ଭୁବନେଶ୍ବର: ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି କୋରୋନା ସଂକ୍ରମଣ । ବର୍ତ୍ତମାନ ଦୈନିକ 4 ଶହ ଭିତରେ ରହୁଛି ସଂକ୍ରମଣ ସଂଖ୍ୟା। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବ ଅପେକ୍ଷା ବହୁ ସଂଖ୍ୟାରେ ହ୍ରାସ ପାଉଛି।
ବୁଧବାର ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ରାଜ୍ୟରେ ପୁଣି କୋରୋନାରେ 3 ଜଣଙ୍କର ପ୍ରାଣ ଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 1846କୁ ବୃଦ୍ଧି ପାଇଛି । କୋରୋନାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ବାଲେଶ୍ବରର ଜଣେ 80 ବର୍ଷୀୟ ପୁରୁଷ ଥିବାବେଳେ, ଭୁବନେଶ୍ବରର ଜଣେ 68 ବର୍ଷର ପୁରୁଷ ଓ ସୁନ୍ଦରଗଡର ଜଣେ 64 ବର୍ଷର ପୁରୁଷ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ