ETV Bharat / city

ରାଜ୍ୟରେ ଲୋକାର୍ପିତ ହେବ 3ଟି ନୂଆ ରେଳ ପ୍ରକଳ୍ପ

author img

By

Published : Dec 24, 2019, 9:54 PM IST

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ 3ଟି ନୂଆ ରେଳ ପ୍ରକଳ୍ପ। ଏହାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରକଳ୍ପରେ ଖୋର୍ଦ୍ଧା ରୋଡ-ନୟାଗଡ ଟାଉନ-ଖୋର୍ଦ୍ଧା ରୋଡ ପାସେଞ୍ଜରକୁ ମହିପୁରକୁ ସମ୍ପ୍ରସାରଣ କରାଯିବ।

new railway projects in odisha, latest railway news, dharmendra pradhan to inaugurate railway projects, ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିବେ ନୂଆ ରେଳ ପ୍ରକଳ୍ପ, ରାଜ୍ୟରେ  ନୂଆ ରେଳ ପ୍ରକଳ୍ପ, ଲାଟେଷ୍ଟ ରେଳ ଖବର
ଲୋକାର୍ପିତ ହେବ 3ଟି ନୂଆ ରେଳ ପ୍ରକଳ୍ପ

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ 3ଟି ନୂଆ ରେଳ ପ୍ରକଳ୍ପ । ଏହାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରକଳ୍ପରେ ଖୋର୍ଦ୍ଧା ରୋଡ-ନୟାଗଡ ଟାଉନ-ଖୋର୍ଦ୍ଧା ରୋଡ ପାସେଞ୍ଜରକୁ ମହିପୁରକୁ ସମ୍ପ୍ରସାରଣ କରାଯିବ। ଏଥିସହ ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସରେ ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନାଲକୋ ଦ୍ବାରା ବ୍ରାଣ୍ଡିଂ କରାଯିବ।

ତେବେ ଅସଂରକ୍ଷିତ ଟ୍ରେନ ଟିକେଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡିଆ ଭାଷା ପ୍ରଚଳନର ଶୁଭାରମ୍ଭ କରାଯିବ। ଆସନ୍ତା 26 ତାରିଖ ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ ଓ ମହିପୁର ରେଳ ଲାଇନକୁ ଦେଶ ପାଇଁ ସମର୍ପିତ କରାଯିବI ଏଥିସହ ମନ୍ତ୍ରୀ ପ୍ରଧାନ ନୟାଗଡ ଟାଉନ ଷ୍ଟେସନଠାରେ ଖୋର୍ଦ୍ଧା ରୋଡ-ନୟାଗଡ ଟାଉନ-ଖୋର୍ଦ୍ଧା ରୋଡ ପାସେଞ୍ଜର ଟ୍ରେନକୁ ମହିପୁର ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭାରମ୍ଭ କରାଇବେ ।

ଏହା ବ୍ୟତୀତ ଗୁରୁବାର ସକାଳେ ଧର୍ମେନ୍ଦ୍ର ଭୁବନେଶ୍ବର ରେଳଷ୍ଟେସନଠାରେ ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସରେ ନାଲକୋ ଦ୍ବାରା ପ୍ରାୟୋଜିତ ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଭୁବନେଶ୍ବର ରେଳ ଷ୍ଟେସନଠାରେ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକଚନ୍ଦ୍ର ପଣ୍ଡା, ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟସଭା ସାଂସଦ ଡ଼ଃ ରଘୁନାଥ ମହାପାତ୍ରଙ୍କ ସହିତ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିବେ।

ନୟାଗଡ ଟାଉନରେ ହେବାକୁ ଥିବା ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ କୁମାର ସାହୁ, ସାଂସଦ ପିନାକୀ ମିଶ୍ର ଓ ଅଚ୍ୟୁତ ସାମନ୍ତଙ୍କ ସହିତ ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଓଡ଼ିଶାରେ ତିନୋଟି ପ୍ରକଳ୍ପକୁ ନେଇ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର କୁ ମହିପୁର କୁ ସମ୍ପ୍ରସାରଣ କରାଯିବ। ଭୁବନେଶ୍ୱର-ନୂଆଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନାଲକୋ ଦ୍ୱାରା ବ୍ରାଣ୍ଡିଙ୍ଗର ଉଦ୍ଘାଟନ କରିବେ । ଅସଂରକ୍ଷିତ ଟ୍ରେନ ଟିକେଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡ଼ିଆ ଭାଷା ପ୍ରଚଳନର ଶୁଭାରମ୍ଭ କରାଯିବ।

Body:

ଆସନ୍ତା ୨୬ ତାରିଖ (ଗୁରୁବାର) ଦିନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଷ୍ଟିଲ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଓ ମହିପୁର ରେଳ ଲାଇନକୁ ଦେଶପାଇଁ ସମର୍ପିତ କରାଯିବ I ଶ୍ରୀ ପ୍ରଧାନ ମଧ୍ୟ ନୟାଗଡ଼ ଟାଉନ ଷ୍ଟେସନ ଠାରେ ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଟ୍ରେନକୁ ମହିପୁର ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭାରମ୍ଭ କରାଇବେ I

ଏହା ବ୍ୟତୀତ ଗୁରୁବାର ସକାଳେ ଶ୍ରୀ ପ୍ରଧାନ ଭୁବନେଶ୍ୱର ରେଳଷ୍ଟେସନ ଠାରେ ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନାଲକୋ ଦ୍ୱାରା ପ୍ରାୟୋଜିତ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନକୁ ଉଦ୍ଘାଟନ କରାଇବା ସହିତ ଅସଂରକ୍ଷିତ ଟ୍ରେନ ଟିକେଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡ଼ିଆ ଭାଷା ପ୍ରଚଳନର ମଧ୍ୟ ଶୁଭାରମ୍ଭ କରାଇବେ I

ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଓଡିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ଡ଼. ରଘୁନାଥ ମହାପାତ୍ରଙ୍କ ସହିତ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ଉପସ୍ଥିତ ରହିବାକୁ ଥିବାବେଳେ ନୟାଗଡ଼ ଟାଉନ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ, ସାଂସଦ ଶ୍ରୀ ପିନାକୀ ମିଶ୍ର ଓ ଅଚ୍ୟୁତ ସାମନ୍ତଙ୍କ ସହିତ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିବେ IConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.