ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା କୋପ । ଲଗାତାର ହ୍ରାସ ପାଉଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ମାତ୍ର 3 ହଜାର 405 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତ କିଛି ଦିନ ମଧ୍ୟରେ ସର୍ବନିମ୍ନ । ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 1 ହଜାର 942 ଏବଂ ଲୋକାଲ ସଂକ୍ରମଣ ସଂଖ୍ୟା 1 ହଜାର 463 ରହିଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 500 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ 8 ଲକ୍ଷ 59 ହଜାର 526କୁ ବୃଦ୍ଧି ପାଇଛି ।
ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ଥିବାବେଳେ ଅନୁଗୋଳରୁ 183, ବାଲେଶ୍ବରରୁ 296, ବରଗଡରୁ 66, ଭଦ୍ରକରୁ 179, ବଲାଙ୍ଗୀରରୁ 18, ବୌଦ୍ଧରୁ 59, କଟକରୁ 230, ଦେବଗଡରୁ 23, ଢେଙ୍କାନାଳରୁ 54, ଗଜପତିରୁ 58, ଗଞ୍ଜାମରୁ 36, ଜଗତସିଂହପୁରରୁ 129, ଯାଜପୁରରୁ 391, ଝାରସୁଗୁଡାରୁ 9, କଳାହାଣ୍ଡିରୁ 54, କନ୍ଧମାଳରୁ 55, କେନ୍ଦ୍ରପଡାରୁ 73, କେନ୍ଦୁଝରରୁ 89, ଖୋର୍ଦ୍ଧାରୁ 500, କୋରାପୁଟରୁ 63, ମାଲକାନଗିରିରୁ 72, ମୟୂରଭଞ୍ଜରୁ 187, ନବରଙ୍ଗପୁରରୁ 83, ନୟାଗଡରୁ 97, ନୂଆପଡାରୁ 28, ପୁରୀରୁ 141, ରାୟଗଡାରୁ 45, ସମ୍ବଲପୁରରୁ 38, ସୋନପୁରରୁ 25, ସୁନ୍ଦରଗଡରୁ 48 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ପଜିଟିଭ ସଂଖ୍ୟା 76 ରହିଛି ।
ସେପଟେ ଗତ 24 ଘଣ୍ଟାରେ 8 ହଜାର 182 ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାପରେ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 8 ଲକ୍ଷ 4 ହଜାର 981ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ରାଜ୍ୟରେ 51 ହଜାର 104ଟି ସକ୍ରିୟ ମାମଲା ରହିଛି । ରାଜ୍ୟ ସରକାରଙ୍କ ଲକଡାଉନ ସପ୍ତାହନ୍ତ ସଟଡାଉନର ପ୍ରଭାବ କୋରୋନା ପ୍ରସାରକୁ ରୋକିବାରେ ଫଳପ୍ରଦ ସାବ୍ୟସ୍ତ ହେଉଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ