ETV Bharat / city

ବଦଳିବେ ଟ୍ବିନସିଟିର ୩ ଡିସିପି, ଖୁବଶୀଘ୍ର ଆଇପିଏସ ସ୍ତରରେ ଅଦଳବଦଳ !

ରାଜ୍ୟର ଆଇପିଏସ ସ୍ତରରେ ହେବ ବଡ ଧରଣର ଅଦଳବଦଳ । ବଦଳିପାରନ୍ତି ଟ୍ବିନିସିଟିର ତିନିଜଣ ଡିସିପି । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାର ଏସପି ଓ ରେଞ୍ଜ ଡିଆଇଜି ସହ ଆଇଜି ସ୍ତରରେ ହେବ ପରିବର୍ତ୍ତନ । ଏନେଇ ଗୃହ ବିଭାଗରେ ହୋଇସାରିଛି ମାନସମନ୍ଥନ । ଅଧିକ ପଢନ୍ତୁ...

ବଦଳିବେ ଟ୍ବିନସିଟିର ୩ ଡିସିପି, ଖୁବଶୀଘ୍ର ଆଇପିଏସ ସ୍ତରରେ ଅଦଳବଦଳ !
ବଦଳିବେ ଟ୍ବିନସିଟିର ୩ ଡିସିପି, ଖୁବଶୀଘ୍ର ଆଇପିଏସ ସ୍ତରରେ ଅଦଳବଦଳ !
author img

By

Published : Jul 10, 2020, 10:46 PM IST

Updated : Jul 11, 2020, 1:54 PM IST

ଭୁବନେଶ୍ବର: ରାଜ୍ୟର ଆଇପିଏସ ସ୍ତରରେ ହେବ ବଡ ଧରଣର ଅଦଳବଦଳ । ବଦଳିପାରନ୍ତି ଟ୍ବିନିସିଟିର ତିନିଜଣ ଡିସିପି । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାର ଏସପି ଓ ରେଞ୍ଜ ଡିଆଇଜି ସହ ଆଇଜି ସ୍ତରରେ ହେବ ପରିବର୍ତ୍ତନ । ଏନେଇ ଗୃହ ବିଭାଗରେ ହୋଇସାରିଛି ମାନସମନ୍ଥନ । ତେବେ ଅଦଳବଦଳରେ ଭୁବନେଶ୍ବର ଡିସିପି ଥିବା ଅନୁପ ସାହୁଙ୍କ ସ୍ଥାନରେ ନିଯୁକ୍ତି ପାଇପାରନ୍ତି ପୁରୀ ଏସପି ଉମାଶଙ୍କର ଦାସ । ଅପରପକ୍ଷେ ଅବସରପ୍ରାପ୍ତ ଏସପି ସୂର୍ଯ୍ୟମଣି ତ୍ରିପାଠୀ ଡିସିପିଙ୍କ ନିଯୁକ୍ତି ସଂପର୍କରେ ଅନୁମାନ କରିବା କଷ୍ଟ ବୋଲି କହିଛନ୍ତି ।

ବଦଳିବେ ଟ୍ବିନସିଟିର ୩ ଡିସିପି, ଖୁବଶୀଘ୍ର ଆଇପିଏସ ସ୍ତରରେ ଅଦଳବଦଳ !

ବିଶ୍ବସ୍ତ ସୂତ୍ର ଖବର ଅନୁସାରେ, ଟ୍ବିନି ସିଟିର ତିନିଜଣ ଡିସିପି ପରିବର୍ତ୍ତନ ହୋଇପାରନ୍ତି । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାର ଏସପି ଓ ରେଞ୍ଜ ଡିଆଇଜି ସହ ଆଇଜି ସ୍ତରରେ ମଧ୍ୟ ପରିବର୍ତ୍ତନ ହେବ । ଏନେଇ ଗୃହ ବିଭାଗରେ ଆଲୋଚନା ହୋଇଥିବା କୁହାଯାଇଛି । ତେବେ ଅଦଳବଦଳରେ ଭୁବନେଶ୍ବର ଡିସିପି ଥିବା ଅନୁପ ସାହୁଙ୍କ ସ୍ଥାନରେ ନିଯୁକ୍ତି ପାଇପାରନ୍ତି ପୁରୀ ଏସପି ଉମାଶଙ୍କର ଦାସ । ଉମାଶଙ୍କର ଜଣେ ଓଡିଆ ଆଇପିଏସ ଅଫିସର ହୋଇଥିବାବେଳେ ତାଙ୍କର ପୁରୀ, ରାଉରକେଲା, ଝାରସୁଗୁଡା ସମେତ ଅନେକ ସ୍ଥାନରେ ଅଭିଜ୍ଞତା ରହିଛି । ତେଣୁ ସେ ଡିସିପି ପଦବୀ ପାଇଁ ପ୍ରଥମ ରେସରେ ରହିଛନ୍ତି । ସେପଟେ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ମଧ୍ୟ ଏହି ଚର୍ଚ୍ଚାରୁ ବାଦ ପଡିନାହାଁନ୍ତି ।

ଅନ୍ୟପଟେ କଟକ ଡିସିପି ଅଖିଳେଶ୍ବର ସିଂ ମଧ୍ୟ ସରକାରଙ୍କ ଗୁଡବୁକରେ ସ୍ଥାନ ପାଇଛନ୍ତି । ଏନେଇ ଅଖିଳେଶ୍ବରଙ୍କୁ ଭୁବନେଶ୍ବର ଡିସିପି ପାଇଁ ମନୋନୀତ କରାଯାଇଥିଲେ ବି ସେ ଇଚ୍ଛୁକ ହୋଇନଥିଲେ । ସେହିପରି ସେ କଟକରେ ତିନିବର୍ଷ ଅତିକ୍ରମ କରିଥିବାରୁ ଅଖିଳେଶ୍ବରଙ୍କ ବଦଳି ମଧ୍ୟ ସୁନିଶ୍ଚିତ । ତେବେ ତାଙ୍କ ସ୍ଥାନରେ ଆଉ ଜଣେ ଦକ୍ଷ ଆଇପିଏସଙ୍କୁ କଟକ ଦାୟିତ୍ବ ମିଳିପାରେ ।

ସେହିପରି ଡିସିପି ଟ୍ରାଫିକ ମଧ୍ୟ ବଦଳିପାରନ୍ତି । ଆଇପିଏସ ସାଗରିକା ନାଥଙ୍କ ଗୁଡବୁକ ନେଇ ତାଙ୍କୁ ଉପକୂଳ ଓଡିଶାରେ ଅବସ୍ଥାପିତ କରାଯିବାର ସମ୍ଭାବନା ରହିଛି । ତାଙ୍କ ସ୍ଥାନରେ ମଧ୍ୟ ଜଣେ ଯୁବ ଆଇପିଏସଙ୍କୁ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ହେଉଛି । ସେହିପରି ଆଇପିଏସ ତଥା ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କମିଶନରେଟ ପୋଲିସକୁ ଫେରିବାର ସମ୍ଭାବନା ରହିଛି । ଆଡିସିନାଲ କମିସନର ସଂଜୟ ସିଂଙ୍କ ସ୍ଥାନରେ ତାଙ୍କୁ ଅବସ୍ଥାପିତ କରାଯିବାର ସମ୍ଭାବନା ରହିଛି । କାରଣ ସଂଜୟ ସିଂ କେନ୍ଦ୍ରୀୟ ଡେପୁଟସନରେ ଯିବେ । ଭୁବନେଶ୍ବର କମିଶନରେଟରେ କ୍ରାଇମ କଣ୍ଟ୍ରୋଲରେ ସତ୍ୟବ୍ରତଙ୍କ ଅନେକ ଅଭିଜ୍ଞତା ଅନୁସାରେ ତାଙ୍କୁ ଏହି ପଦ ମିଳିପାରେ । ସେ କ୍ରାଇମ ଓ ଡ୍ରଗସ କାରବାର କଣ୍ଟ୍ରୋଲ ପାଇଁ ଆଡିସିନାଲ ଡିସିପିଙ୍କ ଅଧିନସ୍ଥ ଦାୟିତ୍ବ ତୁଲାଇବେ ସତ୍ୟବ୍ରତ ଭୋଇ ।

ସେପଟେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଥିବା ବେଳେ ତାଙ୍କ ସ୍ଥାନରେ ଭୁବନେଶ୍ବର ଡିସିପି ଥିବା ଡିଆଇଜି ଅନୁପ ସାହୁଙ୍କୁ ମିଳିପାରେ କେନ୍ଦ୍ରାଞ୍ଚଳ ଡିଆଇଜି ପଦବୀ । ପୂର୍ବରୁ ପୁରୀରେ ଅନୁପ ଏସପି ରହିଥିବାବେଳେ ଅନେକ ଅଭିଜ୍ଞତା ରହିଛି । ଉତ୍ତରାଞ୍ଚଳ ଡିଆଇଜି ତଥା କେନ୍ଦ୍ରୀୟ ଡେପୁଟେସନରେ ଥିବା ହିଂମାଶୁ ଲାଲ ସ୍ଥାନରେ ଏସଟିଫ ଡିଆଇଜି ଜୟନାରାୟଣ ପଙ୍କଜ ଅତିରିକ୍ତ ଦାୟିତ୍ବରେ ରହିଛନ୍ତି । ତେଣୁ ତାଙ୍କୁ ସେଠାକୁ ବଦଳି ହେବାର ସମ୍ଭାବନା ରହିଛି । ସେହିପରି କମିଶନରଙ୍କ ବଦଳି ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ତାଙ୍କ ସ୍ଥାନରେ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସଂଜୀବ ପଣ୍ଡାଙ୍କ ନାମରେ ଚର୍ଚ୍ଚା ଜୋର ଧରିଛି । ତେବେ ଯୋଗଦେବାର ମାତ୍ର ୧୦ ମାସ ପୂରଣ ହୋଇଥିବାରୁ ତାଙ୍କ ବଦଳି ଏବେ ଅନିଶ୍ଚିତତା ମଧ୍ୟରେ ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 11, 2020, 1:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.