ଭୁବନେଶ୍ବର: ଆର୍ମି ଚାକିରି ପାଇଁ ଭୁବନେଶ୍ବର ଆସିଲେ । ପୋଲିସ ହାତରେ ଧରାପଡି ଗିରଫ ହେଲେ। ଗିରଫ ହୋଇଥିବା ଆଶାୟୀ ହେଲେ ଉତ୍ତର ପ୍ରଦେଶର ଶୁଭମ ସିଂ, ଅଙ୍କିତ କୁମାର ଓ ବିଦେଶ ଯାଦବ। ଆର୍ମୀ ଚାକିରି ସାକ୍ଷାତକାର ପାଇଁ ୧୨୦ ବାଟାଲିୟନକୁ ଆସିଥିଲେ।
ସାକ୍ଷାତକାର ପରେ ଆଇଜି ପାର୍କରେ ବୁଲୁଥିଲେ। ପରେ ସେଠାରେ କିଛି ଯୁବତୀ ଜନ୍ମଦିନ ପାଳୁଥିବା ବେଳେ ସେଠାରେ ଯୁବତୀଙ୍କୁ କମେଣ୍ଟ ମାରିଥିଲେ । ଏପରିକି ଜଣେ ସ୍ଥାନୀୟ ଲୋକ ବିରୋଧ କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାର ତଦନ୍ତ କରି 3 ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।
ସେପଟେ ଏପରି ଘଟଣା ପରେ ଆଉ ସହର ଭିତରେ ଏପରି ଆର୍ମି ଇଣ୍ଟରଭ୍ୟୁ ନକରିବାକୁ ଆର୍ମି ଅଫିସିଆଲକୁ ଜଣାଇଛନ୍ତି ପୋଲିସ କମିଶନର । ଏପରି ଇଣ୍ଟରଭ୍ୟୁ ପାଇଁ ସହର ଭିତରେ 'ଲ ଆଣ୍ଡ ଅର୍ଡର' ପରିସ୍ଥିତି ଉପୁଜୁଛି। ସମ୍ବେଦନଶୀଳ ଅଞ୍ଚଳରେ ଅନେକ ଯୁବକ ଉତ୍ପାତ କରୁଛନ୍ତି । ତେଣୁ ଏସବୁକୁ ଏଡାଇବା ପାଇଁ ଗ୍ରାମାଞ୍ଚଳ ବା ରୁରାଲ ଏରିଆରେ ଆର୍ମି ଇଣ୍ଟରଭ୍ୟୁ କରିବାକୁ ଅନୁରୋଧ କରିଛନ୍ତି ।
ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କୁ ଏନେଇ ଜଣାଇବାକୁ ଅବଗତ କରାଯାଇଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ