ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ଟ୍ବିଟରରେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା 3 ମିଲିୟନ ଅତିକ୍ରମ କରିଛି । ଏନେଇ ନିଜେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
-
Humbled by the love and affection received during this wonderful digital journey on Twitter. Thank you all. #JaiJagannath pic.twitter.com/Z3T47O1Tz4
— Naveen Patnaik (@Naveen_Odisha) January 21, 2021 " class="align-text-top noRightClick twitterSection" data="
">Humbled by the love and affection received during this wonderful digital journey on Twitter. Thank you all. #JaiJagannath pic.twitter.com/Z3T47O1Tz4
— Naveen Patnaik (@Naveen_Odisha) January 21, 2021Humbled by the love and affection received during this wonderful digital journey on Twitter. Thank you all. #JaiJagannath pic.twitter.com/Z3T47O1Tz4
— Naveen Patnaik (@Naveen_Odisha) January 21, 2021
ତାଙ୍କ ବ୍ୟକ୍ତିଗତ ଟ୍ବିଟର ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ଏକ ଚମତ୍କାର ଡିଜିଟାଲ୍ ଯାତ୍ରାକୁ ବର୍ଣ୍ଣନା କରାଯାଇଛି । ଏନେଇ ନବୀନ ସମସ୍ତ ଫଲୋୟର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ ହେଉଛନ୍ତି ଓଡିଶାର ପ୍ରଥମ ରାଜନେତା ଯିଏକି 3 ମିଲିୟନ ଫଲୋୟର୍ସ ଅତିକ୍ରମ କରିଛନ୍ତି । ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ବ୍ୟତୀତ ଅନେକ ଗୁରୁତ୍ବପୂର୍ଣ୍ଣ ସଂଗଠନ ମଧ୍ୟ ନବୀନଙ୍କୁ ଅନୁସରଣ କରୁଛନ୍ତି ।
ଏହାସହ ନବୀନ କେବଳ 22 ଜଣଙ୍କୁ ଫଲୋ କରୁଛନ୍ତି । ଏଥିରେ ଦେଶର ପ୍ରଧାନମନ୍ତ୍ରୀ, ବିଜୁ ଜନତା ଦଳର ଅଫିସାଲ୍ ଟ୍ବିଟର ହ୍ୟାଣ୍ଡେଲ୍, ଓଡିଶା ମୁଖ୍ୟମନ୍ତ୍ରୀ ଅଫିସ୍ ଟ୍ବିଟର ହ୍ୟାଣ୍ଡେଲ, ରାଷ୍ଟ୍ରପତି ଭବନ, ଉପରାଷ୍ଟ୍ରପତି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଦଲାଇ ଲାମା ଓ ସୁବ୍ରତ ବାଗଚୀ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ