST

ଭୁବନେଶ୍ବର: ଜାତୀୟ ସ୍ତରରେ ଓଡ଼ିଆ ଆଇଏଏସଙ୍କ କୃତିତ୍ତ୍ବ । 73 ଜଣ ଆଇଏଏସ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସଚିବ, ଅତିରିକ୍ତ ସଚିବ ଓ ସମାନ୍ତରାଳ ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ ଏମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ଓଡିଆ।

ଉତ୍ତରପ୍ରଦେଶ କ୍ୟାଡରର ଦେବାଶିଷ ପଣ୍ଡା ଯିଏ କି ଜଣେ ଦକ୍ଷ ଅଫିସର ଭାବରେ ନିଜକୁ ପ୍ରମାଣିତ କରିଛନ୍ତି ତାଙ୍କୁ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିଭଳି ବିମ୍ବାଧର ପଣ୍ଡାଙ୍କୁ ମଧ୍ୟ ସମାନ୍ତରାଳ ପାହ୍ୟାକୁ ପଦୋନ୍ନତି ମିଳିଛି। ଅନ୍ୟ ଦୁଇ ଅଫିସର ରାଜେଶ ବର୍ମା ଓ ତୁହିନୀକାନ୍ତ ପାଣ୍ଡେଙ୍କୁ ମଧ୍ୟ ମିଳିଛି ସଚିବ ପାହ୍ୟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ କାର୍ଯ୍ୟ କରିଥିବା ରାଜେଶ ବର୍ମା ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ସଚିବ ତାଲିକାରେ ରହିଥିବା ବେଳେ ଦିଲ୍ଲୀରେ ରେସିଡେଣ୍ଟ କମିଶନର ଭାବେ କାର୍ଯ୍ୟ କରୁଥିବା ତୁହିନୀକାନ୍ତ ପାଣ୍ଡେ ଓଡ଼ିଶାରେ ଅର୍ଥ ସଚିବ ଭାବରେ କାମ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କୃଷି ସଚିବ ସୌରଭ ଗର୍ଗ, ମହିଳା ଓ ଶିଶୁ କଲ୍ୟାଣ ପ୍ରମୁଖ ସଚିବ ଅନୁ ଗର୍ଗ ଓ ସତ୍ୟବ୍ରତ ସାହୁଙ୍କୁ କେନ୍ଦ୍ରରେ ଅତିରିକ୍ତ ସଚିବ ପାହ୍ୟା ମିଳିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଜାତୀୟ ସ୍ତରରେ ଓଡ଼ିଆ ଆଇଏଏସ ଙ୍କୁ କୃତିତ୍ୱ। 73 ଜଣ ଆଇଏଏସ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସଚିବ, ଅତିରିକ୍ତ ସଚିବ ଓ ସମାନ୍ତରାଳ ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ ଏମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ଓଡିଆ। ଉତ୍ତରପ୍ରଦେଶ କ୍ୟାଡର ର ଦେବାଶିଷ ପଣ୍ଡା ଯେ କି ଜନେ ଦକ୍ଷ ଅଫିସର ଭାବରେ ନିଜକୁ ପ୍ରମାଣିତ କରିଛନ୍ତି ତାଙ୍କୁ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିଭଳି ବିମ୍ବାଧର ପଣ୍ଡାଙ୍କୁ ମଧ୍ୟ ସମାନ୍ତରାଳ ପାହ୍ୟାକୁ ପଦୋନ୍ନତି ମିଳିଛି। ଅନ୍ୟ ଦୁଇ ଅଫିସର ରାଜେଶ ବର୍ମା ଓ ତୁହିନୀକାନ୍ତ ପାଣ୍ଡେଙ୍କୁ ମଧ୍ୟ ମିଳିଛି ସଚିବ ପାହ୍ୟା। ରାଜେଶ ବର୍ମା ଯେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ ଏବେ କେନ୍ଦ୍ରୀୟ ଡେପୁଟେସନ ରେ ଯାଇଛନ୍ତି ସେ ସଚିବ ତାଲିକାରେ ରହିଥିବା ବେଳେ ଦିଲ୍ଲୀରେ ରେସିଡେଣ୍ଟ କମିଶନର ଭାବେ କାର୍ଯ୍ୟ କରୁଥିବା ତୁହିନୀକାନ୍ତ ପାଣ୍ଡେ ଓଡ଼ିଶାରେ ଅର୍ଥ ସଚିବ ଭାବରେ କାମ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ କୃଷି ସଚିବ ସୌରଭ ଗରଗ, ମହିଳା ଓ ଶିଶୁ କଲ୍ୟାଣ ପ୍ରମୁଖ ସଚିବ ଅନୁ ଗରଗ ଓ ସତ୍ୟବ୍ରତ ସାହୁଙ୍କୁ କେନ୍ଦ୍ରରେ ଅତିରିକ୍ତ ସଚିବ ପାହ୍ୟା ମିଳିଛି।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.