ETV Bharat / city

'ପାଟକୁରାରେ ତ୍ରିମୁଖୀ ଲଢେଇ' - ଭୁବନେଶ୍ବର

ଦିନ କେଇଟା ପରେ ପାଟକୁରା ପାଇଁ ବାଜିବ ବିଗୁଲ । ଦିନେ ଦୁଇ ଦିନ ଭିତରେ ପାଟକୁରା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ଯାହାକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ଏବେ ଆକ୍ସନ ମୁଡରେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 17, 2019, 10:42 PM IST

ଭୁବନେଶ୍ବର: ପାଟକୁରା ନିର୍ବାଚନ ପାଇଁ ଘୋଷଣା ହୋଇନି ତାରିଖ । କିନ୍ତୁ ନିର୍ବାଚନ ମଇଦାନ ସରଗରମ ରହିଛି। ଗତ ୬ ତାରିଖରେ ବିଜେଡି ନେତାମାନେ ପାଟକୁରାରେ ଡେରା ପକାଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ପୂର୍ବରୁ ବିଜୟ ମହାପାତ୍ର ମଧ୍ୟ ପ୍ରଚାର କରି ନିଜର ଦମ୍ ଦେଖାଇଛନ୍ତି । ସେପଟେ କଂଗ୍ରେସ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବାତ୍ୟା 'ଫନି'କୁ ଆଳ କରି ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ହେଲେ ଏହା ପଛରେ ଷଡ଼ଯନ୍ତ୍ର ରହିଛି। ପ୍ରଶାସନିକ ଅଧିକାରୀମାନେ ଷଡ଼ଯନ୍ତ୍ର କରି ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେପି ନେତା ମନମୋହନ ସାମଲ । ସେପଟେ ପାଟକୁରା ବାସୀ ମନ ବଦଳାଇ ବିଜେପିକୁ ଭୋଟ ଦେଇ ଜିତାଇବେ ବୋଲି ସେ କହିଛନ୍ତି ।

ଏହାସହ ଏହି ଉପନିର୍ବାଚନରେ ବିଜେପିର ସମସ୍ତ ୨୩ଜଣ ବିଧାୟକ , ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ମାନେ ମଧ୍ୟ ପ୍ରଚାର କରିବେ ବୋଲି କହିଛନ୍ତି ମନମୋହନ ସାମଲ ।

ସେପଟେ କଂଗ୍ରେସ ମଧ୍ୟ ପ୍ରଚାର ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।' ମୁଖ୍ୟମନ୍ତ୍ରୀ ଯେତେ ଅର୍ଥ ବିନିଯୋଗ କଲେ ବି କିଛି ଫରକ ପଡିବନି' । କଂଗ୍ରେସ ପ୍ରତି ସମର୍ଥନ ରହିବ ବୋଲି କହିଛନ୍ତି ସୁର ରାଉତରାୟ ।

ପାଟକୁରାରେ ତ୍ରିମୁଖୀ ଲଢେଇ ହେବ ବୋଲି କହିଛନ୍ତି ସୁର ରାଉତରାୟ । ସମସ୍ତ ଦଳୀୟ ବିଧାୟକ ପ୍ରଚାର ପାଇଁ ଯିବେ ବୋଲି ସେ କହିଛନ୍ତି । ଅନ୍ୟପଟେ ବିଜେଡି ନେତା ସମୀର ଦାସ କହିଛନ୍ତି ଯେ, କେନ୍ଦ୍ରାପଡାରେ ହୋଇଥିବା ନିର୍ବାଚନରେ ବିଜୁ ଜନତା ଦଳକୁ ସମର୍ଥନ ଦେଇଛନ୍ତି । ପାଟକୁରାରେ ମଧ୍ୟ ଜନମତ ବିଜୁଜନତା ଦଳ ସପକ୍ଷରେ ରହିବ ବୋଲି କହିଛନ୍ତି ସମୀର । ଏହା ସହ ଦଳ ନିଜର ସ୍ଵତନ୍ତ୍ର ରଣନୀତି କରିଥିବା କହିଛନ୍ତି ସମୀର ।

ଦିନ କେଇଟା ପରେ ପାଟକୁରା ପାଇଁ ବାଜିବ ବିଗୁଲ । ଦିନେ ଦୁଇ ଦିନ ଭିତରେ ପାଟକୁରା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ହେଲେ ତାରିଖ ଘୋଷଣା ପୂର୍ବରୁ ତୁଳସୀକ୍ଷେତ୍ରରେ ବଢ଼ିଲାଣି ରାଜନୀତି ତାତି । ହେଲେ ପାଟକୁରା ରେ କିଏ ମାରିବ ବାଜି ତାହା ଉପରେ ସାରା ରାଜ୍ୟର ନଜର ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

'ପାଟକୁରାରେ ହେବ ତ୍ରିମୁଖୀ ଲଢେଇ'

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.