ETV Bharat / city

ଟାର୍ଗେଟ 11 ଲକ୍ଷ, ସ୍ଥାନାନ୍ତର ହେଲେଣି 3 ଲକ୍ଷ - cyclone

୧୧ଲକ୍ଷ ୫୪ହଜାର ୪୭୫ ଲୋକଙ୍କୁ ସ୍ଥାନାନ୍ତରଣ କାରାଯିବା ନେଇ ଲକ୍ଷ୍ୟ ରକ୍ଷା ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୩୧ ହଜାର ୭୯୪ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନ ମୁଖପାତ୍ର ସଂଗ୍ରାମ ମହାପାତ୍ର ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 2, 2019, 7:00 PM IST

Updated : May 2, 2019, 9:25 PM IST

ଭୁବନେଶ୍ବର: ଅପରାହ୍ନ ନୁହେଁ ଶୁକ୍ରବାର ସକାଳ 8ଟାରୁ 10ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ ଫନି । ତେବେ ଫନିକୁ ନେଇ ସମସ୍ତ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନ । ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ସ୍ଥାନାନ୍ତରଣ ପ୍ରକ୍ରିୟା । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଜିଲ୍ଲା ଗୁଡିକରେ ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନ ମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି । ୧୧ଲକ୍ଷ ୫୪ହଜାର ୪୭୫ ଲୋକଙ୍କୁ ସ୍ଥାନାନ୍ତରଣ କାରାଯିବା ନେଇ ଲକ୍ଷ୍ୟ ରକ୍ଷା ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୩୧ ହଜାର ୭୯୪ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିସନ ମୁଖପାତ୍ର ସଂଗ୍ରାମ ମହାପାତ୍ର ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗଞ୍ଜାମ ଜିଲ୍ଲାରେ ୧ଲକ୍ଷ ୮୨ହଜାର ୮୧୫ଜଣ, ଭଦ୍ରକରେ ୨୪ହଜାର୬୦୦, ବାଲେଶ୍ବରରେ ୭ହଜାର ୮୩୭, କେନ୍ଦ୍ରାପଡାରେ ୧୬୦୦, ପୁରୀରେ ୨୨ହଜାର ୨୫୦, ଜଗତସିଂହପୁରରେ ୨୦ ହଜାର, କଟକରେ ୮୭୨୬, ଖୋର୍ଦ୍ଧାରେ ୪ହଜାର ୯ଶହ୯୩, ଯାଜପୁରରେ ୨୯,୫୦୦, କନ୍ଧମାଳରେ ୯୦୦, ଗଜପତିରେ ୨୦ହଜାର ୯୧, ରାୟଗଡାରେ ୭ହଜାର ୫୦୦, ନୟାଗଡରେ ୯୮୨ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି । ଏହାସହ ୬୦୪ଜଣ ଆସନ୍ନ ପ୍ରସବା ମାନଙ୍କୁ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଛି ।

୩୦୨ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯିବା ସହ ୯୩୬ମେଡିକାଲ ରିଲିଫ କ୍ୟାମ୍ପ ରହିଛି । ୨୫ଲକ୍ଷ ୧୧ଶହ ପାଣି ପାଉଚ୍ ମହଜୁଦ୍ ରହିଛି । ୨୫ଟି ଏନଡିଆରଏଫ ଟିମ ନିୟୋଜିତ ହୋଇଥିବା ବେଳେ ୩ଟି ଷ୍ଟାଣ୍ଡ ବାଏ ରଖାଯାଇଛି । ଏହାସହ ୧୮ ଓଡ୍ରାଫ ଟିମ ନିୟୋଜିତ ରହିଥିବା ବେଳେ ୨ ଟିମ ଷ୍ଟାଣ୍ଡବାଏ ରହଛନ୍ତି ।

ଶକ୍ତି ବିଭାଗ ପକ୍ଷରୁ ମୋଟ୍ ୫୦୦ଟି ଗ୍ୟାଙ୍ଗ ନିୟୋଜିତ କରାଯାଇଛି । ପୁରୀ ଜିଲ୍ଲା ପାଇଁ ୫୦ଟି ଗ୍ୟାଙ୍ଗ ନିୟୋଜିତ ହୋଇଛନ୍ତି । ବିଦ୍ୟୁତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିୟୋଜିତ ରହିଛନ୍ତି ଏହି ଗ୍ୟାଙ୍ଗ । ଏହା ସହ ୧୫ହଜାର ବିଦ୍ୟୁତ ପୋଲ୍ ମହଜୁଦ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଏସଆରସି ମୁଖପାତ୍ର ସଂଗ୍ରାମ ମହାପାତ୍ର ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

blank

Conclusion:
Last Updated : May 2, 2019, 9:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.